ଦେଶ ବିଦେଶ

୫ ରାଜ୍ୟରେ କିଏ କେଉଁଠି ଗଢ଼ିବ ସରକାର, ଜାଣନ୍ତୁ କଣ କହୁଛି ଏକଜିଟ୍‌ ପୋଲ ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ): ୫ ରାଜ୍ୟରେ କିଏ କେଉଁଠି ଗଢ଼ିବ ସରକାର । ଆସିଲା ଏକଜିଟ୍‌ ପୋଲ ରିପୋର୍ଟ । ବିଭିନ୍ନ ସଂସ୍ଥାର ଆକଳ କହୁଛି ଉତ୍ତରପ୍ରଦେଶରେ ବିଜେପି ସରକାର ଗଢ଼ିପାରେ । ପଞ୍ଜାବରେ ଆପକୁ ମିଳିପାରେ ବହୁମତ । ଗୋଆରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇପାରେ । ଉତ୍ତରାଖଣ୍ଡରେ ବି ବିଜେପି ଓ କଂଗ୍ରେସ ମଧ୍ୟରେ କାଣ୍ଟେ କା ଟକ୍କର ହୋଇଛି । ଆସନ୍ତା ୧୦ ତାରିଖରେ ଆସିବ ଏକଜାଟ୍‌ ରେଜଲ୍ଟ । ରିପବ୍ଲିକ୍‌ ମାଟ୍ରିକ୍ସର ଏକଜିଟ୍‌ ପୋଲ୍‌ କହୁଛି ଉତ୍ତରପ୍ରଦେଶରେ ବିଜେପି ୨୬୨ରୁ ୨୭୭, ସମାଜବାଦୀ ପାର୍ଟି ୧୧୯ରୁ ୧୩୪ ଆସନ ପାଇ ପାରନ୍ତି ।

ସେହିପରି ବିଏସପି ୭-୧୭ ଓ କଂଗ୍ରେସ ଖାତାରେ ପଡ଼ିପାରେ ୩-୮ ଆସନ । ଟିଭି ୯ ରିପୋର୍ଟ କହୁଛି ବିଜେପିକୁ ୨୧୧-୨୨୫, ଏସପିକୁ ୧୪୬-୧୬୦, ବିଏସପି ଖାତାରେ ୧୪-୨୪ ଓ କଂଗ୍ରେସକୁ ମିଳିପାରେ ୪-୬ଟି ସିଟ୍‌ । ବିଭିନ୍ନ ସଂସ୍ଥାର ଏକଜିଟ୍‌ ପୋଲ୍‌ କହୁଛି ପଞ୍ଜାବରେ ସରକାର ଗଢ଼ିପାରେ ଆମ ଆଦମୀ ପାର୍ଟି । ଇଣ୍ଡିଆ ଟୁଡେ ଏକଜିଟ୍‌ ପୋଲ୍‌ ପଞ୍ଜାବରେ ଆପକୁ ୭୦-୯୦, କଂଗ୍ରେସକୁ ୧୯-୩୧, ବିଜେପି ଗୋଟିଏରୁ ୪ଟି ଆସନ ଜିତିପାରେ । ଶିରୋମଣି ଅକାଳି ଦଳ ୭-୧୧ ସିଟ୍‌ ପାଇ ପାରନ୍ତି ।

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

7 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

22 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

33 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

44 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago