୫ ରାଜ୍ୟରେ କିଏ କେଉଁଠି ଗଢ଼ିବ ସରକାର, ଜାଣନ୍ତୁ କଣ କହୁଛି ଏକଜିଟ୍ ପୋଲ ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ): ୫ ରାଜ୍ୟରେ କିଏ କେଉଁଠି ଗଢ଼ିବ ସରକାର । ଆସିଲା ଏକଜିଟ୍ ପୋଲ ରିପୋର୍ଟ । ବିଭିନ୍ନ ସଂସ୍ଥାର ଆକଳ କହୁଛି ଉତ୍ତରପ୍ରଦେଶରେ ବିଜେପି ସରକାର ଗଢ଼ିପାରେ । ପଞ୍ଜାବରେ ଆପକୁ ମିଳିପାରେ ବହୁମତ । ଗୋଆରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇପାରେ । ଉତ୍ତରାଖଣ୍ଡରେ ବି ବିଜେପି ଓ କଂଗ୍ରେସ ମଧ୍ୟରେ କାଣ୍ଟେ କା ଟକ୍କର ହୋଇଛି । ଆସନ୍ତା ୧୦ ତାରିଖରେ ଆସିବ ଏକଜାଟ୍ ରେଜଲ୍ଟ । ରିପବ୍ଲିକ୍ ମାଟ୍ରିକ୍ସର ଏକଜିଟ୍ ପୋଲ୍ କହୁଛି ଉତ୍ତରପ୍ରଦେଶରେ ବିଜେପି ୨୬୨ରୁ ୨୭୭, ସମାଜବାଦୀ ପାର୍ଟି ୧୧୯ରୁ ୧୩୪ ଆସନ ପାଇ ପାରନ୍ତି ।
ସେହିପରି ବିଏସପି ୭-୧୭ ଓ କଂଗ୍ରେସ ଖାତାରେ ପଡ଼ିପାରେ ୩-୮ ଆସନ । ଟିଭି ୯ ରିପୋର୍ଟ କହୁଛି ବିଜେପିକୁ ୨୧୧-୨୨୫, ଏସପିକୁ ୧୪୬-୧୬୦, ବିଏସପି ଖାତାରେ ୧୪-୨୪ ଓ କଂଗ୍ରେସକୁ ମିଳିପାରେ ୪-୬ଟି ସିଟ୍ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ କହୁଛି ପଞ୍ଜାବରେ ସରକାର ଗଢ଼ିପାରେ ଆମ ଆଦମୀ ପାର୍ଟି । ଇଣ୍ଡିଆ ଟୁଡେ ଏକଜିଟ୍ ପୋଲ୍ ପଞ୍ଜାବରେ ଆପକୁ ୭୦-୯୦, କଂଗ୍ରେସକୁ ୧୯-୩୧, ବିଜେପି ଗୋଟିଏରୁ ୪ଟି ଆସନ ଜିତିପାରେ । ଶିରୋମଣି ଅକାଳି ଦଳ ୭-୧୧ ସିଟ୍ ପାଇ ପାରନ୍ତି ।