Below header

ଏୟାର ଏସିଆର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଫେରିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ,ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):  ୟୁକ୍ରେନରୁ ଭୁବନେଶ୍ୱର ଫେରିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ । ଏୟାର ଏସିଆର ସ୍ୱତନ୍ତ୍ର ବିମାନରେ ସେମାନଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି । ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନବନ୍ଦରରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା । ନିଜ ପିଲାଙ୍କୁ ଦେଖି ଅଭିଭାବକ ଖୁସି ହୋଇଥିଲେ । ସେହିପରି ବାପାମାଆଙ୍କୁ ଦେଖି ଭାବବିହ୍ଵଳ ହୋଇଥିଲେ ଛାତ୍ରଛାତ୍ରୀ ।

ଯୁଦ୍ଧ ମୁହଁରୁ ଫେରି ଛାତ୍ରଛାତ୍ରୀ ବଖାଣିଥିଲେ ଏୟାରଷ୍ଟ୍ରାଇକର ଅଙ୍ଗେ ନିଭା କଥା । କେମିତି ଯୁଦ୍ଧ ଭିତରେ ଭୟ ଓ ଆତଙ୍କରେ ଦିନ କାଟୁଥିଲେ । ବଙ୍କର ଭିତରେ କେମିତି ଦିନ ଦିନ ରହିଛନ୍ତି କହିଲା ବେଳେ ଲୋମ ଟାଙ୍କୁରି ଉଠିଥିଲା । ଯୁଦ୍ଧ ମୁହଁରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଭୂରି ଭୂରି ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.