Below header

ମନ ଯଦି ଠିକ ରହୁନି, ଅଧିକ ଚିନ୍ତା ଆସୁଛି, ଏମିତି କରନ୍ତୁ ନିଜର ମସ୍ତିସ୍କକୁ କଣ୍ଟ୍ରୋଲ

ଯଦି ଆପଣଙ୍କ ଇମୋସନ ଆପଣଙ୍କ କଣ୍ଟ୍ରୋଲରେ ରହୁନି କିମ୍ବା ଆପଣଙ୍କୁ କାନ୍ଦ ଆସୁଛି କିମ୍ବା ଆପଣଙ୍କ ବିଚାର ଉପରେ କଣ୍ଟ୍ରୋଲ ରହୁନି | ତେବେ ଆପଣ ମେଡିସିନ ସହ କିଛି କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ | ଆସନ୍ତୁ ଜାଣିବା କିପରି କରିବେ ଆପଣଙ୍କ ମସ୍ତିସ୍କକୁ କଣ୍ଟ୍ରୋଲ |

କିପରି କରିବେ ଆପଣଙ୍କ ମସ୍ତିସ୍କକୁ କଣ୍ଟ୍ରୋଲ :

ନିଜର ଇମୋସନକୁ କଣ୍ଟ୍ରୋଲ କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ନିଜର ମସ୍ତିସ୍କକୁ ସୁସ୍ଥ କରିବାକୁ ପଡିବ ,ଅର୍ଥାତ ନିଜର ମେଣ୍ଟାଲ ହେଲ୍ଥ ଉପରେ ଫୋକସ କରିବାକୁ ହେବ |ଏଥିପାଇଁ ଆପଣ ଏହି ତରିକା ଆପଣାନ୍ତୁ |

– ନିଜର ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ ଓ ନିରାମିଷ ଭୋଜନ କରନ୍ତୁ | ଏମିତି ଖାଦ୍ୟ ମନକୁ ଶାନ୍ତ ରଖିବାରେ ସହାୟକ ହୋଇଥାଏ |

– କମ ମସଲା ଏବଂ କମ ତେଲ ର ଖାଦ୍ୟ ଖାଆନ୍ତୁ | ଏହାଦ୍ୱାରା ମାନସିକ ଚଞ୍ଚଳତା ଉପରେ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ |

 ନିଦ ପୁରା କରନ୍ତୁ :

ଶୋଇବା ଏବଂ ଶଯ୍ୟାତ୍ୟାଗ କରିବା ସମୟ ନିର୍ଧାରିତ କରନ୍ତୁ | ପ୍ରତିଦିନ ଅତି କମରେ 6ରୁ 8 ଘଣ୍ଟା ନିଦ୍ରା ଯାଆନ୍ତୁ |

– ପ୍ରତ୍ୟେକ ଦିନ ଯୋଗ କରନ୍ତୁ | ଆପଣ ପ୍ରତ୍ୟେକ ଦିନ ଯେକୌଣସି ଏକ୍ସରସାଇଜ କରୁଥାନ୍ତୁ ପଛେ ,କିନ୍ତୁ ମାନସିକ ସ୍ୱାସ୍ଥ୍ୟକୁ ଅଧିକ ଭଲ ରଖିବା ପାଇଁ ପ୍ରତ୍ୟେକଦିନ ଅତି କମ୍ ରେ 30 ମିନିଟ ଯୋଗ କରିବା ନିହାତି ଜରୁରୀ ଅଟେ |

 ପ୍ରତ୍ୟେକ ଦିନ ଧ୍ୟାନ କରନ୍ତୁ

ପ୍ରତିଦିନ ଅତି କମ୍ ରେ ଏକ ଘଣ୍ଟା ଧ୍ୟାନ ନିହାତି କରନ୍ତୁ | ଆପଣ ଚାହିଁଲେ ଦିନକୁ ଦୁଇ ଥର 30-30 ମିନିଟ ଲେଖା ଧ୍ୟାନ କରିପାରିବେ | ଏହି ସମୟରେ ଆପଣ ତ୍ରାଟକ (ଗୋଟେ ଜାଗାରେ ଧ୍ୟାନ କେନ୍ଦ୍ରୀତ) କରି ପାରିବେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.