ପଞ୍ଜାବରେ ବଦଳିପାରେ ସରକାର, ବହୁମତରେ ଜିତିପାରେ ଆମ ଆଦମୀ ପାର୍ଟି

କେନ୍ୟୁଜ୍(ବ୍ୟୁରୋ):ଏକଜିଟ୍ ପୋଲ୍ ସଙ୍କେତ ଦେଉଛି ପଞ୍ଜାବରେ ବଦଳିପାରେ ସରକାର । କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ନେଇପାରେ ଆମ ଆଦମୀ ପାର୍ଟି । ବିଭିନ୍ନ ଏକଜିଟ୍ ପୋଲ୍ ଆପକୁ ସ୍ପଷ୍ଟ ବହୁମତ ଦେଉଛି । ଏବିପି-ସି ଭୋଟର ସର୍ଭେ କହୁଛି ପଞ୍ଜାବରେ ଆପ୍ ୫୧-୬୧ ଆସନରେ ଜିତିବ । କଂଗ୍ରେସକୁ ୨୨-୨୮, ବିଜେପିକୁ ୭-୧୩ ଓ ଅକାଳୀ ଦଳ ପାଇପାରେ ୨୦-୨୬ ସିଟ୍ । ସେହିପରି ଇଣ୍ଡିଆ ନ୍ୟୁଜ ରିପୋର୍ଟ ଅନୁସାରେ ଆପ୍ ୩୯-୪୩, କଂଗ୍ରେସ ୨୩-୨୬, ଶିରୋମଣି ଅକାଳୀ ଦଳ ୨୨-୨୫ ଓ ବିଜେପି ୬-୮ ଆସନରେ ବିଜୟୀ ହୋଇପାରେ ।
ଇଣ୍ଡିଆ ଟୁଡେ ଆପ ପ୍ରାର୍ଥୀ ୭୬-୯୦ ଆସନ ପାଇବେ ବୋଲି କହୁଛି । କଂଗ୍ରେସ ୧୯-୩୧, ଅକାଳୀ ଦଳ ୭-୧୧ ଓ ବିଜେପି ୧-୪ ଆସନ ପାଇବ ବୋଲି କହିଛି ଇଣ୍ଡିଆ ଟୁଡେ । ରିପବ୍ଲିକ ଟିଭି କହୁଛି ପଞ୍ଜାବରେ ଆପ୍ ଗଢ଼ିପାରେ ସରକାର । ଆପ୍ ୬୨-୭୦, କଂଗ୍ରେସ ୨୩-୩୧, ଅକାଳୀ ଦଳ ୧୬-୨୪ ଓ ବିଜେପି ୧-୩ ଆସନ ପାଇପାରନ୍ତି ।