ଗଞ୍ଜେଇ ଗଡ଼ ଗଜପତିରୁ ପୁଣି ବିପୁଳ ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁଲୁବା ଗ୍ରାମ ନିକଟସ୍ଥ ଦୁର୍ଗମ ବାର୍ଲାଗୁଡା ଗ୍ରାମରେ ଚଢ଼ାଉ କରି ବିପୁଳ ଗଞ୍ଜେଇ ଜବତ କରିଛି । ସୂଚନା ପ୍ରକାରେ ଉକ୍ତ ଗ୍ରାମର ତିଲେଶ୍ୱର ନାୟକ ନାମକ ଜଣେ ବ୍ୟକ୍ତି ଗଞ୍ଜେଇ କାରବାର କରୁଥିବା ସୂଚନା ପାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଚଢ଼ାଉ ବେଳେ ଘରୁ ୫ ଟି ବସ୍ତାରେ ଥିବା ୬୭୯ କେଜି ଗଞ୍ଜେଇ ଜବତ କରାଯାଇଛି । ବିକ୍ରି ପାଇଁ ଗଞ୍ଜେଇ ରଖାଯାଇଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ୩୩ ଲକ୍ଷ ୯୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ଥାନା କେସ୍ ନଂ ୩୯/୨୨ ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ତିଲେଶ୍ୱରକୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.