ହ୍ଵାଟସଆପ୍‌ ନ ଖୋଲି ବି ଏପରି ପଠାନ୍ତୁ ମେସେଜ, ଜାଣନ୍ତୁ ସହଜ ତରିକା

ଯଦି ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ବିଷୟରେ କଥା ଆସେ ତାହେଲେ ମନକୁ ପ୍ରଥମେ ହ୍ଵାଟସଆପ୍‌ କଥା ଆସେ। ହ୍ଵାଟସଆପ୍‌ ବି ନିଜର ୟୁଜର୍ସଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର୍ସ ଆଣିବାକୁ ଚେଷ୍ଟା ଚଳାଇଛି। ଆଉ ଏହାର ଜବରଦସ୍ତ ଫିଚର୍ସ ପାଇଁ ଏହାର ଲୋକପ୍ରିୟତା ବଢିଚାଲିଛି । କିନ୍ତୁ ଏମିତି କିଛି ଫିଚର୍ସ ରହିଛି ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଛନ୍ତି। କଣ ଆପଣଙ୍କୁ ଜଣାଅଛି ଆପଣ ହ୍ଵାଟ୍ସଆପ ନ ଖୋଲି ମଧ୍ୟ କାହାକୁ ବି ମାତ୍ର କେଇ ସେକେଣ୍ଡରେ ମେସେଜ୍‌ ସେଣ୍ଡ କରିପାରିବେ।

ହ୍ଵାଟ୍ସଆପ୍‌ ନ ଓପନ କରି ମଧ୍ୟ ପଠାନ୍ତୁ ମେସେଜ୍‌

ହ୍ଵାଟସଆପରେ ଅନେକ ଏମିତି ଶଟକର୍ଟ ଅଛି ଯାହା ଜରିଆରେ ଆପଣ ବିନା ହ୍ଵାଟସଆପ୍‌ ଖୋଲି ବି କାହାକୁ ବି ମେସେଜ୍‌ ସେଣ୍ଡ କରିପାରିବେ। ଏହାଦ୍ୱାରା ଆପଣଙ୍କ ସମୟ ମଧ୍ୟ ରହିବ ଏବଂ କାହାକୁ ଜଣା ବି ପଡିବନି ଆଉ ମେସେଜ ଯାଇକି ପହଁଚିଯିବ। ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ମେସେଜ୍‌ କରିବା ପାଇଁ ଆମକୁ ହ୍ଵାଟସଆପ୍‌ ଓପନ କରିବାକୁ ହୋଇଥାଏ। ଯେଉଁଥିରେ ସମୟ ଲାଗିଥାଏ। ଏମିତିରେ ଏହି ଟ୍ରିକକୁ ଆପଣାଇ ଆପଣ ବିନା ହ୍ଵାଟ୍ସଆପ ଓପନ କରି ମଧ୍ୟ ମେସେଜ ପଠାଇପାରିବେ।

ଆପଣାନ୍ତୁ ଏହି ଟ୍ରିକ

  1. ସର୍ବପ୍ରଥମେ ଆପଣ ସେହି ବ୍ୟକ୍ତିଙ୍କୁ ସିଲେକ୍ଟ କରନ୍ତୁ ଯାହାଙ୍କୁ ଆପଣ ସବୁଠାରୁ ଅଧିକ କଥା ହେଉଛନ୍ତି। ଆପଣ ତାଙ୍କ ଚାଟକୁ ସ୍କ୍ରୀନ ଉପରେ ଆଡ କରିପାରିବେ।
  2. ସେହି ବ୍ୟକ୍ତିଙ୍କର ଚାଟ ବକ୍ସ ଓପନ କରନ୍ତୁ, ଯାହାକୁ ହୋମ ସ୍କ୍ରୀନରେ ଆଡ୍‌ କରିବାକୁ ଚାହୁଁଛନ୍ତି। ଚାଟ ବକ୍ସ ଓପନ କରିବା ମାତ୍ରକେ ହିଁ ଆପଣଙ୍କୁ ରାଇଟ୍‌ ସାଇଡରେ ତିନି ଡଟ୍ସ ଦେଖାଯିବ।
  3. କ୍ଲିକ କରିବା ପରେ ହିଁ ଆପଣଙ୍କୁ ଆଡ୍‌ ଚାଟ ସର୍ଟକଟ୍‌ ଅପ୍ସନ ଦେଖାଇବ।
  4. ଆଡ ଚାଟ୍‌ ଶଟକର୍ଟ ଉପରେ କ୍ଲିକ କରିବା ପରେ ହିଁ ଫୋନର ହୋମ୍‌ ସ୍କ୍ରୀନରେ ଚାଟ ବକ୍ସ ଆଡ୍‌ ହୋଇଯିବ।
  5. ଏହାପରେ ଆପଣ ସେହି ବ୍ୟକ୍ତିଙ୍କ ସହିତ ବିନା ହ୍ଵାଟ୍ସଆପ୍‌ ଓପନ କରି ମଧ୍ୟ କଥା ହୋଇପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.