ଦେଶ ବିଦେଶ

ବାପାଙ୍କ ପଦାଙ୍କ ଅନୁସରଣ କରୁକରୁ ଦେଶ ପାଇଁ ସହିଦ ହୋଇଗଲେ ସିଡିଏସ୍‌ ଜେନେରାଲ ବିପିନ୍‌ ରାଉତ, ସୁପୁତ୍ରକୁ ଝୁରୁଛି ଦେଶ

କେନ୍ୟୁଜ୍(ବ୍ୟୁରୋ): ଭାରତର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ୍‌ ରାଉତ । ଭାରତୀୟ ଆର୍ମୀର ଫୋର ଷ୍ଟାର ଜେନେରାଲ । ୨୦୧୯ ଡିସେମ୍ବର ୩୦ରେ ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍‌ସ ଷ୍ଟାଫ୍‌ ଭାବେ ନିଯୁକ୍ତ ହୋଇଥିଲେ ଜେନେରାଲ ରାଓ୍ଵତ । ଜାନୁଆରୀ ୧, ୨୦୨୦ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପ୍ରଥମ କରି ଭାରତ ସରକାର ଏହି ପଦବୀ ସୃଷ୍ଟି କରିଥିଲେ । ତିନି ସେନା ମଧ୍ୟରେ ସମନ୍ଵୟ ରଖି କାର୍ଯ୍ୟ କରିବା ଥିଲା ସିଡିଏସ୍‌ର ମୁଖ୍ୟ ଉଦ୍ଦେଶ୍ୟ ।

ସିଡିଏସ୍‌ ଭାବେ ପ୍ରଥମ ଥର ପାଇଁ ୩ ସେନାକୁ ନେଇ ଇଣ୍ଟିଗ୍ରେଟେଡ୍‌ ଥିଏଥର କମାଣ୍ଡ୍‌ର ପରିକଳ୍ପନା କରିଥିଲେ ଜେନେରାଲ ବିପିନ ରାଓ୍ଵତ। ୧୭ଟି ସିଙ୍ଗିଲ ସର୍ଭିସ କମାଣ୍ଡକୁ ମିଶାଇ ୪ଟି ଜିଓଗ୍ରାଫିକାଲ କମାଣ୍ଡ କରାଯାଇଥିପାରିବ ବୋଲି କହିଥିଲେ ଜେନେରାଲ ରାଓ୍ଵତ । େଓ୍ଵଷ୍ଟର୍ଣ୍ଣ ଥିଏଟର କମାଣ୍ଡ, ନର୍ଦ୍ଦର୍ଣ୍ଣ ଥିଏଟର କମାଣ୍ଡ, ମାରିଟାଇମ୍‌ କମାଣ୍ଡ ଓ ଆଇଲ୍ୟାଣ୍ଡ କମାଣ୍ଡ । ପାକିସ୍ତାନ ସୀମା, ଚୀନ୍‌ ସୀମା ଓ ଭାରତର ଜଳସୀମା ପାଇଁ ଏହି ପରିକଳ୍ପନା କରିଥିଲେ ଜେନେରାଲ ରାଓ୍ଵତ । ସିଡିଏସ୍‌ ନିଯୁକ୍ତି ପୂର୍ବରୁ ଚିଫ୍‌ସ ଅଫ୍‌ ଷ୍ଟାଫ୍‌ କମିଟିର ୫୭ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ ଜେନେରାଲ ରାଓ୍ଵତ । ୨୭ତମ ସ୍ଥଳସେନା ମୁଖ୍ୟ ଥିଲେ ।

ସେକେଣ୍ଡ ଲେଫ୍‌ଟନାଣ୍ଟରରୁ ଜେନେରାଲ । ୪୦ ବର୍ଷର କ୍ୟାରିଅର । ଭାରତୀୟ ଆର୍ମୀର ସବୁ ପାହ୍ୟାରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ଜେନେରାଲ ବିପିନ୍‌ ରାଓ୍ଵତ । ଡିସେମ୍ବର ୧୬, ୧୯୭୮ରେ ଆରମ୍ଭ କରିଥିଲେ କ୍ୟାରିଅର । ୧୧ ଗୋର୍ଖା ରାଇଫଲ୍‌ର ପଞ୍ଚମ ବାଟାଲିଅନ୍‌ରେ ଯୋଗ ଦେଇଥିଲେ । ସେହି ୟୁନିଟ୍‌, ଯେଉଁଠି ତାଙ୍କ ବାପା କାମ କରିଥିଲେ । କାଉଣ୍ଟର ଇନସର୍ଜେନ୍‌ସୀ ଅପରେସନ୍‌ରେ ତାଙ୍କର ବହୁ ଅଭିଜ୍ଞତା ରହିଛି । କ୍ୟାରିଅରର ପ୍ରଥମ ୧୦ ବର୍ଷ ଏହି ଅପରେସନ୍‌ରେ ସାମିଲ ଥିଲେ ରାଓ୍ଵତ । ଏହା ପରେ ପଦୋନ୍ନତି ଓ କମାଣ୍ଡିଂ ଦାୟିତ୍ୱ । ମେଜର ଭାବେ ସେ ଜମ୍ମୁ କାଶ୍ମୀର ଓ ଉରିରେ କମାଣ୍ଡାଣ୍ଟ ଥିଲେ । ଇଷ୍ଟର୍ଣ୍ଣ ସେକ୍ଟର କିବିଥୁ ଏଲଏସିରେ କର୍ଣ୍ଣେଲ ଭାବେ ୧୧ ଗୋର୍ଖା ରାଇଫଲ୍‌କୁ କମାଣ୍ଡିଂ କରିଥିଲେ । ବ୍ରିଗେଡିୟର ଭାବେ ସପୁର୍‌ରେ ରାଷ୍ଟ୍ରୀୟ ରାଇଫଲ୍‌କୁ କମାଣ୍ଡ କରିଥିଲେ ।

 ୧୯୮୭ରେ ସୁମଡୋରୋଙ୍ଗ ଚୁ ଭ୍ୟାଲିରେ ଚୀନ୍‌ ସହ ମୁହାଁମୁହିଁ ହୋଇଥିଲା ରାଓ୍ଵତଙ୍କ ବାଟାଲିଅନ୍‌ । ୧୯୬୨ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ମାକ୍‌ମୋହନ୍‌ ଲାଇନ୍‌ରେ ଏହା ଥିଲା ଭାରତ-ଚୀନ୍‌ ପ୍ରଥମ ସାମ୍ନାସାମ୍ନି ଘଟଣା । ୨୦୧୫ ମିଆଁମାର ଷ୍ଟ୍ରାଇକ୍‌ରେ ତାଙ୍କର ଭୂମିକା ଥିଲା । ୨୦୧୫ରେ ମଣିପୁରରେ ୧୮ ଜଣ ଭାରତୀୟ ଯବାନ ଆତଙ୍କବାଦୀଙ୍କ ଆମ୍ବୁସରେ ସହିଦ ହୋଇଥିଲେ । ସୀମାପାର ଷ୍ଟ୍ରାଇକ୍‌ କରି ଏହାର ପ୍ରତିଶୋଧ ନେଇଥିଲା ଭାରତୀୟ ଆର୍ମୀ।

ମେଜର ଜେନେରାଲକୁ ପଦୋନ୍ନତି ପରେ ୧୯ତମ ଇନଫାଣ୍ଟ୍ରି ଡିଭିଜନ୍‌ର ଜେନେରାଲ ଅଫିସର କମାଣ୍ଡିଂ ଭାବେ ଦାୟିତ୍ୱ ନେଇଥିଲେ ବିପନି ରାଓ୍ଵତ। ଇଷ୍ଟର୍ଣ୍ଣ କମାଣ୍ଡ୍‌ର ମେଜର ନେନେରାଲ ଜେନେରାଲ ଷ୍ଟାଫ୍‌ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ଆର୍ମୀ କମାଣ୍ଡର ଗ୍ରେଡ୍‌କୁ ପଦୋନ୍ନତି ପରେ ଜାନୁଆରୀ ୧ ୨୦୧୬ରେ ଜେନେରାଲ ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌ ସଦର୍ଣ୍ଣ କମାଣ୍ଡ ପଦବୀରେ ନିଯୁକ୍ତ ହୋଇଥିଲେ । ଏହାର କିଛି ଦିନ ପରେ ସେପଟେମ୍ବର ୧, ୨୦୧୬ରେ ଭାଇସ୍‌ ଚିଫ୍‌ ଅଫ୍‌ ଆର୍ମୀ ଷ୍ଟାଫ୍‌ ଭାବେ ନିଯୁକ୍ତ ହୋଇଥିଲେ ବିପିନ୍‌ ରାଓ୍ଵତ। ୧୭ ଡିସେମ୍ବର ୨୦୧୬ରେ ୨୭ତମ ଚିଫ୍‌ ଅଫ୍‌ ଆର୍ମୀ ଷ୍ଟାଫ୍‌ ଭାବେ ଭାରତ ସରକାର ତାଙ୍କୁ ନିଯୁକ୍ତି ଦେଇଥିଲେ । ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଅତିକ୍ରମ କରି ସେ ସ୍ଥଳସେନା ମୁଖ୍ୟ ହୋଇଥିଲେ । ଡିସେମ୍ବର ୩୧, ୨୦୧୬ରେ ଦାୟିତ୍ୱ ଗ୍ରହଣ କରିଥିଲେ । ଚିଫ୍‌ ଅଫ୍‌ ଆର୍ମୀ ଷ୍ଟାଫ୍‌ ହେବାରେ ସେ ଗୋର୍ଖା ବ୍ରିଗେଡ୍‌ର ତୃତୀୟ ଅଫିସର ।

 ୪୦ ବର୍ଷର କ୍ୟାରିଅର ଭିତରେ ଉଲ୍ଲେଖନୀୟ ସେବା ପାଇଁ ବହୁ ସାମରିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଜେନେରାଲ ରାଓ୍ଵତ । ପରମ ବିଶିଷ୍ଟ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ, ସେନା ମେଡାଲ, ବିଶିଷ୍ଟ ସେବା ମେଡାଲ ଭଳି ବହୁ ସମ୍ମାନ ପାଇଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

31 mins ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

2 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

3 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

5 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

6 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

6 hours ago