ଦେଶ ବିଦେଶ

ଋଷ ଏତେ ଶୀଘ୍ର କିପରି ବନାଇ ପାରିଲା କରୋନା ଭ୍ୟାକ୍‌ସିନ୍‌, ଜାଣନ୍ତୁ ଏହା ପଛର କାରଣ

ମସ୍କୋ : କରୋନା ଭ୍ୟାକ୍‌ସିନ୍‌କୁ ନେଇ ସାରା ବିଶ୍ୱ ତା’ର ଗବେଷଣା ଜାରି ରଖିଛି । ପ୍ରତ୍ୟେକ ଦେଶ ନିଜକୁ ଆଗରେ ରଖିବାକୁ ଚାହୁଁଛନ୍ତି । କେହି କେହି ଭ୍ୟାକ୍‌ସିନ୍‌ର ଅନ୍ତିମ ଚରଣରେ ପହଞ୍ଚିଥିବା କହୁଛନ୍ତି । ଭାରତ ଓ ବ୍ରିଟେନ୍‌ ଖୁବ୍‌ ଶୀଘ୍ର ବଜାରରେ ଭ୍ୟାକ୍‌ସିନ୍‌ ଉପଲବ୍ଧ ହେବ ବୋଲି ଘୋଷଣା ମଧ୍ୟ କରି ଦେଇଛନ୍ତି ।

ତେବେ ଏହା ଭିତରେ ବାଜି ମାରି ନେଇଛି ସୋଭିଏତ୍‌ ଋଷ୍‌ । ଚୁପ୍‌ ଚାପ୍‌ ରହିଥିବା ଋଷ ହଠାତ୍‌ ଅଗଷ୍ଟ ୧୦ରୁ ୧୨ ଭିତରେ କରୋନା ଭ୍ୟାକ୍‌ସିନ୍‌ ବଜାରକୁ ଛାଡ଼ିବ ବୋଲି ଘୋଷଣା କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏତେ ଶୀଘ୍ର କିପରି ଋଷ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିପାରିଲା ସେ ନେଇ ଆମେରିକା ପ୍ରଶ୍ନ ଉଠାଇଛି ।

ଏହି ଭ୍ୟାକ୍‌ସିନ୍‌ ଠିକ୍‌ ଭାବରେ ହ୍ୟୁମାନ୍‌ ଟ୍ରାଏଲ୍‌ ହୋଇ ନଥିବାରୁ ଋଷର ଭ୍ୟାକ୍‌ସିନ୍‌କୁ ଆମେରିକା ମଧ୍ୟ ବ୍ୟବହାର କରିବ ନାହିଁ ବୋଲି କହିଛି । ତେବେ ଆସନ୍ତୁ ଜାଣିବା ଶୀଘ୍ର ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିବାରେ କ’ଣ ରହିଛି ଋଷର ଷ୍ଟ୍ରାଟାଜି । ଦୁନିଆର ପ୍ରଥମ କରୋନା ଭ୍ୟାକ୍‌ସିନ୍‌ ମସ୍କୋ ଗାମେଲ୍ୟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏପିଡେମିୟୋଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଏହି ଭ୍ୟାକ୍‌ସିନ୍‌କୁ ପ୍ରସ୍ତୁତ କରୁଛି ।

ତେବେ ଋଷ ତା’ର କାମକୁ ଅତି ଗୋପନରେ ଜାରି ରଖିଥିଲା । ଯେତେବେଳେ ଅନ୍ୟ ଦେଶ ତା’ର ଭ୍ୟାକ୍‌ସିନ୍‌ ପ୍ରସ୍ତୁତିର ପ୍ରତ୍ୟେକ ଷ୍ଟେଜ୍‌ର ବିବରଣୀ ପ୍ରକାଶ କରୁଥିଲା । ସେତେବେଳେ ଋଷ ଚୁପ୍‌ଚାପ୍‌ ତା’ର କାମରେ ଲାଗିଥିଲା । ଋଷ୍‌ ଭ୍ୟାକ୍‌ସିନ୍‌ର ପ୍ରସ୍ତୁତି ପାଇଁ ୨ଟି ଅଲଗା ଅଲଗା ଟିମ୍‌ ସହ ୨ଟି ଲ୍ୟାବ୍‌ରେ ତା’ର ପ୍ରୟୋଗ ଜାରି ରଖିଥିଲା । ପ୍ରତ୍ୟେକ ଟିମ୍‌ରେ ୩୮ ଜଣ ପ୍ରତିଭାଗୀ ଥିଲେ ।

ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଭ୍ୟାକ୍‌ସିନ୍‌ ଦିଆଯାଇଥିବା ବେଳେ ଅନ୍ୟ କିଛିଙ୍କୁ ପ୍ଲାସିବୋ ଇଫେକ୍ଟରେ ରଖାଯାଇଥିଲା । ସବୁଠୁ ବଡ଼ କଥା ହେଲା ଋଷ ତା’ର ପ୍ରୟୋଗକୁ ଗୁପ୍ତ ରଖିଥିଲା । ଋଷର ସରକାରୀ ମେଡିକାଲ ୟୁନିଭରସିଟି ସେଚେନୋଫ୍‌ ଟିମ୍‌ ହ୍ୟୁମାନ୍‌ ଟ୍ରାଏଲ୍‌ କରିବା ପରେ ଏହା ସୁରକ୍ଷିତ ବୋଲି ପ୍ରକାଶ କରିଥିଲା । ଅଗଷ୍ଟ ୧୦ରୁ ୧୨ ତାରିଖ ମଧ୍ୟରେ ଋଷ ଭ୍ୟାକ୍‌ସିନ୍‌କୁ ରେଜିଷ୍ଟର କରିବ ।

ଏହାର ସପ୍ତାହକ ମଧ୍ୟରେ ଋଷ୍‌ ତା’ର ଲୋକଙ୍କ ପାଇଁ ଭ୍ୟାକ୍‌ସିନ୍‌ ତିଆରି କରିବ । ତେବେ ସେପ୍ଟେମ୍ବର ମାସ ସୁଦ୍ଧା ଏହା ଅନ୍ୟ ଦେଶକୁ ଭ୍ୟାକ୍‌ସିନ୍‌ ପଠାଇବ । ସେପ୍ଟେମ୍ବର ସୁଦ୍ଧା ଭ୍ୟାକ୍‌ସିନ୍‌ ବଜାରରେ ଉପଲବ୍ଧ ହେବ ବୋଲି ଋଷ କହିଛି ।

Niharanjan

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

6 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

9 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

42 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

44 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago