ଦେଶ ବିଦେଶ

ପ୍ରକୃତିର ତାଣ୍ଡବ, ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍‌ ହେଲା ଭୂସ୍ଖଳନ !

ଥରେ ଭାବନ୍ତୁ ତ ଆପଣ ରାସ୍ତାରେ ଗାଡିରେ ଯାଉଛନ୍ତି ଆଉ ହଠାତ୍ ରାସ୍ତା କଡ଼ରେ ଥିବା ପାହାଡ଼ ଧସିବାକୁ ଆରମ୍ଭ କଲା । ସେତେବେଳେ ଆପଣ କଣ କରିବେ ? ନିଶ୍ଚୟ ଭାବରେ ଭୟଭୀତ ହୋଇଯିବେ। ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବେ । ଆଉ ଯଦି ବାଟ ନଥିବ ? ଠିକ ଏମିତି ଏକ ଘଟଣା ଘଟିଛି ମାୟାନଗରୀ ମୁମ୍ବାଇରେ।

ସବୁବେଳେ ଜନଗହଳିପୂର୍ଣ୍ଣ ଏକ ସ୍ଥାନରେ ହଠାତ୍ ଘଟିଯାଉଛି ଅଘଟଣ। ବର୍ଷାରେ ମୁମ୍ବାଇ ଏବଂ ଥାନେ ଏକଦମ୍ ବେହାଲ ହୋଇଛି। ଦେଖନ୍ତୁ ଆଜି ସକାଳେ ଏଠି କେମିତି ଘଟିଯାଇଛି ବଡ ଅଘଟଣ। ଯାତାୟତପୂର୍ଣ୍ଣ ରାସ୍ତାରେ ହଠାତ୍ ଧସୁଛି ପାହାଡ। ରାସ୍ତା ଉପରେ ଅଜାଡ଼ି ହୋଇ ପଡୁଛି ବଡ଼ ବଡ଼ ପଥର ଓ ମାଟି । ଅନେକ ଗାଡି ଚାପି ହୋଇଯିବା ସହ ଲୋକେ ଧାଁ ଦଉଡ କରୁଛନ୍ତି। ପ୍ରକୃତିର ତାଣ୍ଡବ ଲୀଳାର ଇଏ ହେଉଛି ଆଉ ଏକ ଦୃଶ୍ୟ । କେତେ ଯେ ଭୟଙ୍କର ଆପଣ ଏହି ଭିଡିଓ ଦେଖି ଜାଣିପାରୁଥିବେ। କମ୍‌ ବର୍ଷାର ରେକର୍ଡ଼ ଥିବା ମୁମ୍ବାଇରେ ଏବେ ଯେମିତି ଜଳପ୍ରଳୟ ।

କାନ୍ଦିଭିଲି ନିକଟେଓ୍ଵଷ୍ଟର୍ଣ୍ଣ ଏକ୍ସପ୍ରେସ୍‌ ହାଇେଓ୍ଵରେ ଘଟିଛି ଏହି ଅଘଟଣ । ଏଠି ପାହାଡ଼ କାଟି ରାସ୍ତା କରାଯାଇଛି । ହେଲେ ଅତି ପ୍ରବଳ ବର୍ଷା ଯୋଗୁଁ ରାସ୍ତା କଡ଼ ପାହାଡ଼ ଧସି ରାସ୍ତା ବନ୍ଦ କରି ଦେଇଛି । ଆଉ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଛି। କରୋନା ପରେ ଏବେ ବର୍ଷା ମୁମ୍ବାଇ ବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରବଳ ବର୍ଷା ହେତୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ମୁମ୍ବାଇ ଓ ଥାନେ ଅଞ୍ଚଳରେ ସର୍ତକତା ଜାରି କରାଯାଇଛି। ତଳି ଅଞ୍ଚଳରେ ଏବେ କୃତ୍ରିମ ବନ୍ୟା ପରିସ୍ଥିତି । କେଉଁଠି ଘର ଭିତରେ ପାଣି ତ ଆଉ କେଉଁଠି ବାହାରେ ଥିବା ଗାଡ଼ି ସବୁ ଅଧା ବୁଡ଼ି ରହିଛି । ଆଗକୁ ଆହୁରି ବର୍ଷାରି ସମ୍ଭାବନା ରହିଛି ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago