ପ୍ରକୃତିର ତାଣ୍ଡବ, ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍‌ ହେଲା ଭୂସ୍ଖଳନ !

ଥରେ ଭାବନ୍ତୁ ତ ଆପଣ ରାସ୍ତାରେ ଗାଡିରେ ଯାଉଛନ୍ତି ଆଉ ହଠାତ୍ ରାସ୍ତା କଡ଼ରେ ଥିବା ପାହାଡ଼ ଧସିବାକୁ ଆରମ୍ଭ କଲା । ସେତେବେଳେ ଆପଣ କଣ କରିବେ ? ନିଶ୍ଚୟ ଭାବରେ ଭୟଭୀତ ହୋଇଯିବେ। ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବେ । ଆଉ ଯଦି ବାଟ ନଥିବ ? ଠିକ ଏମିତି ଏକ ଘଟଣା ଘଟିଛି ମାୟାନଗରୀ ମୁମ୍ବାଇରେ।

mumbaiସବୁବେଳେ ଜନଗହଳିପୂର୍ଣ୍ଣ ଏକ ସ୍ଥାନରେ ହଠାତ୍ ଘଟିଯାଉଛି ଅଘଟଣ। ବର୍ଷାରେ ମୁମ୍ବାଇ ଏବଂ ଥାନେ ଏକଦମ୍ ବେହାଲ ହୋଇଛି। ଦେଖନ୍ତୁ ଆଜି ସକାଳେ ଏଠି କେମିତି ଘଟିଯାଇଛି ବଡ ଅଘଟଣ। ଯାତାୟତପୂର୍ଣ୍ଣ ରାସ୍ତାରେ ହଠାତ୍ ଧସୁଛି ପାହାଡ। ରାସ୍ତା ଉପରେ ଅଜାଡ଼ି ହୋଇ ପଡୁଛି ବଡ଼ ବଡ଼ ପଥର ଓ ମାଟି । ଅନେକ ଗାଡି ଚାପି ହୋଇଯିବା ସହ ଲୋକେ ଧାଁ ଦଉଡ କରୁଛନ୍ତି। ପ୍ରକୃତିର ତାଣ୍ଡବ ଲୀଳାର ଇଏ ହେଉଛି ଆଉ ଏକ ଦୃଶ୍ୟ । କେତେ ଯେ ଭୟଙ୍କର ଆପଣ ଏହି ଭିଡିଓ ଦେଖି ଜାଣିପାରୁଥିବେ। କମ୍‌ ବର୍ଷାର ରେକର୍ଡ଼ ଥିବା ମୁମ୍ବାଇରେ ଏବେ ଯେମିତି ଜଳପ୍ରଳୟ ।

landକାନ୍ଦିଭିଲି ନିକଟେଓ୍ଵଷ୍ଟର୍ଣ୍ଣ ଏକ୍ସପ୍ରେସ୍‌ ହାଇେଓ୍ଵରେ ଘଟିଛି ଏହି ଅଘଟଣ । ଏଠି ପାହାଡ଼ କାଟି ରାସ୍ତା କରାଯାଇଛି । ହେଲେ ଅତି ପ୍ରବଳ ବର୍ଷା ଯୋଗୁଁ ରାସ୍ତା କଡ଼ ପାହାଡ଼ ଧସି ରାସ୍ତା ବନ୍ଦ କରି ଦେଇଛି । ଆଉ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଛି। କରୋନା ପରେ ଏବେ ବର୍ଷା ମୁମ୍ବାଇ ବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରବଳ ବର୍ଷା ହେତୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ମୁମ୍ବାଇ ଓ ଥାନେ ଅଞ୍ଚଳରେ ସର୍ତକତା ଜାରି କରାଯାଇଛି। ତଳି ଅଞ୍ଚଳରେ ଏବେ କୃତ୍ରିମ ବନ୍ୟା ପରିସ୍ଥିତି । କେଉଁଠି ଘର ଭିତରେ ପାଣି ତ ଆଉ କେଉଁଠି ବାହାରେ ଥିବା ଗାଡ଼ି ସବୁ ଅଧା ବୁଡ଼ି ରହିଛି । ଆଗକୁ ଆହୁରି ବର୍ଷାରି ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.