ଦେଶ ବିଦେଶ

ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଜଣାନ୍ତୁ ଆପଣଙ୍କ ଅଭିଯୋଗ, କେମିତି ପଠାଇବେ ପଢ଼ନ୍ତୁ ପୂରା ପ୍ରକ୍ରିୟା

କଣ ଆପଣ କୌଣସି ସରକାରୀ ବିଭାଗର କାର୍ଯ୍ୟକୁ ନେଇ ଖୁସୀ ନାହାନ୍ତି କିମ୍ବା ଅସନ୍ତୁଷ୍ଟ ଅଛନ୍ତି କି ? କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ଆପଣଙ୍କ ପାଖରେ ପହଞ୍ଚିପାରୁ ନାହିଁ କି ? ତେବେ ଆପଣଙ୍କୁ ଆଉ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାହିଁକିନା ଏବେ ଆପଣ ନିଜର ସମସ୍ତ ଅଭିଯୋଗକୁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଇପାରିବେ। କେନ୍ଦ୍ର ସରକାରଙ୍କ ପୋର୍ଟାଲରେ ନିଜର ଅଭିଯୋଗକୁ ନେଇ ସବିଶେଷ ବିବରଣୀ ଦେଇପାରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିନା ବାଧାରେ ଆପଣଙ୍କ ଅଭିଯୋଗ ପହଞ୍ଚିପାରିବ।

ଯଦି ଆପଣ କୌଣସି ସରକାରୀ ଅଧିକାରୀ କିମ୍ବା ବିଭାଗର କାର୍ଯ୍ୟରେ ଅସନ୍ତୁଷ୍ଟ ଅଛନ୍ତି ତାହେଲେ ଘରେ ବସି ଅନଲାଇନ୍‌ରେ ନିଜର ଅଭିଯୋଗକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଠାଇପାରିବେ। ଏହା ପ‌ରେ ପିଏମଓ ପକ୍ଷରୁ ଘଟଣାର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ପଠାଇବା ପାଇଁ ଆପଣଙ୍କୁ ପ୍ରଥମେ http://www.pmindia.gov.in/hi ଓ୍ବେବସାଇଟକୁ ଯିବାକୁ ହେବ।

ଏହାପରେ ଆପଣ ଡ୍ରପ ଡାଉନ ମେନ୍ୟୁରେ ‘ପ୍ରଧାନମନ୍ତ୍ରୀଙ୍କୁ ଲେଖନ୍ତୁ’ ଉପରେ କ୍ଲିକ୍‌ କରିବେ। ତାପରେ CPGRAMS ପେଜ୍‌ ଖୋଲିବ। ନିଜର ସମସ୍ତ ଅଭିଯୋଗ ଏଠାରେ ଉଲ୍ଲେଖ କରିପାରିବେ। ଏହା ପରେ ଆପଣଙ୍କୁ ଏକ ପଞ୍ଜିକରଣ ସଂଖ୍ୟା ମିଳିବ। ଅଭିଯୋଗ ପଠାଇବା ପ‌ରେ ନାଗରିକଙ୍କ ସମ୍ପର୍କରେ ଲେଖିବାକୁ ପଡ଼ିବ। ମଗାଯାଇଥିବା ତଥ୍ୟ ଭରିବା ପରେ ଆପଣ ନିଜର ଅଭିଯୋଗ ସେଣ୍ଡ କରିପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣ ଡାକ ମାଧ୍ୟମରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଜର ଅଭିଯୋଗ ପଠାଇପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଠିକଣାରେ ଡାକ ଜରିଆରେ ନିଜ ଅଭିଯୋଗ ପତ୍ର ଦେବାକୁ ହେବ। ପିଏମଓ ଠିକଣା- ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟ ସାଉଥ୍‌ ବ୍ଲକ୍‌, ନୂଆଦିଲ୍ଲୀ, ପିନ୍‌- ୧୧୦୦୧୧ । ଏହା ସହ ଫ୍ୟାକ୍ସ ନମ୍ବର- ୦୧୧-୨୩୦୧୬୮୫୭ ଜରିଆରେ ଲୋକମାନେ ନିଜର ଅଭିଯୋଗ ପଠାଇପାରିବେ।

Pritiparna

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

8 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

37 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

56 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago