ଦେଶ ବିଦେଶ

କାହିଁକି କରୋନା ଭାଇରସର ଚିକିତ୍ସା ଖୋଜିବାକୁ ଲାଗୁଛି ଏତେ ସମୟ, ଜାଣନ୍ତୁ କାରଣ

କରୋନା ଭାଇରସ୍‌ ପୂରା ବିଶ୍ୱ ପାଇଁ ଏକ ବଡ ସଂକଟ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ଏହି ଜୀବନନାଶକ ଭାଇରସ ଦୁନିଆର ଅନେକ ଦେଶରେ ନିଜ କାୟା ବିସ୍ତାର କରିସାରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଗମ୍ଭୀରତାକୁ ଦେଖି କରେନା ଭାଇରସକୁ ବିଶ୍ୱ ମହାମାରୀ ଘୋଷିତ କରିଦେଇଛି। ଅନେକ ଦେଶ ଏହି ଖତରନାକ ଭାଇରସର ଟୀକା ଖୋଜିବାକୁ ପ୍ରୟାସ କରୁଛନ୍ତି କିନ୍ତୁ ଏବେ ପର୍ଯ୍ୟନ୍ତ କେହି ବି ଏହାର ଟୀକା ଖୋଜିବାକୁ ସଫଳ ହୋଇନାହାନ୍ତି।

ଏଲଏ ଟାଇମ୍ସରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ କରୋନା ଭାଇରସର ଟୀକା ବାହାର କରିବାକୁ ଆହୁରି ବର୍ଷେ କି ୧୮ ମାସ ସମୟ ଲାଗିବ। ଆମେରିକା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଆଲର୍ଜୀ ଆଣ୍ଡ୍‌ ଇନଫେକସିୟସ୍‌ ଡିଜିଜର ନିର୍ଦ୍ଦେଶକ ଡାକ୍ତର ଆନ୍ଥନୀ ଫୌସୀ ଏହା ଦାବି କରିଛନ୍ତି।

ରିପୋର୍ଟ ଅନୁଯାୟୀ ଆମେରିକାରେ ହିଁ ୧୦ଟି ବିଭିନ୍ନ ରିସର୍ଚ୍ଚ ଲ୍ୟାବରେ କରୋନା ଭାଇରସର ଟୀକା ବାହାର କରିବା ପାଇଁ ରିସର୍ଚ୍ଚ କରାଯାଉଛି। ଯେଉଁଥିରେ ଗୋଟିଏ ଲ୍ୟାବ ଏପ୍ରିଲରେ କ୍ଲିନିକାଲ ଟ୍ରାଏଲ୍‌ ଆରମ୍ଭ କରିବାକୁ ଆଶା ରଖିଛି।

କ୍ଲିନିକାଲ ଟ୍ରାଏଲ୍‌ ଆରମ୍ଭ ହେବା ପରେ ମଣିଷଙ୍କ ଉପରେ ଏହାର ପ୍ରଥମ ଷ୍ଟେଜର ଟେଷ୍ଟିଂରେ ଆଉ ତିନି ମାସ ଲାଗିବ। ସେହିପରି ଫାଇନାଲ ଟ୍ରାଏଲ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରୀୟାରେ ୮ ମାସ ଆହୁରି ସମୟ ଲାଗିବ। ଏହି କାରଣରୁ ବଜାରରେ କରୋନା ଭାଇରସର ଟୀକା ଏବେ ଜଲଦି ଆସିଯିବ ବୋଲି ଆଶଙ୍କା କରାଯାଉଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ଭାଇରସ କାରଣରୁ ଭାରତରେ ଏବେ ପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋସାରିଥିବାବେଳେ ୮୨ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ସାରା ଦୁନିଆରେ ୪ ହଜାରରୁ ଅଧିକ ଲୋକ ଏହି ଭାଇରସରେ ମରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସକୁ ନିୟନ୍ତ୍ରିତ କରିବା ପାଇଁ ସାର୍କ ଦେଶକୁ ସହଯୋଗର ପ୍ରସ୍ତାବ ରଖିଛନ୍ତି। ପିଏମ ମୋଦି ଏହି ବୟାନକକୁ ଭୁଟାଣ, ନେପାଳ, ଶ୍ରୀଲଙ୍କା, ମାଳଦୀପ ଏବଂ ପାକିସ୍ତାନ ଭଳି ଦେଶକୁ ପ୍ରସାରିତ କରିଛନ୍ତି।

Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

9 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

11 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

52 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago