କାହିଁକି କରୋନା ଭାଇରସର ଚିକିତ୍ସା ଖୋଜିବାକୁ ଲାଗୁଛି ଏତେ ସମୟ, ଜାଣନ୍ତୁ କାରଣ

କରୋନା ଭାଇରସ୍‌ ପୂରା ବିଶ୍ୱ ପାଇଁ ଏକ ବଡ ସଂକଟ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ଏହି ଜୀବନନାଶକ ଭାଇରସ ଦୁନିଆର ଅନେକ ଦେଶରେ ନିଜ କାୟା ବିସ୍ତାର କରିସାରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଗମ୍ଭୀରତାକୁ ଦେଖି କରେନା ଭାଇରସକୁ ବିଶ୍ୱ ମହାମାରୀ ଘୋଷିତ କରିଦେଇଛି। ଅନେକ ଦେଶ ଏହି ଖତରନାକ ଭାଇରସର ଟୀକା ଖୋଜିବାକୁ ପ୍ରୟାସ କରୁଛନ୍ତି କିନ୍ତୁ ଏବେ ପର୍ଯ୍ୟନ୍ତ କେହି ବି ଏହାର ଟୀକା ଖୋଜିବାକୁ ସଫଳ ହୋଇନାହାନ୍ତି।

ଏଲଏ ଟାଇମ୍ସରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ କରୋନା ଭାଇରସର ଟୀକା ବାହାର କରିବାକୁ ଆହୁରି ବର୍ଷେ କି ୧୮ ମାସ ସମୟ ଲାଗିବ। ଆମେରିକା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଆଲର୍ଜୀ ଆଣ୍ଡ୍‌ ଇନଫେକସିୟସ୍‌ ଡିଜିଜର ନିର୍ଦ୍ଦେଶକ ଡାକ୍ତର ଆନ୍ଥନୀ ଫୌସୀ ଏହା ଦାବି କରିଛନ୍ତି।

vaccineରିପୋର୍ଟ ଅନୁଯାୟୀ ଆମେରିକାରେ ହିଁ ୧୦ଟି ବିଭିନ୍ନ ରିସର୍ଚ୍ଚ ଲ୍ୟାବରେ କରୋନା ଭାଇରସର ଟୀକା ବାହାର କରିବା ପାଇଁ ରିସର୍ଚ୍ଚ କରାଯାଉଛି। ଯେଉଁଥିରେ ଗୋଟିଏ ଲ୍ୟାବ ଏପ୍ରିଲରେ କ୍ଲିନିକାଲ ଟ୍ରାଏଲ୍‌ ଆରମ୍ଭ କରିବାକୁ ଆଶା ରଖିଛି।

କ୍ଲିନିକାଲ ଟ୍ରାଏଲ୍‌ ଆରମ୍ଭ ହେବା ପରେ ମଣିଷଙ୍କ ଉପରେ ଏହାର ପ୍ରଥମ ଷ୍ଟେଜର ଟେଷ୍ଟିଂରେ ଆଉ ତିନି ମାସ ଲାଗିବ। ସେହିପରି ଫାଇନାଲ ଟ୍ରାଏଲ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରୀୟାରେ ୮ ମାସ ଆହୁରି ସମୟ ଲାଗିବ। ଏହି କାରଣରୁ ବଜାରରେ କରୋନା ଭାଇରସର ଟୀକା ଏବେ ଜଲଦି ଆସିଯିବ ବୋଲି ଆଶଙ୍କା କରାଯାଉଛି।

labଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ଭାଇରସ କାରଣରୁ ଭାରତରେ ଏବେ ପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋସାରିଥିବାବେଳେ ୮୨ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ସାରା ଦୁନିଆରେ ୪ ହଜାରରୁ ଅଧିକ ଲୋକ ଏହି ଭାଇରସରେ ମରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସକୁ ନିୟନ୍ତ୍ରିତ କରିବା ପାଇଁ ସାର୍କ ଦେଶକୁ ସହଯୋଗର ପ୍ରସ୍ତାବ ରଖିଛନ୍ତି। ପିଏମ ମୋଦି ଏହି ବୟାନକକୁ ଭୁଟାଣ, ନେପାଳ, ଶ୍ରୀଲଙ୍କା, ମାଳଦୀପ ଏବଂ ପାକିସ୍ତାନ ଭଳି ଦେଶକୁ ପ୍ରସାରିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.