Below header

Whatsapp Tips: ଏହି ଉପାୟରେ ସହଜରେ ବଢ଼ାନ୍ତୁ ଫୋନ୍‌ର ଷ୍ଟୋରେଜ୍‌, ଆଉ ଡାଉନ୍‌ଲୋଡ୍‌ ପାଇଁ ହେବନି ଅସୁବିଧା

ଫେସ୍‌ବୁକ୍‌ର ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ଏକ ଲୋକପ୍ରିୟ ଆପ୍‌। ଲୋକମାନେ ପରସ୍ପର ସହ ଜଡ଼ିତ ରହିବା ପାଇଁ ବହୁଳ ଭାବେ ଏହି ଆପ୍‌କୁ ବ୍ୟବହାର କରୁଛନ୍ତି। କେବଳ କଥାବାର୍ତ୍ତା ପାଇଁ ନୁହେଁ, ଆପଣ ଚାହିଁଲେ ଫଟୋ ପଠାଇବା, ଭିଡିଓ କଲ୍‌ କରିବା, ଲୋକେସନ୍‌ ପଠାଇବା ପାଇଁ ମଧ୍ୟ ଏହି ଆପ୍‌କୁ ବ୍ୟବହାର କରିପାରିବେ। ତେବେ ଏହି କଥାକୁ ବୋଧେ ଅଧିକାଂଶ ଲୋକ ଧ୍ୟାନ ଦେଇନଥିବେ ଯେ ହ୍ଵାଟ୍ସ ଆପ୍‌ରେ ଆପଣଙ୍କ ପାଖକୁ ଆସୁଥିବା ସମସ୍ତ ଫଟୋ ଓ ଭିଡିଓ ଆପେ ଆପେ ଡାଉନ୍‌ଲୋଡ୍‌ ହୋଇଯାଏ। ଫଳରେ ସ୍ମାର୍ଟଫୋନ୍‌ର ଷ୍ଟୋରେଜ୍‌ ଫୁଲ୍‌ ହୋଇଯାଏ।

whatsapp

ଯଦି ଆପଣ ହ୍ଵାଟ୍ସ ଆପ୍‌ରେ ଆସୁଥିବା ଫଟୋ ଓ ଭିଡିଓକୁ ଡାଉନ୍‌ଲୋଡ୍‌ କରିବାକୁ ଚାହୁଁନାହାନ୍ତି, ତେବେ ଫୋନ୍‌ର ସେଟିଂରେ କିଛି ପରିବର୍ତ୍ତନ କରନ୍ତୁ। ଆସନ୍ତୁ ଜାଣିବା କେଉଁ ଉପାୟରେ ମିଡିଆ ଫାଇଲ୍‌କୁ ସେଭ୍‌ ହେବାରୁ ରୋକିବେ…

whatsapp_settings

  • ସର୍ବପ୍ରଥମେ ହ୍ଵାଟ୍ସ ଆପ୍‌ ଖୋଲନ୍ତୁ।
  • ଏବେ ଡାହାଣ କଡ଼ ଉପରେ ଥିବା ତିନିଟି ଡଟ୍‌ ଅପସନ୍‌କୁ ଚୟନ କରନ୍ତୁ।
  • ବର୍ତ୍ତମାନ ସେଟିଂ ସିଲେକ୍ଟ କରନ୍ତୁ।
  • ଏବେ ଆପଣଙ୍କୁ ଚାଟ୍‌ ଅପ୍ସନ୍‌ ଦେଖାଯିବ।
  • ଚାଟ୍‌ ଉପରେ କ୍ଲିକ୍‌ କରିବା ପରେ ଆପଣଙ୍କୁ Media Visibility ରେ ଏହି ପରିବର୍ତ୍ତନ କରି ବଢ଼ାନ୍ତୁ ଷ୍ଟୋରେଜ୍‌ ର ବିକଳ୍ପ ମିଳିବ, ଏହି ଅପସନ୍‌କୁ ଅଫ୍‌ କରି ଦିଅନ୍ତୁ।

କେତେକ ସ୍ୱତନ୍ତ୍ର ଚାଟ୍‌ ପାଇଁ ଏହି ଉପାୟ ଆପଣାନ୍ତୁ:

whatsapp-2

  • ହ୍ଵାଟ୍ସ ଆପ୍‌ ଖୋଲନ୍ତୁ।
  • ଆପଣ ଯେଉଁ ଚାଟ୍‌ ପାଇଁ ସେଟିଂ କରିବାକୁ ଚାହୁଁଛନ୍ତି ସେହି କଣ୍ଟାକ୍ଟ ଉପରେ କ୍ଲିକ୍‌ କରନ୍ତୁ।
  • ଚାଟ୍‌ ଓପନ କରିବା ପରେ ଡାହାଣ ପଟ ଉପରେ ଥିବା ତିନିଟି ଡଟ୍‌କୁ କ୍ଲିକ୍‌ କରନ୍ତୁ।
  • ଆପଣଙ୍କୁ ଏଠାରେ ଭିୟୁ କନ୍‌ଟାକ୍ଟ ଅପସନ୍‌ ଉପରେ କ୍ଲିକ୍‌ କରିବାକୁ ପଡ଼ିବ।
  • ଏହା ପରେ ଆପଣଙ୍କୁ ତଳେ Media Visibility ବିକଳ୍ପ ଉପରେ କ୍ଲିକ୍‌ କରିବାକୁ ହେବ।
  • ଏବେ ଆପଣଙ୍କ ସାମ୍ନାରେ ତିନିଟି ଅପସନ୍‌ ଆସିବ ଡିଫଲ୍ଟ No, Yes ଓ No।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.