Below header

ଆୟୁଷ୍ମାନଙ୍କ ସହିତ ଆକ୍ସନ ଥ୍ରୀଲର ଫିଲ୍ମ କରିବେ ଅନୁଭବ ସିହ୍ନା, ଘୋଷଣା ହେଲା ଫିଲ୍ମର ରିଲିଜ ତାରିଖ

ବଲିଉଡରେ ଆକ୍ସନ ଫିଲ୍ମ କରିବେ ଆୟୁଷ୍କାନ ଖୁରାନା। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ସବୁବେଳେ ବଲିଉଡରେ ଭିନ୍ନ ଚରିତ୍ର କରୁଥିବା ଆୟୁଷ୍ମାନ ପୁଣି ଆକ୍ସନ କରିବେ। ଏପର୍ଯ୍ୟନ୍ତ ଫିଲ୍ମର ନାମ ଘୋଷଣା କରାଯାଇନାହିଁ। କିନ୍ତୁ ଫିଲ୍ମର ରିଲିଜ ଡେଟ୍‌ ଅକ୍ଟୋବର ୧୬ ତାରିଖ ଘୋଷଣା କରାଯାଇଛି। କିନ୍ତୁ ଫିଲ୍ମକୁ ଅନୁଭବ ସିହ୍ନା ନିର୍ଦ୍ଦେଶନା ଦେବେ। ଏହା ପୂର୍ବରୁ ଆୟୁଷ୍ମାନ ଅନୁଭବଙ୍କ ସହିତ ‘ଆର୍ଟିକିଲ ୧୫’ରେ କାମ କରିଥିଲେ। ଯାହା କ୍ରିଟିକ୍ସଙ୍କୁ ବହୁତ ପସନ୍ଦ ଆସିଥିଲା।

article

ନିକଟରେ ଅନୁଭବଙ୍କ ଫିଲ୍ମ ‘ଥପ୍ପଡ’ ରିଲିଜ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିଥିଲା। ନିକଟରେ ଆୟୁଷ୍ମାନଙ୍କ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ରିଲିଜ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ୭୦ କୋଟି ଟଙ୍କା ଆୟ କରିଥିଲା। ଏବେ ଆୟୁଷ୍ମାନ ଫିଲ୍ମ ‘ଗୁଲାବୋ ସିତାବୋ’ରେ ନଜର ଆସିବେ। ପ୍ରଥମ ଥର ପାଇଁ ଆୟୁଷ୍ମାନ ଅମିତାଭ ବଚ୍ଚନଙ୍କ ସହିତ ସ୍କ୍ରିନ ସେୟାର କରିବେ। ଫିଲ୍ମର ନିର୍ଦ୍ଦେଶନା ସୁଜିତ ସରକାର ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.