କରୋନା ଭୟ:ଦାରିଙ୍ଗବାଡ଼ିରେ ସଭା, ପର୍ଯ୍ୟଟନ ସ୍ଥଳୀ,ପାର୍କ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଦାରିଙ୍ଗବାଡ଼ି(କେନ୍ୟୁଜ୍): ବିଶ୍ଵରେ ଏବେ ସବୁଠି ଘାରିଛି କରୋନା ଭୟ । କରୋନା ପାଇଁ ରାଜ୍ୟ ସରକାରଙ୍କ ତରଫରୁ  ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ନିଆଯାଇଛି। ଆସନ୍ତା ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଜିଲ୍ଲାପାଳମାନଙ୍କୁ ମଧ୍ୟ ଏଦିଗରେ ପଦକ୍ଷେପ ନିଆଯିବା ପାଇଁ ନିର୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ଗାଇଡ ଲାଇନକୁ ମଧ୍ୟ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି ଏହାକୁ ଗୁରତ୍ୱର ସହ ନେଇଛନ୍ତି। ପ୍ରଥମ ପଦକ୍ଷେପ ସ୍ବରୂପ ଫୁଲବାଣୀ କରୋନେସନ ପଡିଆରେ ଜିଲ୍ଲା ଲେଖକ ସାମୁଖ୍ୟ ପକ୍ଷରୁ ୧୨ରୁ ଆରମ୍ଭ ହେବାକୁ ଥିବା ପୁସ୍ତକ ମେଳାକୁ ବାତିଲ କରିଛନ୍ତି। ସେହିପରି ସଭା ସମିତି କରି ଗହଳି ନକରିବା, ଲଜ୍‌ ଗୁଡିକ ଉପରେ ନଜର ରଖିବାକୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ତାମିଲନାଡୁ,ସୁରାଟ,କେରଳ,ବାଙ୍ଗାଲୁରୁ, ଚେନ୍ନାଇ,ମହାରାଷ୍ଟ୍ର,ଗୋଆ ଭଳି ରାଜ୍ୟମାନଙ୍କୁଜିଲ୍ଲାର ଅଧିକାଂଶ ଲୋକ କାମ କରୁଥିବାରୁ ସେମାନଙ୍କ ଯାତାୟତ ଉପରେ ନଜର ରଖାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।

daringbadi -1ସେହିପରି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ ପାଇଁ ସଚେତନ ରଥ ବୁଲୁଥିବା ଏବଂ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ଜିଲ୍ଲାପାଳ କହିଛନ୍ତି।ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଜିଲ୍ଲା ପଞ୍ଚାୟତ ଅଧିକାରୀ କିଶୋର ଚନ୍ଦ୍ର ପାଢ଼ୀ ଯାଇ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି। ରାଜ୍ୟ ବାହାରେ କେରଳ, ତାମିଲନାଡୁ, କର୍ଣ୍ଣାଟକରେ କାମ କରୁଥିବା ଲୋକେ ଗ୍ରାମକୁ ଫେରିଲେ ସେମାନଙ୍କୁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ସ୍ବାସ୍ଥ୍ୟପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି। ସନ୍ଦେହ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପାଇଁ ଖୋଲାଯାଇଥିବା ସ୍ବତନ୍ତ୍ର ୱାର୍ଡ଼କୁ ନେବାକୁ ଲୋକମାନଙ୍କୁ କହିଛନ୍ତି। ଦାରିଙ୍ଗବାଡ଼ିର ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ନେଚର ପାର୍କ, ହିଲ୍‌ଭିୟୁ ପାର୍କ, କଫି ବଗିଚା ଆଦିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି। ନେଚରପାର୍କ ଆସନ୍ତା ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବାଲିଗୁଡ଼ା ଡିଏଫ୍‌ଓ ବିଶ୍ୱନାଥନ୍‌ ନିଲନଭର କହିଛନ୍ତି। ହିଲ୍‌ଭିୟୁପାର୍କ ଦାୟିତ୍ୱରେ ରହିଥିବା ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ମଧ୍ୟ ପାର୍କ ବନ୍ଦ ଥିବା ସୂଚନା ଫଳକ ଲଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.