ନିଜ ବାପାଙ୍କର ଅବିକଳ କାର୍ବନ କପି ହେଉଛନ୍ତି ତୈମୁର ଅଲ୍ଲୀ ଖାନ, ଏହି ଫଟୋକୁ ଦେଖିଲେ ଆପଣ ବି ହୋଇଯିବେ କନଫ୍ୟୁଜ

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନ କୌଣସି ଫିଲ୍ମର ହିରୋ ନୁହଁନ୍ତି କିନ୍ତୁ ତାଙ୍କର ପପୁଲାରିଟି କୌଣସି ସୁପରଷ୍ଟାର ଠାରୁ କାମ ନୁହେଁ । ଯେଉଁଠି ତୈମୁର ଥାନ୍ତି ସେଠାରେ ମିଡ଼ିଆର କ୍ୟାମେରା ଅନ୍ୟ କାହାକୁ ଦେଖେନାହିଁ । ତେବେ ଏହା ମଧ୍ୟରେ ତୈମୁରଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯାହାକୁ କରିନା କପୁର ଖାନ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

 

View this post on Instagram

 

Saif or Taimur ???? 😉😉 #likefatherlikeson ❤️😍

A post shared by Kareena Kapoor Khan (@therealkareenakapoor) on


ଏହି ଫଟୋରେ ସୈଫଙ୍କ ପିଲାଦିନର ଫଟୋ ସହିତ ତୈମୁରଙ୍କ ଲାଟେଷ୍ଟ ଫଟୋ ଯୋଡାଯାଇଛି । ତେବେ ସୈଫଙ୍କ ଏହି ପିଲାଦିନର ଫଟୋ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ତାଙ୍କର ପିଲାଦିନର ଫଟୋ ତୈମୁରଙ୍କ ସହ ସମ୍ପୂର୍ଣ୍ଣ ଭାବେ ମିଶିଯାଉଛି । ତେବେ ଏହି ଫଟୋରେ ଦୁଇଜଣଙ୍କ ମୁଁହ ଏତେ ମାତ୍ରାରେ ମିଶିଯାଉଛି ଯେ କେହି ବି ଦେଖିବା ମାତ୍ରେ ପ୍ରଥମେ ଦ୍ଵନ୍ଦରେ ପଡିଯିବେ । ଯଦିଓ ତୈମୁରଙ୍କ ଫଟୋ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ କିନ୍ତୁ ଏବେ ତୈମୁରଙ୍କ ସହ ତାଙ୍କ ବାପାଙ୍କ ଅବିକଳ ଫଟୋ ଅଧିକ ମାତ୍ରାରେ ଭାଇରଲ ହେବାରେ ଲାଗିଛି ।

ଏହି ଫଟୋରେ ଦୁହେଁ ଏକାଭଳି ପୋଜ ଦେଇଥିବା ଦେଖିବାକୁ ମିଳିଛି । କରିନାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଫଟୋକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ସୂଚନା ଅନୁଯାୟୀ ନିକଟରେ କରିନା ଏବଂ ସୈଫ ତୈମୁରର ଫଟୋ କ୍ୟାପଚର ନକରିବା ପାଇଁ ମିଡ଼ିଆକୁ ଅନୁରୋଧ କରିଥିଲେ କିନ୍ତୁ ତୈମୁର ଏତେ କ୍ୟୁଟ ଯେ ତାଙ୍କୁ ଦେଖିବା ମାତ୍ରେ କ୍ୟାମେରା ଆପେ ଆପେ ତାଙ୍କ ଉପରକୁ ଚାଲିଯାଏ ।

Leave A Reply

Your email address will not be published.