Below header

ଜିଓ ଆଣୁଛି ବଡ ଧମାକା, ୩୯୯ ଟଙ୍କାରେ ଲଞ୍ଚ ହୋଇପାରେ Jio phone lite !

ଜିଓ ପକ୍ଷରୁ ୨୦୧୭ରେ ପ୍ରଥମ ୪ଜି ନେଟଓ୍ଵାର୍କ ସପୋର୍ଟ ଫୋନ ଲଞ୍ଚ କରି ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା। ଏହିJio phone ର ସଫଳତା ପରେ ପୁଣି ରିଲାଏନ୍ସ jio phone lite ଲଞ୍ଚ କରିବାକୁ ଯାଉଛି। ଏହାକୁ ନେଇ ଜିଓ ପ୍ରସ୍ତୁତି ଚଳାଉଛି। ଯାହାର ମୂଲ୍ୟ ୩୯୯ ଟଙ୍କା ହୋଇପାରେ ବୋଲି ଖବର ମିଳିଛି। ଏହି ଫୋନକୁ ଲଞ୍ଚ କରିବାକୁ ନେଇ କମ୍ପାନୀ ଗମ୍ଭୀର ଭାବେ କାମ ଆରମ୍ଭ କରିଛି। ଏହି ଫୋନରେ କିଛି ଅଫର ରହିଛି, ଯେଉଁଥିରେ ଗ୍ରାହକଙ୍କୁ ଡାଟା ଏବଂ କଲିଂର ସୁବିଧା ରହିବ।

11

ଏହି ଫୋନର ସ୍ପେସିଫଇକେସ ଜିଓ ଫୋନ ଭଳି ରହିବ। ଏହା ସହିତ ଏହି ଫୋନ ଏକ ଫିଚର ଫୋନ ହେବ, ସ୍ମାର୍ଟଫୋନ ନୁହେଁ। ଏହି ଫୋନରେ ୨.୪ ଇଞ୍ଚ ଡିସ୍‌ପ୍ଲେ, ୧.୨ ଗେହେର୍ଟଜକା ଏସ୍‌ପିଆରଡି 9820 A/QC8905 ଡୁଆଲ ପ୍ରୋସେର, ଗ୍ରାଫିକ୍ସ ପାଇଁ ୪୦୦ ଜିପିୟୁ, ୫୧୨ ଏମବି ଏବଂ ୪ ଜିବି ଷ୍ଟୋରେଜ ସହିତ ୧୨୮ ଜିବି ମଧ୍ୟ ବୃଦ୍ଧି ହୋଇପାରିବ। ଏହାଛଡା ଫୋନରେ ୨ ମୋଗାପିକ୍ସେଲ ରିଅର କ୍ୟାମେରା ଏବଂ ୦.୩ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି। ଏହି ଫୋନରେ ଆପଣ ଭିଡିଓ କଲିଂ କରିପାରିବେ। ଏହାଛଡା ଫିଲ୍ମରେ ବ୍ଲୁଟୁଥ, ଓ୍ଵାଇଫାଇ ଏନ୍‌ଏଫସି, ଏଫଏମ ରେଡିଓ ଏବଂ ୟୁଏସ୍‌ବି ୨.୦ ସପୋର୍ଟ ମିଳିବ।

ccc

ଏହାଛଡା ଫେଶନରେ ୨୨ ଭାରତୀୟ ଭାଷାର ସପୋର୍ଟ ମିଳିବ। ଏହାଛଡା ଫୋନରେ My jio, Jio TV, Jio Cinema, JioChat, Jiomusic, JioxpessNews, ଗୁଗଲ ଆପ୍‌, ଫେସବୁକ୍‌ ଆପ୍‌ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.