କରୋନାରେ ମୃତ୍ୟୁବରଣ କଲେ ମିଳିବ ୪ ଲକ୍ଷ ଟଙ୍କାର ଅନୁକମ୍ପା, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

କେନ୍ୟୁଜ୍(ବ୍ୟୁରୋ): କରୋନା ମୃତ୍ୟୁ ନେଇ ଘୋଷଣା ହେଲା ଅନୁକମ୍ପା ସହାୟତା । ପ୍ରତି ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି । ସେହିପରି କରୋନା ମୁକାବିଲାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ମଧ୍ୟ ୪ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯିବ । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି-ଏସଡିଆରଏଫରୁ ଏହି ଅର୍ଥ ଖର୍ଚ୍ଚ କରାଯିବ । ସେହିପରି SDRF ଟଙ୍କା କରୋନା ସଂକ୍ରମିତଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ କରାଯାଇପାରିବ । ଏହି ଅର୍ଥରେ ମାସେ ପାଇଁ ଆଇସୋଲେସନ୍‌ ବ୍ୟବସ୍ଥା ସହ ଆକ୍ରାନ୍ତଙ୍କ ରହିବା, ଖାଇବା ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏଥିସହ ଅତିରିକ୍ତ ଟେଷ୍ଟିଂ ଲାବୋରେଟୋରୀ, ଥର୍ମାଲ ସ୍କାନର, ଭେଣ୍ଟିଲେଟର ଓ ନିୟୋଜିତ କର୍ମଚାରୀଙ୍କ ପାଇଁ ଉପକରଣ ମଧ୍ୟ ଏସଡିଆରଏଫ ଟଙ୍କାରେ କିଣାଯାଇପାରିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି । ଏବାବଦରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.