Below header

କରୋନା ଭାଇରସ୍‌ର ଆତଙ୍କ ମଧ୍ୟରେ ଦିଲ୍ଲୀରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼, ସ୍ଥିତି ଗମ୍ଭୀର ହେବା ଆଶଙ୍କା

କରୋନା ଭାଇରସ୍‌ ଯୋଗୁ ରାଜଧାନୀ ଦିଲ୍ଲୀରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ଇତି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା କରୋନା ବ୍ୟାପିବାର ଆଶଙ୍କାକୁ ବହୁଗୁଣିତ କରିଛି। ଶନିବାର ଦ୍ୱିପ୍ରହରରେ ଦିଲ୍ଲୀରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ସୂଚନା ମିଳିଛି। ହଠାତ୍‌ କଳାବାଦଲ ଘୋଡ଼େଇ ଦେବା ସହ ପ୍ରବଳ ବର୍ଷା ହୋଇଛି।

delhi

ବର୍ଷା ଏତେମାତ୍ରାରେ ହୋଇଛି ଯେ ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ପାଣି ଜମିଯାଇଛି। ପାଣି ଯୋଗୁ ଲୋକଙ୍କ ଜୀବନଯାତ୍ରା ବହୁଳ ଭାବେ ପ୍ରଭାବିତ ହୋଇଛି। ତେବେ ବର୍ଷା ଯୋଗୁ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାରିତ ହୋଇଛି।

ବର୍ଷା ହେଲେ କରୋନା ଅଧିକ ବେଗରେ ବ୍ୟାପିବ ବୋଲି ଲୋକେ କହିଛନ୍ତି। ଏଣୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ପୂର୍ବରୁ ପାଣିପାଗ ବିଶେଷଜ୍ଞ ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲେ। କୁଆପଥର ମାଡ଼ ହେବା ଯୋଗୁ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହେବ ବୋଲି କିଛି ସୋସିଆଲ ମିଡିଆ ୟୁଜର୍ସ ମତ ଦେଇଛନ୍ତି।

ଅନ୍ୟପଟେ ହିମାଚଳ ପ୍ରଦେଶର ରାଜଧାନୀ ସିମ୍‌ଲା ଓ ଅନ୍ୟ କେତେକ ସ୍ଥାନରେ ମଧ୍ୟ କୁଆପଥର ମାଡ଼ ହୋଇଛି। ଏହି ବର୍ଷା ଓ କୁଆପଥର ମାଡ଼ ପରେ ପୁଣିଥରେ ଶୀତ ଫେରିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆଶଙ୍କା କରିଛନ୍ତି। ଏହି କୁଆପଥର ମାଡ଼ ପରେ ସହରରେ ନାକାବନ୍ଦୀ କରାଯାଇଥିବା ସିମ୍‌ଲାର ଏସ୍‌ପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.