‘ଆମ ଦେଶରେ ୩୩ କୋଟି ଦେବାଦେବୀ ଅଛନ୍ତି, କରୋନା ଏଠି କିଛି ବି କ୍ଷତି କରିପାରିବନି’, ଏଭଳି ବୟାନ ଦେଲେ ବିଜେପିର ଏହି ବରିଷ୍ଠ ନେତା

କରୋନା ଭାଇରସ୍‌ ଯୋଗୁ ସାରା ଦେଶ ଆତଙ୍କିତ ଅବସ୍ଥାରେ ରହିଛି। ଏହାର ଔଷଧ ମିଳିପାରୁନଥିବାରୁ ଲୋକଙ୍କ ଚିନ୍ତା ବହୁଗୁଣିତ ହୋଇଛି। ତେବେ ଏଭଳି ପରିସ୍ଥିତିରେ ବିଜେପିର ମହାସଚିବ କୈଳାଶ ବିଜୟବର୍ଗୀୟ ଇନ୍ଦୋର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଦେଶରେ କରୋନାର କୌଣସି ପ୍ରଭାବ ପଡ଼ିବନାହିଁ। ସେ ଏହା ପଛରେ ୩୩ କୋଟି ଦେବତା ରହିଥିବା କହିଛନ୍ତି। ସେ କହିଛନ୍ତି ଯେ ‘ଏଠାରେ ଭଗବାନ ହନୁମାନ ଅଛନ୍ତି ଏଣୁ ମୁଁ ତାଙ୍କ ନାଁ କରୋନା ଦୂର କରିବା ହନୁମାନ ରଖିଛି। ଆମ ଭଗବାନ କରୋନାକୁ ନିଶ୍ଚୟ ଦୂର କରିବେ ବୋଲି ମୋ ବିଶ୍ୱାସ’।

bjp

ବିଜେପି ନେତା କହିଛନ୍ତି ଯେ ଆମ ଦେଶରେ କରୋନାର କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ଏଠାରେ ୩୩ କୋଟି ଦେବାଦେବୀ ରହିଛନ୍ତି। ଏଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସରକାରଙ୍କ ପରାମର୍ଶକୁ ମାନି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ ଓ ସଭାସମିତିକୁ ଯାଆନ୍ତୁ ନାହିଁ। କରୋନା ଯୋଗୁ କବି ସମ୍ମିଳନୀ ମଧ୍ୟ ସ୍ଥଗିତ ହୋଇଥିବା ସେ କହିଛନ୍ତି।

CORONAVIRUS

ସୂଚନାଯୋଗ୍ୟ ଯେ ବିଜେପି ନେତା କୈଳାଶ ସରକାରଙ୍କ କଥା ମାନି ବଜରବଟ୍ଟୁ ସମ୍ମିଳନୀକୁ ବନ୍ଦ କରିଛନ୍ତି। ଏହା ବ୍ୟତୀତ କରୋନା ଭାଇରସ୍‌ ଯୋଗୁ ସହରରେ ରଙ୍ଗପଞ୍ଚମୀ ଅବସରରେ ବାହାରିବାକୁ ଥିବା ଶୋଭାଯାତ୍ରାକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ କରୋନା ଯୋଗୁ ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଏଣୁ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.