Below header

ପ୍ରତିଶୋଧ ନେବାପାଇଁ ପୂର୍ବତନ ସ୍ୱାମୀଙ୍କୁ ଆଉଥରେ ବିବାହ କଲେ ମହିଳା , କାରଣ ଥିଲା କିଛି ଏପରି

ସାଧାରଣତଃ ଲୋକମାନେ ଗୃହସ୍ଥ ଜୀବନିକୁ ବଢାଇବା ପାଇଁ ବିବାହ କରିଥାନ୍ତି କିନ୍ତୁ ଫ୍ରାନ୍ସର ଜଣେ ମହିଳା ନିଜ ପୂର୍ବତନ ସ୍ୱାମୀଙ୍କ ଠାରୁ ପ୍ରତିଶୋଧ ନେବାପାଇଁ ତାଙ୍କୁ ପୁଣିଥରେ ବିବାହ କରିଛନ୍ତି । ସେପୁଣି ତାଙ୍କର ବିନା ଅନୁମତିରେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ମହିଳାଙ୍କୁ ୧୦ ବର୍ଷ ଜେଲ ଏବଂ ୧.୭୦ ଲକ୍ଷ ଡଲାର (ପାଖାପାଖି ୧.୨୫ କୋଟି ଟଙ୍କା)ର ଜରିମାନା ଲଗାଯାଇଛି । ସୂଚନା ଅନୁଯାୟୀ ୫୮ ବର୍ଷୀୟା ମହିଳା ଫ୍ରାନ୍ସର ଇଲେ-ଡି-ଫ୍ରାନ୍ସ ଅଂଚଳର ହାଉଟ୍ସ-ଡେ-ସାଇନି କୋର୍ଟରେ ଜଜ ରହିସାରିଛନ୍ତି ।

ମହିଳା ଜଣକ ଏହାର ଫାଇଦା ଉଠାଇ ଆଇନଗତ ଦସ୍ତାବିଜ ସାହାଯ୍ୟରେ ଠକି ୨୦୧୯ ମସିହା ମାର୍ଚ୍ଚ ମାସରେ ନିଜ ପୂର୍ବତନ ପତିଙ୍କୁ ଦ୍ଵିତୀୟଥର ବିବାହ କରିନେଇଛନ୍ତି । ଏହା ସେ ଏଥିପାଇଁ କରିଥିଲେ କାରଣ ସେ ଚାଁହୁଥିଲେ ଯେ ତାଙ୍କ ପତି ତାଙ୍କ ପ୍ରେମିକକୁ ବିବାହ ନକରିପାରନ୍ତୁ ଏବଂ ନିଜର ନୂଆ ଜୀବନ ଆରମ୍ଭ ନକରନ୍ତୁ । ତେବେ ଏହା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପୀଡିତ ଜଣକ ନିଜର ବିବାହ ପାଇଁ କୋର୍ଟକୁ ରେଜିଷ୍ଟ୍ରେସନ କରିବାକୁ ଯାଇଥିଲେ ।

ତେବେ ମହିଳା ଜଣଙ୍କୁ ବର୍ତ୍ତମାନ ପୋଲିସ ହେପାଜତରେ ନେଇଛି । ତାଙ୍କ ସହିତ ମହିଳାଙ୍କ ଜଣେ ସାଥି ଯିଏକି ତାଙ୍କୁ ଏହିସବୁ କାମରେ ସାହାଯ୍ୟ କରିଥିଲେ ତାଙ୍କୁ ମଧ୍ୟ ଜେଲ ପଠାଇ ଦେଇଛି । ତେବେ ସ୍ଥାନୀୟ କୋର୍ଟର କହିବା ଅନୁଯାୟୀ ଏମିତି ଏକ ବିବାହକୁ ଅବୈଧ ବୋଲି ଘୋଷଣା କରାଯାଉଛି ଏବଂ ପିଡୀତଙ୍କୁ ନିଜ ଜୀବନ ଜିଇଁବାର ଅଧିକାର ରହିଛି । ସେ ଯେଉଁଠି ଚାହିଁବେ ସେଠାରେ ବିବାହ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.