ଦେଶ ବିଦେଶ

ଇମ୍ରାନ ଖାନ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଜିନ୍ନା ହାଉସ ଆକ୍ରମଣ ମାମଲାରେ ମିଳିଲା ଜାମିନ

ଲାହୋର ATC ଇମ୍ରାନ ଖାନଙ୍କୁ ଜାମିନ ଦେଇଛି । ୨ଟି କେସ୍‌ରେ ତାଙ୍କୁ ୨ ଜୁନ୍‌ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି । ଇମ୍ରାନ ଖାନଙ୍କୁ ଜିନ୍ନା ହାଉସ ଆକ୍ରମଣ ସମେତ ଅନ୍ୟ କେସରେ ମଧ୍ୟ ଜାମିନ ମିଳିଛି ।

ଖବର ମୁତାବକ, ଏକ ପ୍ରତିନିଧି ମଣ୍ଡଳି ଜମ୍ପା ପାର୍କରେ ଯାଇ ସରକାରୀ ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା କରିବ । ଏହି ସମୟରେ ତଲାସୀ ଅଭିଯାନ ଠାରୁ ଆରମ୍ଭ କରି ସବୁକିଛି ବିଷୟରେ ଚର୍ଚ୍ଚା ହେବ । କମିଶନର ରନ୍ଧଓ୍ଵାଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯିବ ।

ସୂତ୍ର ଅନୁଯାୟୀ, ପାକିସ୍ତାନରେ ଇମ୍ରାନଙ୍କ ପାର୍ଟି ଉପରେ ବ୍ୟାନ୍‌ ଲାଗିବାକୁ ଜୋରସୋରରେ ଯୋଜନା ଦେଉଛି । ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ PTI କୁ ଆତଙ୍କୀ ସଂଗଠନ ଘୋଷଣା କରିବାକୁ ଯୋଜନା କରିଛି । କ୍ୟାବିନେଟ ଏହାକୁ ନେଇ ବିଚାର କରୁଛି ।

ଇମ୍ରାନଙ୍କ ଦଳ PTI ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା। ପିଟିଆଇକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ପାକ୍‌ ସେନା ଇମ୍ରାନଙ୍କ ଲାହୋର ସ୍ଥିତ ଜମାନ୍‌ ପାର୍କ ବାସଭବନକୁ ଘେରି ରହିଛି । ତାଙ୍କ ଘରେ ୪୦ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସେନା ପକ୍ଷରୁ ଦାବି କରାଯାଉଛି । ସେପଟେ ଟ୍ଵିଟ କରି ଏହାକୁ ଖଣ୍ଡନ କରିଛନ୍ତି ଇମ୍ରାନ।

ଅଲକାଦିର ଟ୍ରଷ୍ଟ ମାମଲାରେ ମେ’ ୯ ତାରିଖରେ ଇମ୍ରାନ୍‌ ଖାନ୍‌ଙ୍କୁ ଗିରଫ କରାଯାଇଥିଲା। ଏହାର ଦୁଇ ଦିନ ପରେ ଇମ୍ରାନ୍‌ଙ୍କୁ କୋର୍ଟରୁ ଜାମିନ୍‌ ମିଳିଥିଲା । ଗିରଫ ପରେ ଇମ୍ରାନ୍‌ଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ହିଂସାକାଣ୍ଡ କରିବା ସହ ସେନାକୁ ଟାର୍ଗେଟ୍‌ କରିଥିଲେ ।

Swagatika

Recent Posts

ବିବାହ ପାଇଁ ସୁନା କିଣିବାକୁ ଯୋଜନା କରିଛନ୍ତି କି ? ପ୍ରଥମେ ଜାଣନ୍ତୁ ଦାମ

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

12 mins ago

ଅଧାରେ ଅଟକିଗଲା ମୌସୁମୀ: ଆହୁରି ୪ ଦିନ ତାତି, ଏ ବର୍ଷ ସିଝିବ ରଜ ପର୍ବ

ଭୁବନେଶ୍ୱର (କେନ୍ୟୁଜ): ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ । ଆହୁରି ୪ ଦିନ ତତାଇବ । ଏମିତି ଆକଳନ କରିଛି…

15 mins ago

ଜମିଜମା ବିବାଦ: ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ

ବାସୁଦେବପୁର (କେନ୍ୟୁଜ): ଦେଢ଼ଶୂର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ୭ ନମ୍ୱର…

34 mins ago

ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ଓ ଏକାମ୍ର କ୍ଷେତ୍ର, ଶେଷ ହେଲା ଶିବ-ପାର୍ବତୀଙ୍କ ବାହାଘର

ଭୁବନେଶ୍ୱର / ସମ୍ବଲପୁର (କେନ୍ୟୁଜ): ଆନନ୍ଦ ଉଲ୍ଲାସର ସହ ଶେଷ ହେଲା ଶିବ ପାର୍ବତୀଙ୍କ ଶୁଭ ପରିଣୟ । ମଧ୍ୟରାତ୍ରୀର…

52 mins ago

ନୂଆ ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଆଜି ଘୋଷଣା ହେବ ନାଁ

ଭୁବନେଶ୍ୱର (କେନ୍ୟୁଜ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ । ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି । ଘୋଷଣା ହେବ ଓଡ଼ିଶାର…

1 hour ago

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

8 hours ago