ଇମ୍ରାନ ଖାନ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଜିନ୍ନା ହାଉସ ଆକ୍ରମଣ ମାମଲାରେ ମିଳିଲା ଜାମିନ
ଜିନ୍ନା ହାଉସ ଆକ୍ରମଣ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଜାମିନ । ଲାହୋର ATC ଇମ୍ରାନଙ୍କୁ ଜାମିନ ଦେଇଛି ।
ଲାହୋର ATC ଇମ୍ରାନ ଖାନଙ୍କୁ ଜାମିନ ଦେଇଛି । ୨ଟି କେସ୍ରେ ତାଙ୍କୁ ୨ ଜୁନ୍ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି । ଇମ୍ରାନ ଖାନଙ୍କୁ ଜିନ୍ନା ହାଉସ ଆକ୍ରମଣ ସମେତ ଅନ୍ୟ କେସରେ ମଧ୍ୟ ଜାମିନ ମିଳିଛି ।
ଖବର ମୁତାବକ, ଏକ ପ୍ରତିନିଧି ମଣ୍ଡଳି ଜମ୍ପା ପାର୍କରେ ଯାଇ ସରକାରୀ ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା କରିବ । ଏହି ସମୟରେ ତଲାସୀ ଅଭିଯାନ ଠାରୁ ଆରମ୍ଭ କରି ସବୁକିଛି ବିଷୟରେ ଚର୍ଚ୍ଚା ହେବ । କମିଶନର ରନ୍ଧଓ୍ଵାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯିବ ।
ସୂତ୍ର ଅନୁଯାୟୀ, ପାକିସ୍ତାନରେ ଇମ୍ରାନଙ୍କ ପାର୍ଟି ଉପରେ ବ୍ୟାନ୍ ଲାଗିବାକୁ ଜୋରସୋରରେ ଯୋଜନା ଦେଉଛି । ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ PTI କୁ ଆତଙ୍କୀ ସଂଗଠନ ଘୋଷଣା କରିବାକୁ ଯୋଜନା କରିଛି । କ୍ୟାବିନେଟ ଏହାକୁ ନେଇ ବିଚାର କରୁଛି ।
ଇମ୍ରାନଙ୍କ ଦଳ PTI ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା। ପିଟିଆଇକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ପାକ୍ ସେନା ଇମ୍ରାନଙ୍କ ଲାହୋର ସ୍ଥିତ ଜମାନ୍ ପାର୍କ ବାସଭବନକୁ ଘେରି ରହିଛି । ତାଙ୍କ ଘରେ ୪୦ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସେନା ପକ୍ଷରୁ ଦାବି କରାଯାଉଛି । ସେପଟେ ଟ୍ଵିଟ କରି ଏହାକୁ ଖଣ୍ଡନ କରିଛନ୍ତି ଇମ୍ରାନ।
ଅଲକାଦିର ଟ୍ରଷ୍ଟ ମାମଲାରେ ମେ’ ୯ ତାରିଖରେ ଇମ୍ରାନ୍ ଖାନ୍ଙ୍କୁ ଗିରଫ କରାଯାଇଥିଲା। ଏହାର ଦୁଇ ଦିନ ପରେ ଇମ୍ରାନ୍ଙ୍କୁ କୋର୍ଟରୁ ଜାମିନ୍ ମିଳିଥିଲା । ଗିରଫ ପରେ ଇମ୍ରାନ୍ଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ହିଂସାକାଣ୍ଡ କରିବା ସହ ସେନାକୁ ଟାର୍ଗେଟ୍ କରିଥିଲେ ।