ମାଟ୍ରିକରେ ୫୪୦ ନମ୍ବର ରଖି A1 ଗ୍ରେଡ ପାଇଥିଲେ, ଆଜି କିନ୍ତୁ ଦୁର୍ଘଟଣାରେ ଆଖିବୁଜିଲେ 

ମାଟ୍ରିକ ପରୀକ୍ଷାରେ ମୋଟ୍‌ ୬୦୦ରୁ ରଖିଛନ୍ତି ୫୪୦ ନମ୍ବର । ହେଲେ ବିଧିର ବିଧାନ ଏମିତି । କିନ୍ତୁ ରେଜଲ୍ଟ ଦେଖିବାକୁ ନାହାନ୍ତି ଅନୁଗୋଳର ସ୍ୱାତୀ ସୁଚରିତା ଜେନା। ହେଲେ କିଏ ଜାଣିଥିଲା ବାଟରେ ଛକି ବସିଥିଲା ଯମ

କେନ୍ୟୁଜ୍(ବ୍ୟୁରୋ): ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ ପାଇଛନ୍ତି । ମୋଟ୍‌ ୬୦୦ରୁ ରଖିଛନ୍ତି ୫୪୦ ନମ୍ବର । ହେଲେ ବିଧିର ବିଧାନ ଏମିତି । କିନ୍ତୁ ରେଜଲ୍ଟ ଦେଖିବାକୁ ନାହାନ୍ତି ଅନୁଗୋଳର ସ୍ୱାତୀ ସୁଚରିତା ଜେନା । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ପାଣି ଭଣ୍ଡାର ଗାଁର ଅଭିରାମ ଜେନାଙ୍କର ଏକମାତ୍ର ଝିଅ ସ୍ୱାତୀ ।

ସେ ଅନୁଗୋଳ ଗାନ୍ଧୀ ମାର୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଢୁଥିଲେ । ଦଶମ ପରୀକ୍ଷା ସରିବା ପରେ ମାମୁ ଘର ଯିବା ପାଇଁ ବାପାଙ୍କ ସହ ଘରୁ ବାହାରିଥିଲେ ସ୍ୱାତୀ ସୁଚରିତା ଜେନା । ହେଲେ କିଏ ଜାଣିଥିଲା ବାଟରେ ଛକି ବସିଥିଲା ଯମ । ଏକ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ଚାଲିଯାଇଥିଲା ସ୍ୱାତୀଙ୍କ ଜୀବନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.