ଶେଷରେ ଡାକ ଶୁଣିଲା କାଳିଆ, ଦୁଇ ଦିନ ପରେ ଘରକୁ ଫେରିଲା ହଜିଲା ପୁଅ

ମାଟ୍ରିକ ପରୀକ୍ଷାରେ କମ୍‌ ନମ୍ବର ରହିବ ଆଶଙ୍କାରେ ରେଜଲ୍ଟ ବାହାରିବା ପୂର୍ବରୁ ଘରୁ ପଳାଇଥିଲେ ଭୁବନେଶ୍ୱର ଝାରପଡ଼ାର ଛାତ୍ର ସାଇ ପ୍ରସାଦ ପଣ୍ଡା । ସାଇକଲରେ ସେ ପୁରୀ ପଳାଇଥିଲେ । ବାପା ଅରୂପ ପଣ୍ଡା ବଡ଼ ପୁଅ ସାଇଙ୍କୁ ଭୁବନେଶ୍ଵରର ଗଳି କନ୍ଦିରେ ଖୋଜି ବୁଲୁଥିଲେ ।

ଭୁବନେଶ୍ବର(କେନ୍ୟୁଜ୍): ମହାପ୍ରଭୁ ଡାକ ଶୁଣିଲେ । ଦୁଇ ଦିନ ପରେ ଘରକୁ ଫେରିଲା ହଜିଲା ପୁଅ । ପରିବାରର ଲୋକଙ୍କ ଖୁସି କହିଲେ ନସରେ । ମାଟ୍ରିକ ପରୀକ୍ଷାରେ କମ୍‌ ନମ୍ବର ରହିବ ଆଶଙ୍କାରେ ରେଜଲ୍ଟ ବାହାରିବା ପୂର୍ବରୁ ଘରୁ ପଳାଇଥିଲେ ଭୁବନେଶ୍ୱର ଝାରପଡ଼ାର ଛାତ୍ର ସାଇ ପ୍ରସାଦ ପଣ୍ଡା । ସାଇକଲରେ ସେ ପୁରୀ ପଳାଇଥିଲେ । ବାପା ଅରୂପ ପଣ୍ଡା ବଡ଼ ପୁଅ ସାଇଙ୍କୁ ଭୁବନେଶ୍ଵରର ଗଳି କନ୍ଦିରେ ଖୋଜି ବୁଲୁଥିଲେ । ମାଆ ମହାପ୍ରଭୁ ଜଗନ୍ନାଥଙ୍କୁ ଗୁହାରୀ ଜଣାଇ ଅଭିମାନରେ ଗାଳି ବି ଦେଇଥିଲେ ।

ଶେଷରେ କାଳିଆ ଡାକ ଶୁଣିଲା । ଆଉ ଭୁବନେଶ୍ଵର ଆସୁଥିବା ବେଳେ ବଡ଼ଗଡ ଠାରେ ସାଇ ପ୍ରସାଦ ପଣ୍ଡା କାନ୍ଦୁଥିବା ଦେଖି ପୂଜା କିନ୍ନର ତାଙ୍କୁ ଘରକୁ ନେଇ ଖାଇବାକୁ ଦେଇଥିଲେ । ପରେ ପରିବାର ସହ ଯୋଗାଯୋଗ କରି ପୁଅକୁ ଜିମା ଦେଇଥିଲେ । ସାଇ ପ୍ରସାଦ ମାଟ୍ରିକ ପରୀକ୍ଷାରେ ୭୫ ପ୍ରତିଶତ ନମ୍ବର ରଖିଛନ୍ତି । ପୁଅକୁ ଫେରି ପାଇ ଘରେ ଖୁସିର ଲହରୀ ଖେଳି ଯାଇଛି ।.

Leave A Reply

Your email address will not be published.