ବାଇକ୍ ଉପରେ ମାଡ଼ିଗଲା ବୋଲେରୋ, ଶଳା ଭିଣୋଇ ସହ ୩ ଜଣ ମୃତ
ବୋଲେରୋ ମାଡି ଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗିର ଲୋଇସିଙ୍ଗା କରକଚିଆ ଛକରେ ଏହି ସଡକ ଦୁର୍ଘଟଣା ଘଟିଛି ।
![BALANGIR ACCIDENT](https://knewsodisha.com/wp-content/uploads/2023/05/BALANGIR-ACCIDENT.jpg)
ବଲାଙ୍ଗିର (କେନ୍ୟୁଜ୍) : ବାଇକ ଉପରେ ମାଡିଗଲା ବୋଲେରୋ । ବୋଲେରୋ ମାଡି ଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗିର ଲୋଇସିଙ୍ଗା କରକଚିଆ ଛକରେ ଏହି ସଡକ ଦୁର୍ଘଟଣା ଘଟିଛି । ବଲାଙ୍ଗୀର ଲୋଇସିଂହା ଭରସୁଜା ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ଶଳା ଭିଣୋଇ ଅଛନ୍ତି ।
ମୃତକମାନେ ହେଲେ ସଦଇପାଲିର ତୁଳସୀରାମ ପଟେଲ, କୁସଙ୍ଗର ସୁରଞ୍ଜନ ପଟେଲ ଓ ରୋତଗାଁର ରାକେଶ ପଟେଲ । ତୁଳସୀ ରାମଙ୍କୁ ରାକେଶ ଓ ସୁରଞ୍ଜନ ସଦଇପାଲିରେ ଛାଡିବାକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।