ଅଭିନେତା ଆୟୁଷ୍ମାନ ଖୁରାନଙ୍କ ବାପା ପଣ୍ଡିତ ପି ଖୁରାନାଙ୍କ ପରଲୋକ

ଅଭିନେତା ଆୟୁଷ୍ମାନ ଖୁରାନଙ୍କ ପିତା ପଣ୍ଡିତ ପି ଖୁରାନାଙ୍କର ଆଜି ସକାଳ ୧୦ ଟା ୩୦ ରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେବ ହୃଦରୋଗରେ ପୀଡିତ ହୋଇ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ପଣ୍ଡିତ ପି ଖୁରାନା ଜଣେ ପ୍ରସିଦ୍ଧ ଜ୍ୟୋତିଷ ଥିଲେ ଓ ସେ ଜ୍ୟୋତିଷ ଶାସ୍ତ୍ର ଉପରେ ବହୁ ବହି ଲେଖିଛନ୍ତି ।

ଆୟୁଷ୍ମାନ ବାପାଙ୍କର ଅତି ପ୍ରିୟ ଥିଲେ । ସେ ସର୍ବଦା ଆୟୁଷ୍ମାଙ୍କ ନିକଟକୁ କିଛି ନା କିଛି ଲେଖୁଥିଲେ । ବାପାଙ୍କର କବିତା, ମ୍ୟୁଜିକ,ଫିଲ୍ମ ପ୍ରତି ଦୁର୍ବଳତା ଥିଲେ ମଧ୍ୟ ସେ ଜ୍ୟୋତିଷଶାସ୍ତ୍ରରେ ମନ ନିବେଶ କରିଥିଲେ । ସେ ଆମକୁ ସର୍ବଦା ଶିଖାଉଥିଲେ ଯେ ଆମେ ଚାହିଁଲେ ଆମର ଭାଗ୍ୟ ନିର୍ମାଣ କରି ପାରିବା । ବାପା ମୋ ପାଇଁ ଜଣେ ବନ୍ଧୁ, ଗାଇଡ, ଦାର୍ଶନିକ ସବୁ କିଛି ଥିଲେ ବୋଲି ଆୟୁଷ୍ମାନ କହିଛନ୍ତି । ତାଙ୍କ ବିୟୋଗରେ ସମସ୍ତ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.