ବୈପାରୀଗୁଡ଼ାରେ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳିମାଡ଼ ଘଟଣାରେ ତନାଘନା: ପଥର ମାଡ଼ ହୋଇଥିବା ସନ୍ଦେହ କରୁଛି ପୋଲିସ

ଗତକାଲି ମାଲକାନଗିରିରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସ୍‌କୁ ଗୁଳିମାଡ଼ ନେଇ ଅଭିଯୋଗ ହୋଇଥିଲା। ବସ୍‌ର ଝରକା କାଚ ଓ ଅନ୍ୟାନ୍ୟ ସ୍ଥାନରେ ଗୁଳି ବାଜିଥିବା କୁହାଯାଉଥିଲା । ତେବେ ଗୁଳି ନୁହେଁ ପଥର ମାଡ଼ ହୋଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି ।

ବୈପାରୀଗୁଡ଼ା(କେନ୍ୟୁଜ୍):   ଗୁଳି ନୁହେଁ ପଥରମାଡ଼ । ବୈପାରୀଗୁଡ଼ାରେ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳିମାଡ଼ ଘଟଣାରେ ତନାଘନା ତଦନ୍ତ ଚଳାଇଛି ସାଇଣ୍ଟିଫିକ ଟିମ୍‌ । ତେବେ ତଦନ୍ତ ପରେ ଗୁଳିମାଡ଼ ହୋଇନଥିବା ସୂଚନା ମିଳିଛି। ପଥର ମାଡ଼ ହୋଇଥିବା ସନ୍ଦେହ କରୁଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଏସ୍‌ପି ଅଭିନବ ସୋନକର। ଏବେ ବି ଘଟଣାସ୍ଥଳରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ସିସିଟିଭି ଫୁଟେଜ ମଧ୍ୟ ଜବତ ହୋଇଛି। ଗତକାଲି ମାଲକାନଗିରିରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସ୍‌କୁ ଗୁଳିମାଡ଼ ନେଇ ଅଭିଯୋଗ ହୋଇଥିଲା। ବସ୍‌ର ଝରକା କାଚ ଓ ଅନ୍ୟାନ୍ୟ ସ୍ଥାନରେ ଗୁଳି ବାଜିଥିବା କୁହାଯାଉଥିଲା । ତେବେ ଗୁଳି ନୁହେଁ ପଥର ମାଡ଼ ହୋଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ସମ୍ପୃକ୍ତ ବସ୍‌କୁ ବୈପାରୀଗୁଡ଼ା ଥାନାରେ ରଖାଯାଇଛି । କିଏ ଓ କାହିଁକି ପଥର ମାଡ଼ କଲା, ଏଯାଏ ସ୍ପଷ୍ଟ ହୋଇନି ।.

Leave A Reply

Your email address will not be published.