‘ମହିଳା କୁସ୍ତିଯୋଦ୍ଧା କେବେ ବି ଯୌନ ନିର୍ଯାତନାର ଶିକାର ହୋଇପାରିବ ନାହିଁ ’ : ସୋନିକା କାଲିରମନ

ରେସଲର ଯୌନ ନିର୍ଯାତନାର ଶିକାର ହୋଇପାରିବେ ନାହିଁ , ସେମାନଙ୍କର ନିଶ୍ଚିତ ଭାବେ ସହମତି ଥିବ । ନଚେତ କୁସ୍ତିଯୋଦ୍ଧାଙ୍କର ଇଚ୍ଛା ନଥିଲା, ତେବେ ସେମାନଙ୍କୁ ଧରି ଥାନାକୁ ନେଇ ଯାଇଥାନ୍ତେ । ମହିଳା କୁସ୍ତିଯୋଦ୍ଧା ମାମଲାରେ ମୁହଁ ଖୋଲିଲେ ଭାରତର ପ୍ରଥମ ମହିଳା କୁସ୍ତିଯୋଦ୍ଧା ସୋନିକା କାଲିରମନ ।

ମହିଳା କୁସ୍ତିଯୋଦ୍ଧା ୨୬ ଦିନ ହେଲାଣି ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି । ଯୌନ ନିର୍ଯାତନା ମାମଲାରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଅଭିଯୋଗ କରି ଏମାନେ ଆନ୍ଦୋଳନ କରୁଛନ୍ତି । ଏହି ମାମଲାରେ ମୁହଁ ଖୋଲିଛନ୍ତି ପ୍ରଥମ ମହିଳା ରେସଲର ସୋନିକା କାଲିରମନ । ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ରେସଲର ଯୌନ ନିର୍ଯାତନାର ଶିକାର ହୋଇପାରିବେ ନାହିଁ , ସେମାନଙ୍କର ନିଶ୍ଚିତ ଭାବେ ସହମତି ଥିବ । ନଚେତ କୁସ୍ତିଯୋଦ୍ଧାଙ୍କର ଇଚ୍ଛା ନଥିଲା, ତେବେ ସେମାନଙ୍କୁ ଧରି ଥାନାକୁ ନେଇ ଯାଇଥାନ୍ତେ ।

ସୋନିକା କାଲିରମନ ଭାରତର ପ୍ରଥମ ମହିଳା କୁସ୍ତିଯୋଦ୍ଧା । ସୋନିକାଙ୍କ ବାପା ମାଷ୍ଟର ଚନ୍ଦଗୀରାମ ପ୍ରଥମ ଥର ପାଇଁ ଯୁବତୀଙ୍କ ପାଇଁ ଦିଲ୍ଲୀରେ ଅଖାଡା ଆରମ୍ଭ କରିଥିଲେ । ସେ ଜଣେ ଜଣାଶୁଣା କୁସ୍ତିଯୋଦ୍ଧା । ସେ ଅର୍ଜୁନ ଆଓ୍ଵାର୍ଡ ଏବଂ ପଦ୍ମଶ୍ରୀ ଆଓ୍ଵାର୍ଡ ପାଇଛନ୍ତି । ସୋନିକାଙ୍କ ଟ୍ରେନିଂ ଅଖାଡାରେ ଆରମ୍ଭ ହୋଇଥିଲା । ସେ ଏବେ ଆମେରିକାରେ ରହୁଛନ୍ତି । ୧୯୯୮ରେ ନିଜ କୋଚ ଉପରେ ଅଭିଯୋଗ କରିଥିଲେ ସୋନିକା ।

ସେ କହିବା ମୁତାବକ, ଯେଉଁ ଝିଅ ମାରିପାରେ, ପିଟିପାରେ ସେ କେମିତି ଯୌନ ନିର୍ଯାତନାର ଶିକାର ହେବ । ନିଜକୁ ଆତ୍ମରକ୍ଷା କରିପାରିବ । ଆକ୍ଟିଭ ସ୍ପୋଟର୍ସ ଗାର୍ଲଙ୍କୁ କେହି ବି ଛୁଇଁ ପାରିବେ ନାହିଁ । ନିଶ୍ଚିତ କୌଣସି କାରଣ ଥିବ ।

ସୂଚନାଯୋଗ୍ୟ, କୁସ୍ତିଯୋଦ୍ଧା ସଂଘର ସଭାପତି ବ୍ରିଜ ଭୂଷଣ ସିଂଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି। ଦିଲ୍ଲୀର କନ୍ନାଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ରେଜିଷ୍ଟ୍ରର ହୋଇଛି। ତେବେ କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ୭ ଜଣ ମହିଳା କୁସ୍ତି ଯୋଦ୍ଧା ଯୌନ ଉତ୍ପୀଡନ ଅଭିଯୋଗ କରିଛନ୍ତି ।