ଏୟାର ଇଣ୍ଡିଆ ବିମାନରେ ହିଂସକ ହୋଇ ଉଠିଲେ ଯାତ୍ରୀ, ପତ୍ନୀଙ୍କ ଗଳା ଚାପି ମାରିବାକୁ କଲେ ଉଦ୍ୟମ
ନ୍ୟୁୟର୍କରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ଯାତ୍ରୀ । ବିମାନରେ ନିଜ ପତ୍ନୀଙ୍କ ଗଳା ଚାପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । କିଛି ସମୟ ଏପରି ଡ୍ରାମା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।
ଆମେରିକାର ନ୍ୟୁୟର୍କରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ହାଇଭୋଲଟେଜ ଡ୍ରାମା । ଜଣେ ଯାତ୍ରୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ପତ୍ନୀଙ୍କୁ ଗଳାଚାପି ମାରିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ୭ରୁ ୮ ଘଣ୍ଟା ଏଭଳି ଡ୍ରାମା ଚାଲିଥିବା ବେଳେ ଡାକ୍ତରଙ୍କ ସହାୟତାରେ ବ୍ୟକ୍ତି ନିୟନ୍ତ୍ରଣକୁ ଆସିଥିଲେ ।
ଘଟଣା ମୁତାବକ, ଆମେରିକାର ନ୍ୟୁୟର୍କରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ଉଡାଣ ଭରିବର ୩-୪ ଘଣ୍ଟା ମଧ୍ୟରେ ବ୍ୟକ୍ତି ଜଣକ ହିଂସାତ୍ମକ ହୋଇଥିଲେ । ମୁମ୍ବାଇ ବ୍ୟକ୍ତି ଜଣକ ବିମାନକୁ ଅବତରଣ କରିବାକୁ କହିବା ସହିତ ପତ୍ନୀଙ୍କ ଗଳା ଚାପି ମାରିବାକୁ ଉଦ୍ୟମ ମଧ୍ୟ କରିଥିଲେ । ତେବେ ବ୍ୟକ୍ତିଙ୍କ ଏଭଳି ହିଂସାତ୍ମକ ଆଚରଣ ଦେଖି ବିମାନରେ ଥିବା ଡାକ୍ତରଙ୍କ ସହାୟତାରେ ତାଙ୍କୁ ଶାନ୍ତ କରାଯାଇଥିଲା ।
ତେବେ ବ୍ୟକ୍ତିଙ୍କୁ ଏନଜାଇଟ୍ ଆଟାକ ହେବା ଯୋଗୁଁ ଏମିତି ଘଟଣା ଘଟିଥିଲା । ବ୍ୟକ୍ତି ଜଣକ ଏହି ସମୟରେ ଚିତ୍କାର କରିବା ସହିତ ଗାଳି ମଧ୍ୟ ଦେଇଥିଲେ । ହିଂସକ ହୋଇ ନିଜ ପତ୍ନୀଙ୍କ ଗଳା ଚାପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଡାକ୍ତର ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ଶାନ୍ତ କରିଥିଲେ । ଡାକ୍ତର ତାଙ୍କୁ ବେହୋସ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।
ଖବର ମୁତାବକ, ମେ ୧୬ ତାରିଖରେ ଏୟାର ଇଣ୍ଡିଆ ବିମାନ ଏଆଇ ୩୦୨ ଦିଲ୍ଲୀରୁ ସିଡନୀକୁ ଉଡ଼ାଣ ଭରିଥିଲା। ଉଡ଼ାଣ ସମୟରେ କୌଣସି ସମସ୍ୟା ହୋଇନଥିବା ବେଳେ ମଝି ଆକାଶରେ ବିମାନ ହଠାତ୍ ଦୋହଲିବାକୁ ଲାଗିଥିଲା। ମଝି ଆକାଶରେ ଏଭଳି ହେବାରୁ ୭ଜଣ ଯାତ୍ରୀ ଆହତ ହୋଇଥିଲେ। ଏହା ପରେ ବିମାନରେ ଥିବା ଡାକ୍ତରଙ୍କ ସହାୟତାରେ କ୍ରୁ ସଦସ୍ୟ ଆହତ ଯାତ୍ରୀଙ୍କ ଚିକିତ୍ସା କରିଥିଲେ। ବିମାନଟି ସିଡନୀରେ ଅବତରଣ କରିବା ପରେ ବିମାନ ବନ୍ଦରରେ ଯାତ୍ରୀମାନଙ୍କ ପାଇଁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା। ତେବେ କେବଳ ୩ ଜଣ ଯାତ୍ରୀ ଚିକିତ୍ସା ପାଇଁ ରାଜି ହୋଇଥିଲେ ।
Sydney-bound passengers injured after mid-air turbulence on Air-India flight
Read @ANI Story | https://t.co/Nbh049PjAU#flightturbulence #airpassengers #sydney #AirIndia pic.twitter.com/rO7UZhhfnL
— ANI Digital (@ani_digital) May 17, 2023