ସାବିତ୍ରୀ ପୂର୍ବରୁ ଅନ୍ୟ ଝିଅ ସହ ଫେରାର ହେଲା ସତ୍ୟବାନ, ନିର୍ବନ୍ଧ ବେଳେ ମାଡିବସିଲା ପୋଲିସ
ସାବିତ୍ରୀରେ ଧୋକା ଦେଲେ ସତ୍ୟବାନ । ସ୍ତ୍ରୀକୁ ଛାଡ଼ି ଆଉ ଜଣଙ୍କୁ ଦେଇଦେଲେ ମନ । ସାବିତ୍ରୀର ଦିନକ ପୂର୍ବରୁ ପର କରି ଅନ୍ୟର ହାତ ଧରିଲେ ।
ଭୁବନେଶ୍ୱର (କେନ୍ୟୁଜ): ସାବିତ୍ରୀ ଅମାବାସ୍ୟାର ଗୋଟିଏ ଦିନ ପୂର୍ବରୁ ପତ୍ନୀଙ୍କୁ ଧୋକା ଦେଲା ସତ୍ୟବାନ। ନିଜ ସ୍ତ୍ରୀର ହାତ ଛାଡି ଅନ୍ୟତ୍ର ବିବାହ କରିବାକୁ କରୁଥିଲେ ଉଦ୍ୟମ । ରାଜଧାନୀର ଏକ ମନ୍ଦିରରେ ଚାଲିଥିଲା ନିର୍ବନ୍ଧ କାର୍ଯ୍ୟ। ସେତିକି ବେଳେ ମାଡିବସିଲା ଭରତପୁର ଥାନା ପୋଲିସ । ଘଟଣାରେ ବିଭୁ ନାୟକକୁ ଗିରଫ କଲା ପୋଲିସ । ୩ ବର୍ଷ ତଳେ ମନ୍ଦିରରେ ପ୍ରେମ ବିବାହ କରିଥିଲେ । ସ୍ତ୍ରୀଙ୍କ ସହ ପଣ୍ଡାକୁଦିଆ ବସ୍ତିରେ ରହୁଥିଲେ ଅଭିଯୁକ୍ତ ବିଭୁ ନାୟକ ।