ଦେଶ ବିଦେଶ

ସିଡ଼ିରୁ ଖସି ପଡ଼ିଲେ ଲାଲୁ ପ୍ରସାଦ ଯାଦବ, ବେହୋସ୍‌ ଅବସ୍ଥାରେ ICUରେ ଭର୍ତ୍ତି…ଜାଣନ୍ତୁ ସ୍ୱାସ୍ଥ୍ୟାବସ୍ଥା

ରାଷ୍ଟ୍ରୀୟ ଜନତା ଦଳ (RJD) ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗତକାଲି ଲାଲୁ ଯାଦବ ସିଡ଼ିରୁ ଖସି ପଡ଼ିବା ପରେ ତାଙ୍କ କାନ୍ଧରେ ଫ୍ରାକ୍ଚର ହୋଇଥିଲା। ତାଙ୍କୁ ବେହୋସ୍‌ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟ ମୁତାବକ, ଲାଲୁ ପ୍ରସାଦଙ୍କ ପିଠିରେ ମଧ୍ୟ ଗୁରୁତର ଆଘାତ ଲାଗିଛି।

ଲାଲୁଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ବର୍ତ୍ତମାନ ସେ ପାଟନାରେ ସ୍ତ୍ରୀ ରାବଡ଼ି ଦେବୀଙ୍କ ବାସଭବନରେ ରହୁଛନ୍ତି। ଏହିଠାରେ ହିଁ ସେ ସିଡ଼ିରୁ ଖସି ପଡ଼ିଥିଲେ। ତାଙ୍କ ଘନିଷ୍ଠ ସହଯୋଗୀଙ୍କ ସୂଚନା ମୁତାବକ, ଲାଲୁଙ୍କ କାନ୍ଧ ଫ୍ରାକ୍ଚର ହୋଇଛି। ଆଘାତ ପରେ ଏକ କ୍ରେପ୍‌ ବ୍ୟାଣ୍ଡେଜ୍‌ ବାନ୍ଧି ଦିଆଯାଇଛି। ହସ୍ପିଟାଲରେ ଡାକ୍ତରମାନେ ଲଗାତାର ତାଙ୍କ ଉପରେ ନଜର ରଖିଛନ୍ତି।

କହି ରଖୁଛୁ, ଆର୍‌ଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ସବୁବେଳେ ପ୍ରାୟତଃ ଖରାପ ରହୁଛି ଏବଂ ପୂର୍ବରୁ ହିଁ ସେ ଅନେକ ରୋଗ ସହ ଜୁଝି ହେଉଛନ୍ତି। ଜେଲ୍‌ରେ ଥିବା ସମୟରେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା ଏବଂ ସେତେବେଳେ ମଧ୍ୟ ତାଙ୍କୁ ବହୁ ଥର ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଥିଲା।

ସୂଚନାଥାଉ କି, ଲାଲୁ ପ୍ରସାଦ ଡାଇବେଟିସ୍‌, ବ୍ଲଡ୍‌ ପ୍ରେସର, ହାର୍ଟ ରୋଗ, କିଡ୍‌ନୀ ସମସ୍ୟା, ଚିନ୍ତା, ଅବସାଦ, ଥାଲାସିମିଆ, ପ୍ରୋଷ୍ଟେଟ୍‌ ବଢ଼ିବା, ୟୁରିକ୍‌ ଏସିଡ୍‌ ବଢ଼ିବା, ବ୍ରେନ୍‌ ସମ୍ବନ୍ଧିତ ରୋଗ, ଦୁର୍ବଳ ଇମ୍ୟୁନିଟି, ଡାହାଣ କାନ୍ଧ ହାଡ଼ ଏବଂ ଗୋଡ଼ ହାଡ଼ରେ ସମସ୍ୟା, ଆଖି ସମସ୍ୟା ଆଦି ବିଭିନ୍ନ ରୋଗ ସହ ଜୁଝି ହେଉଛନ୍ତି।

Roshni

Recent Posts

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

15 mins ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

23 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

38 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

50 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

57 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

1 hour ago