ଦେଶ ବିଦେଶ

ପ୍ରେମ ସପ୍ତାହ ପାଇଁ ଏୟାରଲାଇନ୍ସର ପ୍ଲାନ୍‌, ଆକାଶରେ ୪୫ ମିନିଟର ରୋମାନ୍ସ କରିବା ପାଇଁ ଦେବେ ଏତିକି ଟଙ୍କା

ଆପଣ ବିମାନରେ ଅନେକ ସ୍ଥାନକୁ ଯାତ୍ରା କରିଥିବେ। ଆଉ ଏଥିପାଇଁ କେତେ ଆଉ କ’ଣ ନିୟମ ରହିଛି ତାହା ମଧ୍ୟ ଜାଣିଥିବେ। ବିମାନ ଯାତ୍ରା ସମୟରେ ଏମିତି କିଛି ନିୟମ ରହିଥାଏ, ଯାହାକୁ ଆପଣ ଉଲ୍ଲଙ୍ଘନ ମଧ୍ୟ କରିପାରିବେ ନାହିଁ। ସେହିପରି ବିମାନରେ ଯାତ୍ରା କରିବା ସମୟରେ ରୋମାନ୍ସ କରିବା ଅସମ୍ଭବ ହୋଇଥାଏ। କିଏ କ’ଣ ଭାବିବ, ଲୋକଙ୍କ ଭିତରେ ଲଜ୍ଜା ଅନୁଭବ କରିବେ ଏମିତି କିଛି ପ୍ରଶ୍ନ ମନକୁ ଆସିଥାଏ। କିନ୍ତୁ କେବେ ବିମାନରେ ରୋମାନ୍ସ କିମ୍ବା ସେକ୍ସ କଥା ହୁଏତ କେହି ଚିନ୍ତା କରିନଥିବେ। ଏମିତି କରିବା ପାଇଁ ସୁଯୋଗ ଦେଉଛି ଏୟାରଲାଇନ୍ସ। ଯେଉଁଥିରେ କେବଳ ରୋମାନ୍ସ ନୁହେଁ ବରଂ ଆପଣଙ୍କ ପ୍ରାଇଭେସୀକୁ ମଧ୍ୟ ଧ୍ୟାନରେ ରଖାଯିବ।

ଆମେରିକାର ଲାସ ଭେଗାସ ଏୟାରଲାଇନ୍ସ କପଲଙ୍କ ପାଇଁ ଆକାଶରେ ଉଡିବା ସମୟରେ ରୋମାନ୍ସ କରିବାର ସ୍ୱତନ୍ତ୍ର ପ୍ଲାନ ଆରମ୍ଭ କରିଛି। ଏହି ଏୟାରଲାଇନ୍ସ ୪୫ ମିନିଟର ପ୍ଲାନ ଆରମ୍ଭ କରିଛି। ଯେଉଁଥିରେ ଆପଣ କମ୍‌ ପଇସା ଖର୍ଚ୍ଚ କରି ପବନରେ ରୋମାନ୍ସ କରିପାରିବେ। ଏହି ପ୍ଲାନ୍‌ ପାଇଁ ଆପଣଙ୍କୁ ୭୪ ହଜାର ଟଙ୍କା ଦେବାକୁ ପଡିବ। ଏୟାରଲାଇନ ମୁତାବକ, ବିମାନରେ ରୋମାନ୍ସ ପାଇଁ ଅଲଗା ଅଲଗା ରୁମ୍‌ର ସୁବିଧା ମଧ୍ୟ ମିଳିବ।

ପାଇଲଟଙ୍କ ପାଇଁ କଡା ନିୟମ:

ଏହି ବିମାନ ଲସଭେଗାସରୁ ଅଳ୍ପ ଦୂର ସ୍ଥାନକୁ ଉଡାଣ ଭରିବ। ଏହି ସମୟରେ ବିମାନର ପାଇଲଟ ହେଡଫୋନ ପିନ୍ଧିବା ସହିତ ଉଡାଣ ସମୟରେ କୌଣସି ଯାତ୍ରୀଙ୍କୁ ଡିଷ୍ଟର୍ବ କରିବେ ନାହିଁ। ପାଇଲଟ୍‌ କକ୍‌ପିଟ୍‌(ନିଜ ବସିବା ସ୍ଥାନ)ରୁ ବାହାରକୁ ଆସିପାରିବେ ନାହିଁ। ଯଦି ଏହାକୁ ନ ମାନନ୍ତି, ତେବେ ପାଇଲଟଙ୍କ ବିପକ୍ଷରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଯେଉଁ କମ୍ପାନୀ ଏହି ପ୍ଲାନ୍‌ ଆଣିଛି, ତା’ର ନାମ ‘Love Cloud’ ରହିଛି। କମ୍ପାନୀ ଏହି ଅଫର ଜରିଆରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ସଂପର୍କକୁ ସୁଦୃଢ କରିବା ଏବଂ ଥଣ୍ଡାରୁ ରକ୍ଷା ପାଇଁ କାମ କରିବ। ଯଦି ଆକାଶରେ ବିବାହ ହୋଇପାରୁଛି, ତେବେ ରୋମାନ୍ସ କାହିଁକି ହୋଇପାରବନି ବୋଲି କମ୍ପାନୀ ଦାବି କରିଛି।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago