ବ୍ୟବସାୟ ଓ ଅର୍ଥନୀତି

ଟ୍ରେନରେ ଜୀବଜନ୍ତୁଙ୍କୁ ପାଖରେ ବସାଇ ନେଇପାରିବେନି, ଜାଣନ୍ତୁ ଭାରତୀୟ ରେଳର କେତେକ ଜରୁରୀ ନିୟମ

ଅଧିକାଂଶ ଲୋକ ଟ୍ରେନରେ ଯାତାୟାତ କରନ୍ତି। ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତି ରେଳ ଷ୍ଟେସନର କିଛି ନିୟମ ଜାଣି ରଖିବା ଉଚିତ୍‌। ଏହା ଜାଣିବା ଦ୍ୱାରା ଯାତ୍ରା କରୁଥିବା ସମୟରେ କୌଣସି ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ ନାହିଁ। ଆସନ୍ତୁ ଜାଣିବା ରେଳ ଷ୍ଟେସନର ନିୟମ ବିଷୟରେ…

ରେଳକୁ ଭାରତର ଲାଇଫ ଲାଇନ କୁହାଯାଏ। ଭାରତୀୟ ରେଳ ପ୍ରତିଦିନ କୋଟି କୋଟି ଲୋକଙ୍କୁ ନେଇ ପୂର୍ବରୁ ପଶ୍ଚିମକୁ ଓ ଉତ୍ତରରୁ ଦକ୍ଷିଣଙ୍କୁ ଯାତ୍ରା କରୁଥାଏ। ରେଲୱେ ଷ୍ଟେସନର କିଛି ନିୟମ ଯାତ୍ରୀ ଜାଣି ରଖିବା ଉଚିତ୍‌, ଯାହା ଦ୍ୱାରା ଟ୍ରେନରେ ଯାତ୍ରା କରିବା ବେଳେ ଆପଣଙ୍କୁ କୌଣସି ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ ନାହିଁ। ଆସନ୍ତୁ ଜାଣିବା ଟ୍ରେନରେ ଯାତ୍ରା କରିବା ସମୟରେ କେଉଁ କେଉଁ ନିୟମ ମାନିବା।

ଭାରତୀୟ ରେଳ ନିୟମ:

୧. ଯେଉଁ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବାକୁ ଚାହୁଁଛନ୍ତି ଯଦି ସେଠାରେ ଟିକେଟ୍‌ ହୋଇପାରୁନାହିଁ, ତେବେ ଆପଣ ଅନ୍ୟ କୌଣସି ଷ୍ଟେସନରୁ ଟିକେଟ୍‌ ନେଇପାରିବେ। କିନ୍ତୁ ଯେଉଁଠାରୁ ଟ୍ରେନରେ ଚଢ଼ିବେ ଟିକେଟଟି ସେହି ସ୍ଥାନ ପାଇଁ କରିବା ଆବଶ୍ୟକ। ଯେଉଁଠି ଟିକେଟ୍‌ ତିଆରି ହୋଇଛି ସେଠାରେ ଆପଣଙ୍କର ଦେୟ ଲାଗିବ କିନ୍ତୁ ଆପଣ ଏହି ଷ୍ଟେସନରୁ ନିଶ୍ଚିତ ଟିକେଟ୍‌ ପାଇପାରିବେ। ଏହା ସହିତ ଯଦି ଆପଣଙ୍କର ଟ୍ରେନ ନିର୍ଦ୍ଧାରିତ ଷ୍ଟେସନ ପୂର୍ବରୁ ଅଟକିଯାଏ, ତେବେ ଆପଣ ନିଜର ଦେୟ ଫେରିପାଇବେ। ଏହା ସହିତ ଯାତ୍ରୀମାନଙ୍କୁ ବିକଳ୍ପ ଯାତ୍ରାର ଦେୟ ଦିଆଯିବ।

୨. ଯଦି ଆପଣଙ୍କର ଟ୍ରେନ ମିସ୍‌ ହେଉଛି, ତେବେ TTE ପରବର୍ତ୍ତୀ ୨ଟି ଷ୍ଟେସନ ଯାଏଁ ଆପଣଙ୍କ ସିଟ୍‌ କୁ କୌଣସି ଯାତ୍ରୀଙ୍କୁ ଦେଇପାରିବେ ନାହିଁ। ପରବର୍ତ୍ତୀ ୨ଟି ଷ୍ଟେସନ ଯାଏଁ ସିଟ୍‌ ରେ ଆପଣଙ୍କର ଅଧିକାର ଅଛି। ୩ୟ ଷ୍ଟେସନରୁ ଆପଣଙ୍କର କୌଣସି ଅଧିକାର ରହିବ ନାହିଁ।

୩. ଯଦି କୌଣସି କାରଣରୁ ଆପଣଙ୍କର ଟ୍ରେନ ମିସ୍‌ ହୁଏ, ତେବେ ଏହି ପରିସ୍ଥିତିରେ ଆପଣ ନିଜର ଦେୟ ଫେରସ୍ତ ଦାବି କରିପାରିବେ। ଏଥିପାଇଁ ଆପଣଙ୍କୁ ଟିକେଟ୍‌ ରସିଦ୍‌ ଦାଖଲ କରିବାକୁ ପଡିବ। ଏହା ପରେ ଟିକେଟର ୫୦% ଦେୟ ଆପଣଙ୍କୁ ଫେରାଇ ଦିଆଯିବ।

୪. ଟ୍ରେନରେ ମଧ୍ୟମ ବର୍ଥରେ ଶୋଇବା ପାଇଁ ଏକ ଖାସ ନିୟମ ରହିଛି। ଏହି ନିୟମ ଅନୁଯାୟୀ ଆପଣ ରାତି ୧୦ରୁ ସକାଳ ୬ ଯାଏଁ ମଧ୍ୟମ ବର୍ଥକୁ ଖୋଲା ରଖିକି ଶୋଇପାରିବେ। ଏହା ପରେ ଆପଣଙ୍କୁ ବର୍ଥକୁ ତଳକୁ ଖସାଇବାକୁ ପଡିବ ଯାହା ଦ୍ୱାରା ଅନ୍ୟ ଯାତ୍ରୀମାନେ ସୁବିଧାରେ ଯାତ୍ରା କରିପାରିବେ।

୫. ଟ୍ରେନ୍‌ରେ Pantry Car କିମ୍ବା IRCTC ରେ ଖାଦ୍ୟ ବିକ୍ରୟ କରୁ ଥିବା ଲୋକମାନେ MRP ଠାରୁ ଅଧିକ ଚାର୍ଜ କରିପାରିବେ ନାହିଁ। ଆପଣଙ୍କ ସହ ଏମିତି କିଏ କରିଲେ ତୁରନ୍ତ ରେଳବାଇର ଟୋଲ୍‌ ଫ୍ରି ନମ୍ବର ୧୮୦୦୧୧୧୩୨୧ରେ ଅଭିଯୋଗ କରିପାରିବେ। ଏଭଳି ବ୍ୟକ୍ତିଙ୍କ ଲାଇସେନ୍ସ ମଧ୍ୟ ବାତିଲ କରାଯାଇ ପାରିବ।

୬. ଯଦି ଆପଣ ଟ୍ରେନରେ ପକ୍ଷୀ କିମ୍ବା କୌଣସ ଗୃହ ପାଳିତ ପଶୁ ନେବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସେମାନଙ୍କୁ ଲଗେଜ୍‌ ଭ୍ୟାନରେ ରଖିବାକୁ ପଡିବ। ଆପଣ ଏହାକୁ ଯାତ୍ରୀ କମ୍ପାଟମେଣ୍ଟରେ ନେଇପାରିବେ ନାହିଁ। ପକ୍ଷୀ କିମ୍ବା କୌଣସ ଗୃହ ପାଳିତ ପଶୁର ଦାୟିତ୍ୱ ମାଲିକ ନିଜେ ନେବେ। ଏହାକୁ ଲଗେଜ୍‌ ଭ୍ୟାନରେ ରଖିବା ପୂର୍ବରୁ ଆପଣଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ। ଏହା ପରେ ଆପଣ ପକ୍ଷୀ, ପଶୁକୁ ଟ୍ରେନରେ ନେଇପାରିବେ।

୭. ଏହି ନିୟମ ବିଷୟରେ ଖୁବ କମ୍‌ ଯାତ୍ରୀ ଜାଣିଛନ୍ତି ଯେ ଟିକେଟ୍‌ ପରୀକ୍ଷକ ରାତି ୧୦ଟା ପରେ କୌଣସି ଯାତ୍ରୀକୁ ହଇରାଣ କରି ପାରିବେ ନାହିଁ। ଟିକେଟ୍‌ ପରୀକ୍ଷକ କେବଳ ସକାଳ ୬ରୁ ରାତି ୧୦ଟା ଭିତରେ ଟିକେଟ୍‌ ଯାଞ୍ଚ କରିପାରିବେ । ଶୋଇବା ପରେ ଯାତ୍ରୀକୁ କୌଣସି ବ୍ୟକ୍ତି ବିରକ୍ତ କରିପାରିବେ ନାହିଁ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago