ଦେଶ ବିଦେଶ

ଦିଲ୍ଲୀ ରେଳଷ୍ଟେସନରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ

ଦିଲ୍ଲୀ ରେଳଷ୍ଟେସନରୁ ଗିରଫ ହୋଇଛି ଲସ୍କର ଆତଙ୍କବାଦୀ। ଗିରଫ ଆତଙ୍କବାଦୀର ନାମ ରିଆଜ ଅହମ୍ମଦ। ଜମ୍ମୁକଶ୍ମୀରର କୁପୱାଡା ଜିଲ୍ଲାର ବାସିନ୍ଦା ରିଆଜ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ନିକଟରେ ଜମ୍ମୁକଶ୍ମୀର ପୋଲିସ କୁପୱାଡା ଜିଲ୍ଲାରେ ଏକ ଲସ୍କର ଇ ତୋଇବା ମଡ୍ୟୁଲର ପର୍ଦ୍ଦାଫାଶ କରିଥିଲା। ଏହି ମଡ୍ୟୁଲ ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ।

ରିଆଜ ପାକିସ୍ତାନ ସୀମାରୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବା ଦାୟିତ୍ୱରେ ଥିଲା। ପାକ୍ ଅଧିକୃତ କାଶ୍ମୀରରୁ ପରିଚାଳିତ ହେଉଥିବା ଏହି ମଡ୍ୟୁଲର ପର୍ଦ୍ଦାଫାଶ ପରେ ପାଞ୍ଚ ଆତଙ୍କବାଦୀ ଗିରଫ ହୋଇଥିଲେ। ତେବେ ମଡ୍ୟୁଲ ସହ ସଂପୃକ୍ତ ରିଆଜ ଫେରାର ହୋଇଯାଇଥିଲା। ସେ ରାଜ୍ୟ ବାହାରକୁ ଚାଲି ଯାଉଥିବା ଖବର ମିଳିବା ପରେ ନୂଆଦିଲ୍ଲୀ ସମେତ ବିଭିନ୍ନ ରେଳଷ୍ଟେସନରେ କଡା ନଜର ରଖାଯାଇଥିଲା। ରବିବାର ସକାଳେ ଦିଲ୍ଲୀ ରେଳଷ୍ଟେସନର ୧ ନମ୍ବର ଗେଟ ଦେଇ ବାହାରୁଥିବା ବେଳେ ସେଠାରେ ମୁତୟନ ସ୍ୱତନ୍ତ୍ର ପୋଲିସ ଟିମ୍ ରିଆଜକୁ ଗିରଫ କରିଥିଲେ। ରିଆଜ ନିକଟରୁ ଏକ ମୋବାଇଲ ଫୋନ ଓ ଏକ ସିମ୍ କାର୍ଡ ଜବତ ହୋଇଛି।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago