ଦେଶ ବିଦେଶ

ବ୍ରାଜିଲର ବିଶାଳକାୟ ଯୀଶୁଖୀଷ୍ଟଙ୍କ ଷ୍ଟାଚ୍ୟୁ ଉପରେ ବଜ୍ରପାତ! କ୍ୟାମେରାରେ କଏଦ ହେଲା ଅଦ୍ଭୁତ ଦୃଶ୍ୟ

ବ୍ରାଜିଲରୁ ଏକ ଆଶ୍ଚର୍ଯ୍ୟଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରସିଦ୍ଧ ବିଶାଳକାୟ ଷ୍ଟାଚ୍ୟୁ ଉପରେ ଶୁକ୍ରବାର ଏବଂ ଶନିବାରର ମଧ୍ୟବର୍ତ୍ତୀ ରାତିରେ ବଜ୍ରପାତ ହୋଇଛି। ଏହି ମୁହୂର୍ତ୍ତର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଫଟୋରେ ଆପଣ ଦେଖିପାରିବେ ଯେ ବିଜୁଳି ଜିସସ୍‌ଙ୍କର ଠିକ୍‌ ମୁଣ୍ଡ ଉପରେ ପଡ଼ୁଛି। ଯୀଶୁଙ୍କର ଏହି ମୂର୍ତ୍ତି ସମୁଦ୍ର ପତ୍ତନଠାରୁ ପାଖାପାଖି ୭୦୦ ମିଟରରୁ ଅଧିକ ଉଚ୍ଚତାରେ ରହିଛି। ମୂର୍ତ୍ତି ପର୍ବତ ଶିଖର ଉପରେ ସ୍ଥାପିତ ହୋଇଛି।

ବ୍ରାଜିଲ୍‌ର ସମାଚାର ପୋର୍ଟାଲ ୟୁଓଏଲ୍‌ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନର ତଥ୍ୟ ଆଧାରରେ କହିଛି ଯେ ଜିସସ୍‌ଙ୍କ ମୂର୍ତ୍ତି ଉପରେ ପ୍ରତିବର୍ଷ ପାଖାପାଖି ୬ ଥର ବଜ୍ରପାତ ହୋଇଥାଏ। ୨୦୧୪ରେ ଯେତେବେଳେ ବଜ୍ରପାତ ହୋଇଥିଲା, ସେହି ସମୟରେ ମୂର୍ତ୍ତିକୁ ମରାମତି କରିବାକୁ ପଡ଼ିଥିଲା। ପରେ ଅନ୍ୟ ଏକ ବଜ୍ରପାତ ଝଟ୍‌କାରେ ମୂର୍ତ୍ତିର ଡାହାଣ ହାତ ଆଙ୍ଗୁଠିର ଅଗ୍ରଭାଗ ଭାଙ୍ଗି ଯାଇଥିଲା।

ଷ୍ଟାଚ୍ୟୁ ଉପରେ ବଜ୍ରପାତର ସେହି ମୁହୂର୍ତ୍ତ ବାସ୍ତବରେ ଅଦ୍ଭୁତପୂର୍ବକ ରହିଥିବ। ତେଣୁ ସ୍ଥାନୀୟ ଜଣେ ଫଟୋଗ୍ରାଫର ଏହି ମୁହୂର୍ତ୍ତକୁ ନିଜ କ୍ୟାମେରାରେ କଏଦ କରି ନେଇଥିଲେ। କହି ରଖୁଛୁ କି, ବ୍ରାଜିଲର ଏନ୍‌କେଣ୍ଟାଡୋରେ ଥିବା ଯୀଶୁଙ୍କର ଏହି ମୂର୍ତ୍ତି ବିଶ୍ୱର ତୃତୀୟ ଉଚ୍ଚତମ ମୂର୍ତ୍ତି। ଏହାର ନିର୍ମାଣ କାର୍ଯ୍ୟ ୨୦୨୨ ଏପ୍ରିଲରେ ସମ୍ପୂର୍ଣ୍ଣ ହୋଇଥିଲା। ମୂର୍ତ୍ତିର ଉଚ୍ଚତା ରହିଛି ପାଖାପାଖି ୧୪୧ ଫୁଟ୍‌।

ଏହି ଷ୍ଟାଚ୍ୟୁର ଆଉ ଏକ ସ୍ୱତନ୍ତ୍ରତା ମଧ୍ୟ ରହିଛି। ଏଥିରେ ହୃଦୟ ଆକାରର ଏକ ବାଲ୍‌କୋନି ଅଛି, ଯାହା ଜିସସ୍‌ଙ୍କ ଛାତିରେ ତିଆରି କରାଯାଇଛି। ପର୍ଯ୍ୟଟକ ଏଲିଭେଟର ସହାୟତାରେ ଏହି ବାଲ୍‌କୋନି ପର୍ଯ୍ୟନ୍ତ ପହଞ୍ଚନ୍ତି ଏବଂ ଏଠାରୁ ଦେଶର ଏକ ସୁନ୍ଦର ମନୋରମ ଦୃଶ୍ୟ ଦେଖିବାକୁ ପାଆନ୍ତି। ଏହି ଷ୍ଟାଚ୍ୟୁକୁ ‘କ୍ରାଇଷ୍ଟ୍‍ ଦ ପ୍ରୋଟେକ୍ଟର’ ନାମ ଦିଆଯାଇଛି।

Roshni

Recent Posts

ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ଓ ଏକାମ୍ର କ୍ଷେତ୍ର, ଶେଷ ହେଲା ଶିବ-ପାର୍ବତୀଙ୍କ ବାହାଘର

ଭୁବନେଶ୍ୱର / ସମ୍ବଲପୁର (କେନ୍ୟୁଜ): ଆନନ୍ଦ ଉଲ୍ଲାସର ସହ ଶେଷ ହେଲା ଶିବ ପାର୍ବତୀଙ୍କ ଶୁଭ ପରିଣୟ । ମଧ୍ୟରାତ୍ରୀର…

8 mins ago

ନୂଆ ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଆଜି ଘୋଷଣା ହେବ ନାଁ

ଭୁବନେଶ୍ୱର (କେନ୍ୟୁଜ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ । ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି । ଘୋଷଣା ହେବ ଓଡ଼ିଶାର…

27 mins ago

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

8 hours ago

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

10 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

11 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

11 hours ago