ଦେଶ ବିଦେଶ

ଭାଇରାଲ ହେଉଛି ଏହି କୁନି ବାଳକର କାରନାମା, ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ

କେନ୍ୟୁଜ୍(ବ୍ୟୁରୋ):  ସାଧାରଣତଃ ପିଲାମାନେ ବହୁତ ଦୁଷ୍ଟାମି କରନ୍ତି,ଯେତେ ବୁଝାଇଲେ ମଧ୍ୟ ସେ ମାନନ୍ତି ନାହିଁ । ବାପା,ମା’ଙ୍କ ନଜର ଅଢ଼ୁଆଳରେ ପାଣିରେ ଖେଳିବା,ଧୂଳି  ବୋଳିହେବା ଏମିତି ଅନେକ କାଣ୍ଡ ରଚିଥାଆନ୍ତି କି ବାପା,ମା’ମାନେ ତାଙ୍କୁ ସମ୍ଭାଳିବାରେ ନାକେଦମ୍‌ ହୋଇପଡ଼ନ୍ତି । ଏହିପରି ଏମିତି ଏକ କୁନି ପିଲାଟିର ଭିଡ଼ିଓ ଭାଇରାଲ ହେଉଛି,ଯାହାକୁ ଦେଖିଲେ ଆପଣ ନ ହସି ରହି ପାରିବେ ନାହିଁ ।

ଟ୍ବିଟରରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ କୁନି ପିଲାଟିଏ,ନିଜର ଟ୍ଵିଷ୍ଟର ଚଲାଇ ରାସ୍ତାରେ ପାର୍କ ହେଇଥିବା ଗୋଟିଏ କାର ପାଖକୁ ଯାଏ ଏବଂ କାରରେ ଲିପଷ୍ଟିକ୍‌ରେ ରଙ୍ଗ ବେରଙ୍ଗର ଗାର ଟାଣି କାରଟାକୁ ପୁରା କିମ୍ବୁତ କିମ୍ବାକାର କରିପକାଏ। ତା’ ପରେ ତୁରନ୍ତ ତାର ଟ୍ଵିଷ୍ଟର ଚଲାଇ ସେ ଜାଗାରୁ ଛୁ ହେଇଯାଏ । କୁନି ପିଲାଟି ଏହି ଭିଡ଼ିଓରେ ଯେଉଁ ପରି କାଣ୍ଡ କରିଛି,ଆପଣ ଦେଖିଲେ ହସି ହସି ଗଡ଼ି ଯିବେ।
ଏହି ଭିଡ଼ିଓଟିକୁ ମୋରିସା ସ୍ୱାର୍ଟଜ୍‌ ନାମକ ଜଣେ ବ୍ୟକ୍ତି ଟ୍ଵିଟରରେ ପୋଷ୍ଟ କରିଛନ୍ତି । ଏହି ୭ ସେକେଣ୍ଡର ଭିଡ଼ିଓ ଟି ସମସ୍ତଙ୍କୁ ହସାଇବାରେ ଖୋରାକ ଯୋଗାଇଛି । ବ୍ୟକ୍ତି ଜଣକ ଏହି ଭିଡ଼ିଓ ପୋଷ୍ଟ କରିବା ସମୟରେ କେପ୍ସନରେ ଲେଖିଛନ୍ତି,‘ଏହି ପିଲାଟି ବଡ଼ ହେଲେ ଏକ ବଡ଼ ଦୋକାନର ମାଲିକ ହେବ’ । ଏହି ଭିଡ଼ିଓଟି ଆମେରିକାର ନ୍ୟୂ ଜର୍ସି ଅଞ୍ଚଳରୁ ଆସିଛି ବୋଲି ଜଣାପଡ଼ିଛି ।
ଏହି କୋମଳ,ଚପଳ ବାଳକର ଦୁଷ୍ଟାମିକୁ ଟ୍ଵିଟର କିଛି ୟୁଜରମାନେ କମେଣ୍ଟ ବକ୍ସରେ ହସର ଇମୋଜି ଛାଡ଼ିଛନ୍ତି ତ କେହି କେହି ପିଲାଟିର ଚଗଲାମିକୁ ଭୁଲ୍‌ ବୋଲି କହିଛନ୍ତି । ଏହି ଭିଡ଼ିଓକୁ ଲକ୍ଷେରୁ ଅଧିକ ଲୋକ ଦେଖିଥିବା ବେଳେ ୪୧୫ ଲାଇକ୍ସ ମଧ୍ୟ ମିଳିଛି ।

KNews Bureau

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

9 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

23 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

34 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

42 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

58 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago