ଚଳିତ ଲୋକସଭା ନିର୍ବାଚନ ପାଇଁ ଅରୁଣାଚଳ ପ୍ରଦେଶରେ ପଡ଼ିଲା ପ୍ରଥମ ଭୋଟ୍

ଚଳିତ ଲୋକସଭା ନିର୍ବାଚନ ପାଇଁ ପଡ଼ିଲା ପ୍ରଥମ ଭୋଟ୍। ଅରୁଣାଚଳ ପ୍ରଦେଶରେ ଇଣ୍ଡୋ ତିବ୍ଦତାନ୍ ବର୍ଡର ପୋଲିସରେ କାର‌୍ୟ୍ୟରତ ଅଫିସର ଓ ଯବାନ ମତାଧିକାର ସାବ୍ୟସ୍ତ କରିଛନ୍ତି। ସିକ୍ରେଟ ପୋଷ୍ଟାଲ୍ ବାଲଟରେ ଭୋଟ୍ ଦେଇଛନ୍ତି। ପ୍ରଥମ ମତଦାନ କରିଥିଲେ ଆଇଟିବିପି ଡିଆଇଜି ସୁଧାର ନଟରାଜନ୍। ଆସନ୍ତା ୧୧ ତାରିଖରେ ପ୍ରଥମ ପର‌୍ୟ୍ୟାୟରେ ଭୋଟ୍ ନିଆଯିବ। ତାର ୫ ଦିନ ପୂର୍ବରୁ ପୋଷ୍ଟାଲ ବାଲଟରେ ମତଦାନ ନିଆଯାଇଛି।

କେନ୍ଦ୍ରୀୟ ସୁରକ୍ଷା ବାହିନୀରେ କାର‌୍ୟ୍ୟରତ ବ୍ୟକ୍ତିଙ୍କୁ ସର୍ଭିସ ଭୋଟର ଭାବରେ ବିବେଚନା କରାଯାଏ। ନିଜ ନିଜ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ସେମାନଙ୍କ ପାଖକୁ ପଠାଇ ଥାଆନ୍ତି ପୋଷ୍ଟାଲ ବାଲଟ୍। ଦସ୍ତଖତ ସହ ୧୩- A ଫର୍ମକୁ ସର୍ଭିସ ଭୋଟର ପୂରଣ କରି ୟନିଟ୍ର କମାଣ୍ଡିଂ ଅଫିସରଙ୍କୁ ଦେଇ ଥାଆନ୍ତି। ଯାଞ୍ଚ ପରେ ଦସ୍ତଖତକୁ ସଂଲଗ୍ନ କରି ରିଟର୍ଣ୍ଣିଂ ଅଫିସରଙ୍କ ପାଖକୁ ପଠାଇ ଥାଆନ୍ତି କମାଣ୍ଡିଂ ଅଫିସର। ଚଳିତବର୍ଷ ଦେଶରେ ୩୦ ଲକ୍ଷ ସର୍ଭିସ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

 

KNews Bureau

Recent Posts

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

13 mins ago

ଅନଲାଇନ ଗେମ ହେଲା କାଳ, ଜୀବନ ହାରିଲେ ଯୁବକ

ଆଠଗଡ (କେନ୍ୟୁଜ) : ଅନଲାଇନ ଗେମକୁ ନେଇ ଜୀବନ ହାରିଲେ ଯୁବକ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା…

16 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

28 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

36 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

1 hour ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

1 hour ago