ଦେଶ ବିଦେଶ

ଆମେରିକା ବ୍ୟବସାୟୀଙ୍କ କ୍ୟାମ୍ପେନ, ଗାର୍ଲଫ୍ରେଣ୍ଡ ଖୋଜିଦେଲେ ପୁରସ୍କାର ମିଳିବ ୧୮ ଲକ୍ଷ ଟଙ୍କା

ଆମେରିକାର ଜେଫ ଗେବହାର୍ଟ ନାମକ ଜଣେ ବ୍ୟବସାୟୀ ଗାର୍ଲଫ୍ରେଣ୍ଡ ଖୋଜିଦେବା ପାଇଁ ରଖିଛନ୍ତି ଏଭଳି ପୁରସ୍କାର ଯାହା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ।ଏଥିପାଇଁ ସେ ଏକ ଡେଟିଂ ୱେବସାଇଟ ମଧ୍ୟ ଲଞ୍ଚ କରିଛନ୍ତି । ଏହି ସାଇଟ ଜରିଆରେ ଯେଉଁ ବ୍ୟକ୍ତି ତାଙ୍କପାଇଁ ଗାର୍ଲଫ୍ରେଣ୍ଡ ଖୋଜିଦେବ ତାଙ୍କୁ ୨୫ ହଜାର ଡଲାର(୧୭ ଲକ୍ଷ ୯୨ ହଜାର ଟଙ୍କା)ର ପୁରସ୍କାର ମିଳିବ । ୪୭ ବର୍ଷୀୟ ଜେଫ ଗେବହାର୍ଟଙ୍କୁ ଏପରି ଏକ ଗର୍ଲଫ୍ରେଣ୍ଡ ଆବଶ୍ୟକ ଯିଏକି ତାଙ୍କର ଭଲ ଓ ଖରାପ ଗୁଣ ସହିତ ତାଙ୍କୁ ଭଲପାଉଥିବ ।

ସୂଚନା ଅନୁଯାୟୀ ଜେଫ ଟ୍ରାଡିସନାଲ ଡେଟିଂ କରି କରି ଥକି ଯାଇଛନ୍ତି ଏବଂ ଅନଲାଇନ ଡେଟିଂରୁ ମଧ୍ୟ ସେ ବିରକ୍ତ ହୋଇଗଲେଣି । ସେଥିପାଇଁ ସେ ଏବେ ୱେବସାଇଟ ସହିତ ପ୍ରାଇଜ ମନିର ଯୋଜନା କରି ଏକ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଗତ ସପ୍ତାହରେ ସେ ଜେଫ ନାମରେ ଏକ ୱେବସାଇଟ ଲଞ୍ଚ କରିଥିଲେ । ଜେଫଙ୍କ କହିବା ଅନୁଯାୟୀ ଏକ ରିଲେସନସିପରେ ସେ ବହୁତ ସପୋର୍ଟିଭ ହେବା ସହିତ ସ୍ପଷ୍ଟବାଦୀ, ଦୟାଳୁ ଏବଂ ମସ୍ତି ମଜାକ କରୁଥିବା ଜଣେ ମଣିଷ ଅଟନ୍ତି । ଆଶା କରୁଛି ଯେ ମୋ ଜୀବନସାଥୀ ମଧ୍ୟ ମୋତେ ଏମିତି ପସନ୍ଦ କରିବେ । ମୋତେ ଏମିତି ଜଣେ ପାର୍ଟନର ଦରକାର ଯିଏକି ଆତ୍ମବିଶ୍ଵାସୀ ସହିତ ଫନି ମଧ୍ୟ ହୋଇଥିବ । ଯାହା ସହିତ ଅତି ସହଜରେ ଜୀବନ କଟିଯିବ । ଯିଏ ମୋ ପସନ୍ଦକୁ ଆପଣେଇବା ସହିତ ମୋ ସହିତ ଜୀବନ ବିତେଇବାକୁ ପସନ୍ଦ କରୁଥିବ । ତାଙ୍କ ଭିତରେ ପଯେଟିଭିଟି ଭରପୁର ଥିବା ସହିତ ସମସ୍ତଙ୍କ ସହିତ ଅତି ସ୍ନେହରେ ମିଶୁଥିବା ଆବଶ୍ୟକ ।

ଯଦିଓ ଏପର୍ଯ୍ୟନ୍ତ ଜଣାପଡିନାହିଁ ଯେ ଜେଫଙ୍କ ଏହି କ୍ୟାମ୍ପେନ କେତେଦିନ ପର୍ଯ୍ୟନ୍ତ ଜାରି ରହିବ କିନ୍ତୁ ଏଥିରେ ସିଲେକ୍ଟ ହେବା ଅତି ସହଜ କଥା ମଧ୍ୟ ନୁହେଁ । ଜେଫଙ୍କ ଗାର୍ଲଫ୍ରେଣ୍ଡ ହେବାପାଇଁ ଯେଉଁ ଝିଅମାନେ ଆପ୍ଲାଇ କରିବେ ସେମାନେ ଏହି ୨୫ ହଜାର ଡଲାରର ହକଦାର ରହିବେ ନାହିଁ । ତାଙ୍କୁ ପ୍ରଥମେ ୱେବସାଇଟକୁ ଯାଇ ଆପ୍ଲାଇ କରିବାକୁ ପଡିବ ଆଉ ତା ପରେ ତାଙ୍କୁ ଅନଲାଇନ ସର୍ଭେ ପୁରା କରିବାକୁ ପଡିବ । ଏହି ସର୍ଭେ ଏକ କ୍ଲିନିକାଲ ମନୋବିଜ୍ଞାନୀ ପ୍ରସ୍ତୁତ କରିଛନ୍ତି । ଏହାଦ୍ୱାରା ଜେଫ ଝିଅମାନଙ୍କୁ ନଦେଖି ମଧ୍ୟ ଜାଣିପାରିବେ ଯେ କାହାସହ ତାଙ୍କର ତାଳମେଳ ଭଲ ରହିବ ଆଉ ତା ପରେ ଆଗକୁ ପ୍ରକ୍ରିୟା ଆରମ୍ଭ କରାଯିବ ।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

4 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

7 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

40 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

42 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago