ମନୋରଂଜନ

ଦିନକୁ ୪୦ରୁ ଅଧିକ ସିଗାରେଟ୍‌ ପିଉଥିଲେ ବିଶାଲ ଦଦଲାନୀ! ଭିଡିଓ ପୋଷ୍ଟ କରି ଭୋଗିଥିବା କଷ୍ଟ ବିଷୟରେ କଲେ ଖୁଲାସା

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର ତଥା ମ୍ୟୁଜିକ୍‌ କମ୍ପୋଜର ବିଶାଲ ଦଦଲାନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଚକିତ କଲା ଭଳି ଏକ କଥାର ଖୁଲାସା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ ଏକ ଭିଡିଓ ଶେୟାର କରି ଗୋଟିଏ ଦିନରେ କିପରି ୪୦ରୁ ଅଧିକ ସିଗାରେଟ୍‌ ଟାଣୁଥିଲେ, ସେ ବିଷୟରେ ଉଲ୍ଲେଖ କରିଛନ୍ତି।

ସେ କ୍ୟାପ୍‌ସନ ଲେଖିଛନ୍ତି ଯେ ‘୨୦୧୯ ଅଗଷ୍ଟ ମାସର ଶେଷ ଦିନ ମୁଁ ସିଗାରେଟ୍‌ ପିଇବା ଛାଡ଼ିଥିଲି। ୯ ବର୍ଷ ପଯ୍ୟର୍ନ୍ତ ଗୋଟିଏ ଦିନରେ ୪୦ରୁ ଅଧିକ ସିଗାରେଟ୍‌ ପିଉଥିଲି। ଏହାସହିତ କନ୍‌ସର୍ଟ ଏବଂ ରେକର୍ଡିଂ ସମୟରେ ୧ ବର୍ଷ ପଯ୍ୟର୍ନ୍ତ ଭାପିଂ ନେବା ଦ୍ୱାରା ମୋ ଗଳାକୁ କ୍ଷତି ପହଞ୍ଚିଥିଲା। ଯାହାଫଳରେ ମୋ ଆଓ୍ଵାଜ୍‌ ପାଖାପାଖି ଚାଲିଯାଇଥିଲା। ମୁଁ କାହାକୁ ଜଣାଇ ନ ଥିଲି। କିନ୍ତୁ ଭିତରେ ଭିତରେ ସଂଘର୍ଷ କରୁଥିଲି। ମୋ ରେଞ୍ଜ୍‌, ଟୋନ୍‌ ସବୁକିଛି ଦୋଦୋପାଞ୍ଚ ହେଉଥିଲା। ଧୀରେ ଧୀରେ ଗୀତ ଗାଇବା ବି ପାଖାପାଖି ଅସମ୍ଭବ ହୋଇଯାଇଥିଲା’।

ସେ ଆହୁରି ଲେଖିଥିଲେ ଯେ ‘ବିଗତ ୨ ବର୍ଷରେ ଆପଣ ମୋଠାରୁ ଯାହା ବି ଶୁଣିଛନ୍ତି, କୌଣସିଥିରେ ମୋର ୧୦୦ ପ୍ରତିଶତ ନ ଥିଲା। କିନ୍ତୁ ଏବେ ୬ ମାସ ହେବ ସ୍ମୋକିଂ ଛାଡ଼ିବା ପରେ ମୋ ଭଏସ୍‌ ପୂର୍ବଭଳି ଅବସ୍ଥାକୁ ଫେରୁଛି। ମୋର ସଫା ଗଳା ଫେରିଆସିଛି। ମୋ କଣ୍ଟ୍ରୋଲ ପୂର୍ବରୁ ହିଁ ବହୁତ ଭଲ ରହିଛି। ମୁଁ ପୁଣିଥରେ ଗାଇପାରୁଥିବାରୁ ଖୁସି ଅଛି। ମୁଁ ଯାହା କହିବାକୁ ଚାହୁଁଛି, ତାହା ହେଲା, ଆପଣ ଯଦି ସିଗାରେଟ୍‌ ପିଉଛନ୍ତି, ଏବେ ଏହାକୁ ଛାଡ଼ି ଦିଅନ୍ତୁ’।

ଏହି ପୋଷ୍ଟ ସହିତ ବିଶାଲ ନିଜ ସୁନ୍ଦର କଣ୍ଠରେ ‘କିନ୍ନା ସୋଣା’ ଗୀତ ଗାଇ ଭିଡିଓ ଶେୟାର କରିଛନ୍ତି।

Roshni

Recent Posts

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

1 min ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

35 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

36 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago