ଦେଶ ବିଦେଶ

ଲଭ୍‌ ଜିହାଦ୍‌: ଏବେ ମିଛ କହି ଧର୍ମ ପରିବର୍ତ୍ତନ କଲେ ହେବ ୧୦ ବର୍ଷ ଜେଲ ସହ ୨୫,୦୦୦ ଜରିମାନା

ଲଭ୍‌ ଜିହାଦ୍‌ ବିରୋଧରେ ଆଇନ୍‌ ଆଣିବାକୁ ଉତ୍ତର ପ୍ରଦେଶ ସରକାର ମଙ୍ଗଳବାର ଚୂଡ଼ାନ୍ତ ମଞ୍ଜୁରୀ ଦେବା ସହ ଅଧ୍ୟାଦେଶ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଅବୈଧ ଧର୍ମାନ୍ତରଣ ଆଇନ୍‌ ‘ଉତ୍ତର ପ୍ରଦେଶ ବିଧି ବିରୁଦ୍ଧ ଧର୍ମ ସଂପରିବର୍ତ୍ତନ ପ୍ରତିଷେଧ ଅଧ୍ୟାଦେଶ-୨୦୨୦’ ବିଲ୍‌କୁ ମଞ୍ଜୁର କରିଛନ୍ତି।

ଏହି ନୂଆ ବିଲ୍‌ ଅନୁସାରେ ଏବେ କାହାକୁ ମିଛ ସତ କହି, ଛଳ କପଟ କରି, ପ୍ରଲୋଭନ ଦେଖାଇ କିମ୍ବା କୌଣସି କପଟ କରି ବିବାହ କରି ଧର୍ମ ପରିବର୍ତ୍ତନ କରିବା ବେଆଇନ୍‌ ଧରାଯିବ। ଏଭଳି କଲେ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡାଦେଶ ହେବ। ଏଥିସହ ୨୫ ହଜାର ଟଙ୍କା ଜରିମାନା ମଧ୍ୟ ହେବ। ସେହିପରି ବିବାହ ପାଇଁ ଧର୍ମ ପରିବର୍ତ୍ତନ କରାଗଲେ ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶର ପ୍ରାବଧାନ ରହିଛି। ଏଥିସହ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯିବ।

ପ୍ରାବଧାନ ମୁତାବକ କେବଳ ଧର୍ମ ପରିବର୍ତ୍ତନ ପାଇଁ କରାଯାଇଥିବା ବିବାହକୁ ଅବୈଧ ଧରାଯିବ। ନୂତନ ଆଇନ୍‌ ଅନୁସାରେ ଜବରଦସ୍ତ, ମିଛ କହି, ବଳପୂର୍ବକ, ପ୍ରଲୋଭନ ଦେଖାଇ ଓ ଉତ୍ପୀଡ଼ନ କରି କରାଯାଇଥିବା ଧର୍ମ ପରିବର୍ତ୍ତନ ନନ୍‌ବେଲେବଲ ବା ଜାମିନ୍‌ବିହୀନ ଅପରାଧ ଭାବେ ପରିଗଣିତ ହେବ। ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ଏହି ମାମଲାର ଶୁଣାଣି ହେବ।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

3 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

7 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

7 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

7 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

8 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

8 hours ago