ଦେଶ ବିଦେଶ

ହାଠାତ୍‌ ନାଗ ପରି ଅଭିନୟ କରିବାକୁ ଲାଗିଲେ ଯୁବକ, କହିଲେ ୧୨ଟା ବାଜିଲେ ମତେ ନେଇଯିବ ନାଗୁଣୀ! ଜାଣନ୍ତୁ କ’ଣ ରହିଛି ପ୍ରକୃତ ଘଟଣା

ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାରୁ ଏକ ଅଦ୍ଭୁତମୟ ଗଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ସାପ ଭଳି ହଇରାଣ କରୁଥିବାର ନଜର ଆସିଛି। ବେଳେ ବେଳେ ଯୁବକ ଜଣକ ହସିବାକୁ ଲାଗୁଥିଲେ ତ ବେଳେ ବେଳେ ସାପ ପରି ଚାଲୁଥିଲେ। କେବଳ ଏତିକି ନୁହେଁ ଯୁବକ ଜଣକ ସାପ ହେବାର ଗୁଜବ ଖବର ଏତେ ମାତ୍ରାରେ ବ୍ୟାପିଗଲା ଯେ ହଜାର ହଜାର ଗ୍ରାମବାସୀ ଉକ୍ତ ଯୁବକ ଜଣଙ୍କୁ ଦେଖିବା ପାଇଁ ଏକାଠି ହୋଇଥିଲେ। ସୂଚନା ମୁତାବକ ଉକ୍ତ ଘଟଣା ବାନ୍ଧବଗଢ ଟାଇଗର ରିଜର୍ଭ ନିକଟ ସେଜଓ୍ଵାହି ଗ୍ରାମର। ଏହି ଗ୍ରାମରେ ପ୍ରଚାରିତ ହୋଇଥିବା ଗୁଜବ ଖବର ଅନୁଯାୟୀ, ସେଜଓ୍ଵାହିରେ ଆଦିବାସୀ ପରିବାରର ଘର ଗୋଟିଏ ଦିନ ପୂର୍ବରୁ ଏକ ନାଗୁଣି ଡେରା ପକାଇ ରହିଛି। ସୂଚନା ମୁତାବକ ଉକ୍ତ ନାଗୁଣିଟି ସେହି ଘରକୁ ଆସିବା ପରେ ସେହି ପରିବାରର ପୁଅ ମୁନ୍ନା ନାଗ ପରି ଅଭିନୟ କରୁଛି। ଉକ୍ତ ଯୁବକଙ୍କ ଶରୀରରେ ସାପର ଆତ୍ମା ପ୍ରକଟ ହେବା ସହ ବଡ ପାଟିରେ ହସୁଛନ୍ତି ଏବଂ ପେଟରେ ଚାଲୁଛନ୍ତି। କେବଳ ଏତିକି ନୁହେଁ ଯୁବକ ଜଣକ କହିଛନ୍ତି, ସେ ୧୨ଟାରେ ଅଦୃଶ୍ୟ ହୋଇଯିବେ ହୋଇଯିବେ ଏବଂ ନାଗୁଣି ତାଙ୍କୁ ନେଇଯିବ।

ଏହି ଗୁଜବ ମିଥ୍ୟା ଖବର ପ୍ରଚାରିତ ହେବା ପରେ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକମାନେ ଏକାଠି ହୋଇଥିଲେ କିନ୍ତୁ ଯେତେବେଳେ ୧୨ଟା ପରେ ଉକ୍ତ ଯୁବକ ଜଣକ ଅଦୃଶ୍ୟ ହୋଇନଥିଲେ ସେତେବେଳେ ଲୋକମାନେ କହିଥିଲେ ଉକ୍ତ ଯୁବକଙ୍କ ଉପରେ ସାପ ନୁହେଁ ବରଂ ଭୂତର ଛାଇ ଲାଗିଛି। ଏହାପରେ ସେଠାରେ ତାନ୍ତ୍ରିକ ପହଞ୍ଚି ଜପ ଆରମ୍ଭ କରିଥିଲା। ତାନ୍ତ୍ରିକ ଜଣକ ଝଡା-ଫୁଙ୍କା କରିବା ପରେ ଏକ ବାଡିରେ ଉକ୍ତ ଯୁବକ ଜଣଙ୍କୁ ପିଟିଥିଲେ। ଯାହାପେରେ ଭୂତର ଛାଇ ଓହ୍ଲେଇ ଯାଇଥିଲା ଏବଂ ସେ ହାତ-ଗୋଡ ଯୋଡି ସମସ୍ତଙ୍କୁ କ୍ଷମା ମାଗିଥିଲେ। ତାନ୍ତ୍ରିକଙ୍କ କହିବାନୁଯାୟୀ, ଗାଁ ବାହାରେ ନାଗ-ନାଗୁଣିଙ୍କ ମନ୍ଦିର ତିଆରି କରିବା ସର୍ତ୍ତରେ ହିଁ ଭୂତ ଉକ୍ତ ଯୁବକଙ୍କ ପିଛା ଛାଡିଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଘଣ୍ଟା ଘଣ୍ଟା ଧରି ଚାଲିଥିବା ଏହି ଦର୍ଶନର ଖବର ପ୍ରଶାସନରେ ପହଞ୍ଚି ନଥିଲା | ସରପଞ୍ଚ ତଥା ଗାଁର ସଚିବ ମଧ୍ୟ ପ୍ରଶାସନକୁ ଜଣାଇ ନାହାଁନ୍ତି। ହଜାର ହଜାର ଲୋକ ଏକତ୍ରିତ ହୋଇଥିବା ଗ୍ରାମବାସୀଙ୍କ ଉପରେ ମଧ୍ୟ କରୋନାଙ୍କ ଭୟ ନଥିଲା। ପରେ କଲେକ୍ଟର ସଂଜୀବ ଶ୍ରୀବାସ୍ତବ ଉକ୍ତ ଯୁବକଙ୍କ ବିରୋଧରେ ଧାରା ୧୮୮ ଅନୁଯାୟୀ ପ୍ରତିବନ୍ଧକମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କହିଛନ୍ତି।

ସରକାରଙ୍କ ଉଦ୍ୟମ ପରେ ମଧ୍ୟ ଆଦିବାସୀ ଗ୍ରାମାଞ୍ଚଳରେ ଅନ୍ଧବିଶ୍ୱାସର ଗଭୀର ବିଶ୍ୱାସ ସମାପ୍ତ ହେଉନାହିଁ। ଏହି ଆଦିବାସୀ ଅଞ୍ଚଳର ଗ୍ରାମବାସୀ ମଧ୍ୟ ରୋଗର ଚିକିତ୍ସା ପାଇଁ ଡାକ୍ତରଖାନା ଯିବା ପୂର୍ବରୁ ଝଡା-ଫୁଙ୍କା ଉପରେ ନିର୍ଭର କରନ୍ତି। କେବଳ ଏତିକି ନୁହେଁ, କୁପୋଷିତ ପିଲାମାନଙ୍କୁ ମଧ୍ୟ ଲୁହା ଗରମ କରି ଚେଙ୍କ ଦିଆଯାଇଥାଏ। ଏନେଇ ସାମାଜିକ କାର୍ଯ୍ୟକର୍ତ୍ତା ଅଜୟ ବିଜୟ କହିଛନ୍ତି, ସମସ୍ତ ଉଦ୍ୟମ ସତ୍ତ୍ୱେ ଅନ୍ଧବିଶ୍ୱାସର ମୂଳ ଏପର୍ଯ୍ୟନ୍ତ ଦୁର୍ବଳ ହୋଇନାହିଁ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago