ରାଜ୍ୟ

ଗଞ୍ଜାମ: ଜୁଆ ଆଡ୍ଡା ଉପରେ ରାତି ଅଧରେ ଅତର୍କିତ ଚଢ଼ାଉ କଲା ପୋଲିସ୍, ୨୨ଜୁଆଡ଼ିଙ୍କ ସହ ଅନେକ ସମାଗ୍ରୀ ଜବତ

ଗଞ୍ଜାମ(କେନ୍ୟୁଜ୍): ଆଉ କିଛି ଦିନ ପରେ ଆସୁଛି ପାର୍ବଣ ଋତୁ । ସାଧାରଣତଃ ଏହି ଦିନରେ ଗଞ୍ଜାମ ଜିଲ୍ଲାର ପ୍ରାୟ ସ୍ଥାନରେ ଜୁଆ ଖେଳ ବୃଦ୍ଧି ପାଇଥାଏ । ଗୋଟିଏ ପଟେ କରୋନା ପାଇଁ ସବୁଠାରେ ଭୟର ବାତାବରଣ ରହିଥିବା ବେଳେ ଅନ୍ୟ ପଟେ ଏହାକୁ ଖାତିରି ନକରି ଜୁଆଡି ମାନେ ସାମାଜିକ ଦୂରତା ଭୁଲି ଯାଇ ଜୁଆ ଖେଳରେ ମସଗୁଲ ରହୁଥିବା ଦେଖିବାକୁ ମିଳୁଛି । ତେବେ ପୋଲିସ ଏହି ଜୁଆ ଖେଳ ବନ୍ଦ କରିବା ଲାଗି ଅନେକ ସମୟରେ ଚଢାଉ କରି ଜୁଆଡ଼ି ମାନଙ୍କୁ ଗିରଫ ମଧ୍ୟ କରୁଛି ।

ଏଭଳି ଏକ ଜୁଆ ଆଡ୍ଡା କିଛି ଦିନ ଧରି ଚାଲିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ହିଞ୍ଜିଳି ଥାନା ପୋଲିସ ଖବର ପାଇଁ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଟିମ୍ ହିଞ୍ଜିଳି ଥାନା ଅନ୍ତର୍ଗତ ପୋଚିଲିମା ଗ୍ରାମ ନିକଟରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ରାତିରେ ଅତର୍କିତ ଚଢ଼ାଉ କରିଥିଲା । ଜୁଆ ଖେଳୁଥିବା ସମୟରେ ୨୨ଜଣ ଜୁଆଡ଼ିଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୬୦ହଜାର ଟଙ୍କା ଓ ୧୬ଟି ମୋବାଇଲ, ୧୦ଟି ମୋଟର ସାଇକେଲ ଓ ତାସ ଜବତ ହୋଇଛି ।

ଗିରଫ ହୋଇଥିବା ସମସ୍ତ ଜୁଆଡ଼ିଙାକୁ ଆଜି କୋର୍ଟ ଚାଲାଣ କରିଯିବ ବୋଲି ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂଚନା ଦେଇଛନ୍ତି । ସେପଟେ ଜୁଆ ଖେଳକୁ ଗଞ୍ଜାମ ଜିଲ୍ଲାରେ କୌଣସି ମତେ ପ୍ରଶୟ ଦିଆଯିବ ନାହିଁ ଓ ପୋଲିସ ପକ୍ଷରୁ ଏଭଳି ଚଢାଉ ଜାରୀ ରହିବ ଓ ଜୁଆଡ଼ି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଞ୍ଜାମ ଏସପି ବ୍ରିଜେଶ୍ ରାଏ ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago