ଗଞ୍ଜାମ: ଜୁଆ ଆଡ୍ଡା ଉପରେ ରାତି ଅଧରେ ଅତର୍କିତ ଚଢ଼ାଉ କଲା ପୋଲିସ୍, ୨୨ଜୁଆଡ଼ିଙ୍କ ସହ ଅନେକ ସମାଗ୍ରୀ ଜବତ

ଗଞ୍ଜାମ(କେନ୍ୟୁଜ୍): ଆଉ କିଛି ଦିନ ପରେ ଆସୁଛି ପାର୍ବଣ ଋତୁ । ସାଧାରଣତଃ ଏହି ଦିନରେ ଗଞ୍ଜାମ ଜିଲ୍ଲାର ପ୍ରାୟ ସ୍ଥାନରେ ଜୁଆ ଖେଳ ବୃଦ୍ଧି ପାଇଥାଏ । ଗୋଟିଏ ପଟେ କରୋନା ପାଇଁ ସବୁଠାରେ ଭୟର ବାତାବରଣ ରହିଥିବା ବେଳେ ଅନ୍ୟ ପଟେ ଏହାକୁ ଖାତିରି ନକରି ଜୁଆଡି ମାନେ ସାମାଜିକ ଦୂରତା ଭୁଲି ଯାଇ ଜୁଆ ଖେଳରେ ମସଗୁଲ ରହୁଥିବା ଦେଖିବାକୁ ମିଳୁଛି । ତେବେ ପୋଲିସ ଏହି ଜୁଆ ଖେଳ ବନ୍ଦ କରିବା ଲାଗି ଅନେକ ସମୟରେ ଚଢାଉ କରି ଜୁଆଡ଼ି ମାନଙ୍କୁ ଗିରଫ ମଧ୍ୟ କରୁଛି ।

policeଏଭଳି ଏକ ଜୁଆ ଆଡ୍ଡା କିଛି ଦିନ ଧରି ଚାଲିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ହିଞ୍ଜିଳି ଥାନା ପୋଲିସ ଖବର ପାଇଁ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଟିମ୍ ହିଞ୍ଜିଳି ଥାନା ଅନ୍ତର୍ଗତ ପୋଚିଲିମା ଗ୍ରାମ ନିକଟରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ରାତିରେ ଅତର୍କିତ ଚଢ଼ାଉ କରିଥିଲା । ଜୁଆ ଖେଳୁଥିବା ସମୟରେ ୨୨ଜଣ ଜୁଆଡ଼ିଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୬୦ହଜାର ଟଙ୍କା ଓ ୧୬ଟି ମୋବାଇଲ, ୧୦ଟି ମୋଟର ସାଇକେଲ ଓ ତାସ ଜବତ ହୋଇଛି ।

ଗିରଫ ହୋଇଥିବା ସମସ୍ତ ଜୁଆଡ଼ିଙାକୁ ଆଜି କୋର୍ଟ ଚାଲାଣ କରିଯିବ ବୋଲି ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂଚନା ଦେଇଛନ୍ତି । ସେପଟେ ଜୁଆ ଖେଳକୁ ଗଞ୍ଜାମ ଜିଲ୍ଲାରେ କୌଣସି ମତେ ପ୍ରଶୟ ଦିଆଯିବ ନାହିଁ ଓ ପୋଲିସ ପକ୍ଷରୁ ଏଭଳି ଚଢାଉ ଜାରୀ ରହିବ ଓ ଜୁଆଡ଼ି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଞ୍ଜାମ ଏସପି ବ୍ରିଜେଶ୍ ରାଏ ।