Below header

ଇୟରଫୋନ କିମ୍ବା ହେଡଫୋନ କିଣିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ୩ କଥା, ଫାଇଦାରେ ରହିବେ ଆପଣ

ସ୍ମାର୍ଟଫୋନର ଚାହିଦା ବଢ଼ିବା ସହିତ ଇୟରଫୋନର ମଧ୍ୟ ଡିମାଣ୍ଡ ବଢ଼ୁଛି। ଆଜିକାଲି ବଜାରରେ ଦୁଇ ପ୍ରକାରର ଇୟରଫୋନ ମିଳୁଛି। ପ୍ରଥମଟି ହେଉଛି ତାର ବାଲା ଏବଂ ଅନ୍ୟଟି ହେଉଛି ବିନା ତାର ବାଲା। ଯଦି ଆପଣ ହେଡଫୋନ, ଇୟରଫୋନ କିମ୍ବା ଇୟରବଡ୍ସ କିଣିବାକୁ ଯାଉଛନ୍ତି, ତାହେଲେ ଭଲ ଆଉ ବଢ଼ିଆ ବାଛିବାକୁ ହେଲେ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ହେବ। ଆସନ୍ତୁ ଜାଣିବା ସେହି ଉପାୟ।

କେଉଁ ଇୟରଫୋନ କିମ୍ବା ହେଡଫୋନ କିଣିବା ଉଚିତ

ଦୁଇ ପ୍ରକାରର ଇୟରଫୋନ କିମ୍ବା ହେଡଫୋନ ରହିଥାଏ। ଗୋଟିଏ ହେଉଛି ତାର ଅନ୍ୟଟି ବ୍ଲୁଟୁଥ। ବ୍ଲୁଟଥ୍‌ ଇୟରଫୋନକୁ ଚାର୍ଜ କରିବା ଜରୁରୀ ହୋଇଥାଏ। ଏନାବିଲ୍ଟ ବ୍ୟାଟେରୀ ହେବା କାରଣରୁ ବ୍ଲୁଟୁଥ୍‌ ହେଡଫୋନ ଓଜନିଆ ହୋଇଥାଏ। ସେହିପରି ଯଦି ଆପଣ ଏମିତି ହେଡଫୋନ ପ୍ରତିଦିନ ୭ ଘଣ୍ଟା ରୁ ଅଧିକ ସମୟ ବ୍ୟବହାର କରୁଛନ୍ତି ତାହେଲେ ତାର ବାଲା ହେଡଫୋନ ଉତ୍ତମ ରହିବ।

headfoneଇୟରବଡ୍ସରେ ହେଡଫୋନର ଅନୁଭବ

ବର୍ତ୍ତମାନ ଯୁଗରେ ଇୟରବଡ୍ସର ବହୁତ ଡିମାଣ୍ଡ ରହିଛି। ଇୟରବଡ୍ସ ହେଡଫୋନର ଛୋଟ ରୂପ। ଏଥିରେ ୟୁଜର୍ସଙ୍କୁ ଇୟରଫୋନ ଏବଂ ହେଡଫୋନ ଉଭୟର ମଜା ଅନୁଭବ ହୋଇଥାଏ। ଯଦିଓ ଇୟରବଡ୍ସର ଦାମ୍‌ ଇୟରଫୋନ ଏବଂ ହେଡଫୋନ ମୁକାବିଲାରେ ଅଧିକ ରହିଥାଏ। ହେଡଫୋନ ଭଏସ ଆସିଷ୍ଟାଣ୍ଟ ଏବଂ ନଏଜ୍‌ କ୍ୟାନସଲେସନ୍‌ ଫିଚର୍ସ ସହିତ ଆସିଥାଏ।

ଡ୍ରାଇଭର ଏବଂ ଡ୍ରମ ସାଇଜ୍‌

ଇୟରଫୋନ କିମ୍ବା ହେଡଫୋନ କିଣିବା ପୂର୍ବରୁ ପ୍ରଥମେ ନିଶ୍ଚୟ ଚେକ କରନ୍ତୁ ଯେ ଏହାର ଡ୍ରାଇଭର ସାଇଜ୍‌ କେତେ। ଅଧିକ ଡ୍ରାଇଭର ଦିଆଯାଇଥିଲେ ଆହୁରି ଭଲ ସାଉଣ୍ଡ ମିଳିଥାଏ। ଇୟରଫୋନ କିଣିବା ସମୟରେ ଧ୍ୟାନ ରଖନ୍ତୁ ଯେପରି ଏଥିରେ ଇନ-ବିଲ୍ଟ ମାଇକ ଦିଆଯାଇଥିବ। ଯେଉଁଥିରେ ମ୍ୟୁଜିକ ଶଣିବା ସମୟରେ କଲ୍‌ ରିସିଭ୍‌ କରିବା ସହଜ ହୋଇପାରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.