ଦେଶ ବିଦେଶ

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ, ୧୨ ଘଣ୍ଟା ଧରି ପଚରାଉଚରା ପରେ ଗିରଫ କଲା ଇଡି

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହୋଇଛନ୍ତି। ଲାଞ୍ଚ ଏବଂ ବେଆଇନ ଅର୍ଥ କାରବାର ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ସୋମବାର ବିଳମ୍ବିତ ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ଏହାପୂର୍ବରୁ ଇଡି ଦେଶମୁଖଙ୍କୁ ୧୨ ଘଣ୍ଟା ଧରି ପଚରାଉଚରା କରିଥିଲା । ଅନିଲ ଦେଶମୁଖ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଦକ୍ଷିଣ ମୁମ୍ବାଇର ବଲାର୍ଡ ଇଷ୍ଟେଟରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପରେ ଇଡି ସହ ନିର୍ଦ୍ଦେଶକ ତାସିନ୍ ସୁଲତାନ ଏବଂ ତାଙ୍କ ଦଳ ଦେଶମୁଖଙ୍କୁ କ୍ରମାଗତ ପଚରାଉଚରା କରିଥିଲେ।

ଜଣେ ଇଡି ଅଧିକାରୀଙ୍କ କହିବାନୁସାରେ, ମହାରାଷ୍ଟ୍ର ପୋଲିସରେ ୧୦୦ କୋଟି ଟଙ୍କାର ଲାଞ୍ଚ କାରବାର ସହ ବଳପୂର୍ବକ ଅର୍ଥ ଆଦାୟ ଏବଂ ବେଆଇନ ଅର୍ଥ କାରବାର ଆଇନ ଅଧୀନରେ ଦେଶମୁଖଙ୍କ ବିବୃତ୍ତି ରେକର୍ଡ କରାଯାଇଛି । ଇଡି ଏହି ମାମଲାରେ ପୂର୍ବରୁ ଦେଶମୁଖଙ୍କୁ ପାଞ୍ଚ ଥର ଡକାଇଥିଲା, କିନ୍ତୁ ସେ ଥରେ ହେଲେ ମଧ୍ୟ ହାଜର ହୋଇନଥିଲେ । ଦେଶମୁଖ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଆଇନଗତ ସୁରକ୍ଷା ପାଇଁ ଚେଷ୍ଟା ଜାରି ରଖିଥିଲେ ଏବଂ ମାସ ମାସ ଧରି ନିଖୋଜ ହୋଇଯାଇଥିଲେ । ଗତ ସପ୍ତାହରେ ବମ୍ବେ ହାଇକୋର୍ଟ, ଇଡି ସମନ ବନ୍ଦ କରିବାକୁ ମନା କରିବା ପରେ ତାଙ୍କ ପାଖରେ ଅନୁସନ୍ଧାନକାରୀ ସଂସ୍ଥାରେ ହାଜର ହେବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା।

ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପାରମବୀର ସିଂହ, ଦେଶମୁଖ ମୁମ୍ବଇର କନିଷ୍ଠ ପୁଲିସ ଅଧିକାରୀଙ୍କ ମାଧ୍ୟମରେ ପବ୍, ବାର ଏବଂ ରେଷ୍ଟୁରାଣ୍ଟରୁ ମାସକୁ ୧୦୦ କୋଟି ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ କରିଥିଲେ । ଏହି ମାମଲା ହାଇକୋର୍ଟ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଏହା ପରେ ଏହି କ୍ଷେତ୍ରରେ ଇଡିର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ମାମଲାରେ ଦେଶମୁଖଙ୍କ ବ୍ୟକ୍ତିଗତ ସହକାରୀ କୁନ୍ଦନ ସିନ୍ଦେ ଏବଂ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେଙ୍କୁ ଗିରଫ କରାଯାଇଛି।

Barsha

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

5 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

18 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

27 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

30 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago