ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ, ରାଜ୍ୟରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ମହାରାଷ୍ଟ୍ରରେ ମହାଡ୍ରାମା। ୨୦ ଦିନ ଧରି ଚାଲିଲା ସରକାର ଗଠନ କସରତ। କିନ୍ତୁ କିଛି ହେଲାନି। ଶେଷରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। କେନ୍ଦ୍ର କ୍ୟାବିନେଟର ସୁପାରିଶ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସସପେଣ୍ଡେଡ୍‌ ଆନିମେସନରେ ରହିଛି ମହାରାଷ୍ଟ୍ର ବିଧାନସଭା। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ କେନ୍ଦ୍ରକୁ ସୁପାରିଶ କରିଥିଲେ ମହାରାଷ୍ଟ୍ର ରାଜ୍ୟପାଳ। ସୁପାରିଶ ଉପରେ ମୋହର ମାରିଥିଲା କେନ୍ଦ୍ର କ୍ୟାବିନେଟ୍‌ । ସେପଟେ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇଛି ଶିବସେନା ।

ଅକ୍ଟୋବର ୨୪ରୁ ଆରମ୍ଭ ହୋଇଥିବା ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ । ରାଜ୍ୟରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । କେନ୍ଦ୍ର କ୍ୟାବିନେଟ୍‌ର ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମ୍ବିଧାନର ଧାରା ୩୫୬ ଅନୁସାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ କେନ୍ଦ୍ରକୁ ସୁପାରିଶ କରିଥିଲେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ । ରାଜ୍ୟର ସରକାର ଗଠନ ନେଇ କୌଣସି ସମୀକରଣ ଦେଖାଯାଉ ନଥିବାରୁ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ ରାଜ୍ୟପାଳ । ଏହା ପରେ ରାଜ୍ୟପାଳଙ୍କ ସୁପାରିଶ ଉପରେ କେନ୍ଦ୍ର କ୍ୟାବିନେଟ୍‌ ମୋହର ଲଗାଇଥିଲା ।

ସେପଟେ ରାଷ୍ଟ୍ରପତି ଶାସନ ବିରୋଧରେ ସୁପ୍ରିମକୋର୍ଟ ଯାଇଛି ଶିବସେନା । ତିନି ଦିନ ସମୟ ଦେବାକୁ ମନା କରିବା ନେଇ ରାଜ୍ୟପାଳଙ୍କ ଆବେଦନକୁ ରଦ୍ଦ କରିବାକୁ ଦାବି କରିଛି ଶିବସେନା । ବିଜେପିକୁ ୪୮ ଘଣ୍ଟାର ମହଲତ ଓ ଶିବସେନାକୁ କାହିଁକି ୨୪ ଘଣ୍ଟା ସମୟ ଦିଆଗଲା ବୋଲି ଦଳ ପିଟିସନ୍‌ରେ ଦର୍ଶାଇଛି । ସେପଟେ କଂଗ୍ରେସ ମଧ୍ୟ ରାଜ୍ୟପାଳଙ୍କୁ ଟାର୍ଗେଟ୍‌ କରିଛି । ରାଷ୍ଟ୍ରପତି ଶାସନ ସୁପାରିଶ କରି ରାଜ୍ୟପାଳ ସାମ୍ବିଧାନିକ ବ୍ୟବସ୍ଥାର ମଜା ଉଡାଇଛନ୍ତି ବୋଲି କହିଛି ଦଳ ।

ବିଜେପି ଓ ଶିବସେନା ସରକାର ଗଠନ ପାଇଁ ମନା କରିବା ପରେ ତୃତୀୟ ବୃହତ ଦଳ ଭାବେ ଏନ୍‌ସିପିକୁ ଆମନ୍ତ୍ରଣ କରିଥିଲେ ରାଜ୍ୟାପାଳ । ଏହା ପରେ କଂଗ୍ରେସ ଓ ଏନ୍‌ସିପିର ଅଲଗା ଅଲଗା ବୈଠକ ବସିଥିଲା । ହେଲେ କୌଣସି ନିଷ୍କର୍ସ ହୋଇପାରିନଥିଲା । ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵଙ୍କ ସହ ଆଲୋଚନା ପାଇଁ ତିନି ଜଣ ବରିଷ୍ଠ ନେତା ମୁମ୍ବାଇରେ ପହଞ୍ଚିଛନ୍ତି । କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ, କେସି ବେଣୁଗୋପାଳ ଓ ମଲ୍ଲିକାର୍ଜୁନ ଖଡ୍‌ଗେ ମୁମ୍ବାଇ ଆସି ଶରଦ ପାୱାରଙ୍କ ସହ ଆଲୋଚନା କରିଛନ୍ତି ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪ ଓ କଂଗ୍ରେସ ୪୪ଟି ଆସନରେ ବିଜୟୀ ହୋଇଛନ୍ତି । ମହାରାଷ୍ଟ୍ର ବିଧାନସଭା ଫଳାଫଳ ଆସିବା ପରଠୁ ସରକାର ଗଠନ ନେଇ ଆରମ୍ଭ ହୋଇଥିଲା ଛକାପଞ୍ଝା । ବିଜେପି ଓ ଶିବସେନା ମେଣ୍ଟରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପଦକୁ ନେଇ ହୋଇଥିଲା ବିବାଦ । ବିଜେପି ଓ ଶିବସେନା ମେଣ୍ଟ ଭିତରେ ସରକାର ଗଠନ ଡିଲ୍‌ ଫାଇନାଲ୍‌ ହୋଇ ନଥିଲା । କୌଣସି ଗୋଟିଏ ବି ଦଳକୁ ଏକକ ସଂଖ୍ୟା ଗରିଷ୍ଠତା ମିଳି ନଥିବାରୁ ସରକାର ଗଠନ ନେଇ ଆରମ୍ଭ ହୋଇଥିଲା ଟଣା ଓଟରା । ଗତ ୯ ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବା ପରେ ସରକାର ଗଠନ ପାଇଁ ସବୁ ଦଳକୁ ଆମନ୍ତ୍ରଣ କରିଥିଲେ ରାଜ୍ୟପାଳ ।

KNews Bureau

Recent Posts

ଜମି ଜମା ବିବାଦକୁ ନେଇ କରୁଣ ପରିଣିତି, ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା

ମୟୁରଭଞ୍ଜ : ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭୁଲିଗଲା ସବୁ ସମ୍ପର୍କ । ପିଲାଦିନେ ଯେଉଁ…

2 mins ago

ଫ୍ରିରେ ଏସି ଚଲାଇବାକୁ ଚାହୁଁଛନ୍ତି କି ? ଘର ଛାତ ଉପରେ ଲଗାନ୍ତୁ ଏହି ମେସିନ୍‌

ଆପଣ ଏହି ଗରମରେ ନିଜ ଘରେ ନିଶ୍ଚିତ ଭାବେ ଏସି ଲଗାଇଥିବେ । ଏସିର ବିଲ୍‌ ବି ଅଧିକ ଆସୁଥିବ…

4 mins ago

ରହସ୍ୟର ଗନ୍ତାଘର କୋଣାର୍କ ମନ୍ଦିର, ଜାଣନ୍ତୁ ଏହାର ଇତିହାସ

କୋଣାର୍କ ମନ୍ଦିର । ନିଜର କଳା ଚାତୁରୀରେ ସମସ୍ତଙ୍କ ମନ ଜିଣିଛି । ଦେଶ ବିଦେଶର ଲୋକଙ୍କୁ ଚକିତ ବିସ୍ମିତ…

8 mins ago

ଆସନ୍ତାକାଲି ଇଦ ଉଲ ଜୁହା ପର୍ବ, ୪୦ରୁ ଉର୍ଦ୍ଧ୍ବ ମସଜିଦରେ ସମୂହ ନମାଜ ପାଠ

କଟକ : ଆସନ୍ତାକାଲି ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଉତ୍ସାହର ସହିତ ପାଳନ କରିବାକୁ ଯାଉଛନ୍ତି ଇଦ ଉଲ ଜୁହା…

9 mins ago

ମୁଖ୍ୟମନ୍ତ୍ରୀ ଆଗତ କରିବେ ପ୍ରଥମ୍ ବଜେଟ, ଜୁଲାଇରେ ଆସିପାରେ ବଜେଟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଆଗତ କରିବେ ପ୍ରଥମ୍ ବଜେଟ । ନିଜ ପାଖରେ ଅର୍ଥ ବିଭାଗ ରଖିଥିବାରୁ ମୋହନ ସରକାରର…

27 mins ago

ଜଳୁଛି ହିମାଚଳର ସୋଲନ ଜଙ୍ଗଲ, ନିଆଁକୁ ଆୟତ୍ତ କରିବାକୁ ଚାଲିଛି ଚେଷ୍ଟା

ଜଳୁଛି ଜଙ୍ଗଲ । ଦେଶର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଥମିବାର ନାଁ ଧରୁନାହିଁ । ଉତ୍ତରାଖଣ୍ଡ ଓ…

42 mins ago