ସ୍ପେଶାଲ

ଜମି ଜମା ବିବାଦକୁ ନେଇ କରୁଣ ପରିଣିତି, ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା

ୟୁରଭଞ୍ଜ : ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭୁଲିଗଲା ସବୁ ସମ୍ପର୍କ । ପିଲାଦିନେ ଯେଉଁ ହାତରେ ସାନ ଭାଇକୁ ବଡ଼ ଭାଇ ଏତେ ଶ୍ରଦ୍ଧା ସ୍ନେହ କରୁଥିଲେ ଆଜି ସେହି ହାତ ଭାଇର ଜୀବନ ନେବାକୁ ବି ପଛାଇନି । ସାମାନ୍ୟ ଜମି ବିବାଦ ପାଇଁ ଆଜି ବଡ଼ ଭାଇ ନେଇଯାଇଛି ସାନ ଭାଇର ଜୀବନ । ଖଣ୍ଡା ଧାରରେ ଭାଇର ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଛି । ଦାଣ୍ଡ ମଝିରେ ପଡ଼ିରହିଛି ଭାଇର ଖଣ୍ଡ ବିଖଣ୍ଡିତ ଶରୀର । ଯେଉଁ ଦୃଶ୍ୟକୁ ଆମେ ଆପଣଙ୍କୁ ଦେଖାଇ ପାରୁନୁ ।

ହଁ ଆଜ୍ଞା, ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଲୁଣଚାଟି ଗାଁ ରେ। ଜାଗା ବିବାଦକୁ ନେଇ ବଡ଼ ଭାଇ ଏବଂ ସାନ ଭାଇ ମଧ୍ୟରେ ସବୁବେଳେ ଲାଗିରହୁଥିଲା ପାଟିତୁଣ୍ଡ । ଦୁଇ ଭାଇଙ୍କ ମଧ୍ୟରେ ଆଜିର ଏହି ଯୁକ୍ତିତର୍କ ନେଇଥିଲା ଉଗ୍ରରୂପ । ଯେତେବେଳେ ବଡ଼ ଭାଇ ଏପରି କରିବାକୁ ବାହାରିଥିଲେ ସେତେବେଳେ ଅନ୍ୟ ଭାଇମାନେ ମଧ୍ୟ ଅଟକାଇଥିଲେ । ହେଲେ ସେ କିଛି କାହା କଥା ଶୁଣି ନଥିଲେ । ଯାହାର ଫଳାଫଳ ଆଜି ସାନ ଭାଇର ଜୀବନ ଯାଇଛି ।

ଉକ୍ତ ଗାଁ ର ଦେବେନ୍ଦ୍ର ମାହାନାଙ୍କ ପାଞ୍ଚ ପୁଅ ଥିବା ବେଳେ ଜମି ଜମାକୁ ନେଇ ଆଜି ସକାଳେ ବଡ ପୁଅ ଅରୁଣ ମାହାନା ଏବଂ ସାନ ପୁଅ ଜୟନ୍ତ ମାହାନାଙ୍କ ମଧ୍ୟରେ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିବା ବେଳେ ଉକ୍ତ ଗଣ୍ଡଗୋଳ ଆଜି ଚରମ ସୀମାରେ ପହଞ୍ଚି ଉଗ୍ର ରୂପ ଧାରଣ କରିଥିଲା l ଆଜି ସକାଳ ୮ଟାରେ ଜୟନ୍ତ ଘର ସୀମାରେ ବାଡ଼ ଘେରିବାକୁ ଥିବା ସମୟରେ ଜୟନ୍ତ ଓ ଅରୁଣଙ୍କ ମଧ୍ୟରେ ଗଣ୍ଡଗୋଳ, ମାରପିଟ ହୋଇଥିଲା l

ତେବେ ଅରୁଣ ଏଥିରେ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଜୟନ୍ତଙ୍କ ବେକରେ ଆଘାତ ଦେବା ପରେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ଜୟନ୍ତ l ଏତିକିରେ ଅରୁଣଙ୍କ ରାଗ ଶାନ୍ତ ହୋଇ ନଥିଲା । ସେ ପୁଣି ତାଙ୍କ ଉପରେ ବାରମ୍ବାର ଆକ୍ରମଣ କରିଥିଲେ । ତରୁଆଲରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣିବାରୁ ଘଟଣାସ୍ଥଳରେ ଜୟନ୍ତଙ୍କ ମୃତ୍ୟୁ ଘଟିଥିଲା । ଏହା ଦେଖି ପୋଲିସ ଖବର ଦେଇଥିଲେ । ରାସଗୋବିନ୍ଦପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ବଡ଼ ଭାଇ ଆକ୍ରମଣ କରିଥିବା ଅସ୍ତ୍ର ଏବଂ ମୋଟର ସାଇକେଲ ନେଇ ଫେରାର ହୋଇଯାଇଛି ।

ତେବେ ଜମି ବିବାଦ ତ ପ୍ରତ୍ୟେକ ଘରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହି ଜମିକୁ ନେଇ ଆଇନ୍‌ କୁ ହାତକୁ ନେଇ ଏପରି ପରିବାର ସଦସ୍ୟଙ୍କର ଜୀବନ ନେବା କେତେ ଦୂର ଠିକ୍‌ ତାହା ଆପଣ କୁହନ୍ତୁ ।

 

Sasmita

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

8 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

10 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

45 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

56 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago